ନିୟମିତ ପାଣିରେ ଲୁଣ ମିଶାଇ ଗାଧେଇଲେ ମିଳିଥାଏ ଏହିସବୁ ରୋଗରୁ ମୁକ୍ତି 

ଲୁଣ ଏମିତି ଏକ ସାମଗ୍ରୀ ଯାହାର ବ୍ୟବହାର ସବୁ ରୋଷେଇ ଘରେ ହୋଇଥାଏ। ଏହା ସବୁ ତରକାରୀ ର ସ୍ୱାଦକୁ ଦୁଇ ଗୁଣ ବଢ଼େଇଦେଇଥାଏ । ଏଥିରେ ବହୁତ ତତ୍ତ୍ଵ ଥାଏ ଯାହା ଶରୀର ପାଇଁ ଲାଭକାରୀ । ପାଣିରେ କିଛି ଲୁଣ ମିଶାଇ ଗାଧେଇବା ଦ୍ଵାରା ଶରୀରକୁ ଅନେକ ଲାଭ ହୋଇଥାଏ। ଏହା ଦ୍ଵାରା କେତେକ ରୋଗ ଦୂର ହୁଏ, ଶରୀର ରୁ ଥକ୍କାପଣ ଦୂର ହୋଇ ଫୁର୍ତ୍ତି ଲାଗିଥାଏ ।  ଲୁଣରେ ସଲଫର, କ୍ୟାଲସିୟମ, ସୋଡ଼ିୟମ୍, ମ୍ୟାଗ୍ନେସିୟମ, ସିଲିକନ, ବୋରନ, ପୋଟାସିୟମ, ବ୍ରୋମାଇନ ଅଧିକ ମାତ୍ରାରେ ରହିଛି । ଏହା ଓଜନ କମ କରିବା, ଶରୀର କୁ ସୁନ୍ଦର କରିବା ସହ, ଆସ୍ଥମା ଓ ବିପି କୁ କଣ୍ଟ୍ରୋଲ କରିଥାଏ । ଆସନ୍ତୁ ଜାଣିବା ଏହାର ଅନ୍ୟ ଫାଇଦା ବିଷୟରେ ।

ପିମ୍ପଲ୍ସ ରୁ ମିଳିବ ମୁକ୍ତି –

ଗରମ ପାଣିରେ ଲୁଣ ମିଶାଇ କପଡା ସାହାଯ୍ୟରେ ମୁହଁରେ ଲଗାନ୍ତୁ, ଆଖି ଠାରୁ ଦୂରେଇ ବ୍ୟବହାର କରିବେ । କିଛି ଦିନରେ ଫରକ ଅନୁଭବ କରିବେ।

ରୁକ୍ଷି ତ୍ୱଚାର ମୁକ୍ତି-

ପାଣିରେ ଲୁଣ ପକାଇ ଗାଧେଇବା ଦ୍ଵାରା ତ୍ଵଚା ନରମ ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମ ଥିବାରୁ ଏହା ଶରୀରକୁ ନରମ ଓ ସନ୍ତୁଳିତ ରଖିଥାଏ। ପାଣିରେ ଅଧା କପ ମିଲ୍କ ପାଉଡର ମିଶାନ୍ତୁ ଓ କିଛି ଲୁଣ ପକାଇ ଏଥିରେ ଗୋଲାପର କିଛି ପାଖୁଡା ମିଶେଇ ତାପରେ ଏଥିରେ ଗାଧାନ୍ତୁ ।

ମୋଟାପଣ କମ କରିବା –

ଆଜିକାଲି ସମସ୍ତେ ମୋଟାପା ପାଇଁ ଚିନ୍ତିତ ରହୁଛନ୍ତି, ମୋଟାପା ପାଇଁ ନିଜର ସୁନ୍ଦରତା ହଜିଯାଏ । ଏଥୁରୁ ବଞ୍ଚିବା ପାଇଁ ଲୁଣ ବହୁତ ହିଁ ଲାଭ ଦାୟକ ହୋଇଥାଏ, ପାଣିରେ କଟା ଅଦା ଓ କିଛି ଲୁଣକୁ ମିଶାଇ ଗାଧେଇଲେ ମୋଟପା କମିଯାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢେଇବା-

ଲୁଣରେ ଆଣ୍ଟିଇନଫ୍ଲେମେଟୋରି ଓ ଆଣ୍ଟିବ୍ୟାକ୍ଟେରିୟାଲ ଗୁଣ ଥିବାରୁ ଲୁଣ ପାଣି ପିଇଲେ ବା ଏଥିରେ ଗାଧେଇଲି, ଏହା ଶରୀରକୁ ଶକ୍ତି ଦିଏ ଓ ଅନେକ ରୋଗରୁ ରକ୍ଷା କରେ।

Leave a Reply

Your email address will not be published. Required fields are marked *