ରାଶିଫଳ 10 ମାର୍ଚ୍ଚ 2020, ମଙ୍ଗଳମୂର୍ତ୍ତିଙ୍କ କୃପାରୁ ଏହି ପାଞ୍ଚଟି ରାଶିର ହେବ ଆଜି ମଙ୍ଗଳ, ବଡ଼ ଆର୍ଥିକ ନିଷ୍ପତି ନେବା ପୂର୍ବରୁ

ରାଶିଫଳ ର ଆମ ଜୀବନରେ ବହୁତ୍ ମହତ୍ୱ ରହିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟ ବିଷୟରେ ସୂଚନା ମିଳିଥାଏ । ଗ୍ରହ ଚଳନ ପରିବର୍ତ୍ତନ ହେବାରୁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । 10 ମାର୍ଚ୍ଚ ଦିନ ମଙ୍ଗଳ ମୂର୍ତ୍ତି ହନୁମାନଙ୍କ କୃପାରେ କେଉଁ ରାଶିରେ ମଙ୍ଗଳ ହେବ ଓ କେଉଁ ରାଶିରେ ସମସ୍ୟା ଆସିବ?ଆପଣଙ୍କ ପାଇଁ କେମିତି ରହିବ? ଆଜିକା ଦିନରେ ଆପଣଙ୍କ ଜୀବନରେ କି କି ପରିବର୍ତ୍ତନ ହେବ? ସବୁ ପ୍ରଶ୍ନ ର ଉତ୍ତର ଆଜିରଏହି ରାଶିଫଳ ରେ ପାଇବେ । ଆସନ୍ତୁ ଜାଣିବା ରାଶିଫଳ ।

ମେଷ-

ଆଜି କିଛି ବି ନୂଆ ଇନଭେଷ୍ଟମେଣ୍ଟ କରନ୍ତୁନି, ଯେଉଁ କାର୍ଯ୍ୟ କରିବେ ସାବଧାନତା ସହ କରନ୍ତୁ । ଆଜିର ଦିନ ବ୍ୟାଙ୍କର ଋଣ ପ୍ରତି ମଧ୍ୟ ସାବଧାନତା ଆବଶ୍ୟକ । ପ୍ରିୟଜନଙ୍କ ସହିତ ଭୁଲ ବୁଝାମଣା କାରଣରୁ କାମ ସ୍ଥଗିତ ରହିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହେଇପାରେ । ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ପଡିପାରନ୍ତି । ପର୍ଶୋନାଲ ଲାଇଫ ରେ ସମ୍ପର୍କ ମଧୁର ରହିବ। ଧାର୍ମିକ କାର୍ଯ୍ୟରେ ମନୋଭାବ ସୃଷ୍ଟି ହେବ ।

ବୃଷ-

ପରିବାରରେ ସୁଖ ଶାନ୍ତି ରହିବ, ହେଲେ ଆପଣଙ୍କ ଖରାପ ଆଚରଣ ଘରେ ଚିନ୍ତା ସୃଷ୍ଟି କରିପାରେ। ବନ୍ଧୁଙ୍କ ପାଇଁ ଧନ ଖର୍ଚ୍ଚ ହେବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ଆୟ ବୃଦ୍ଧି ହେବ। ସଫଳତା ପାଇବା ପାଇଁ ଅନ୍ୟର ମାର୍ଗଦର୍ଶନ କରିବା ସହ ଉତ୍ସହିତ ମଧ୍ୟ କରନ୍ତୁ । ନିଜ ନିଷ୍ପତି ପିଲାଙ୍କ ଉପରେ ପକାଇଲେ ସେମାନେ ଅମାନ୍ୟ ହୋଇପାରନ୍ତି ।

ମିଥୁନ-

ଆଜି କରିବାକୁ ଯାଉଥିବା କର୍ମକ୍ଷେତ୍ରରେ ଉନ୍ନତି କରିବେ, ଭଲ ରୋଜଗାର ହେବ । ଘର ପରିବାରରେ ସୁଖ ଶାନ୍ତି ଲାଗିରହିବ। ବନ୍ଧୁର ସହଯୋଗ ମିଳିବ। ଆପଣଙ୍କ ବିଚାରର ବିଶାଳତା ଅନ୍ୟକୁ ପ୍ରଭାବିତ କରିବ। ଆତ୍ମବିଶ୍ଵାସ ଓ ଦୃଢ଼ ମନୋବଳ ପାଇଁ କାମ ସରଳତାପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କର୍କଟ-

ଜୀବନରେ ସଫଳତା ହାସଲ କରିବେ । ପ୍ରେମୀ କିଛି ଦିନ ପାଇଁ ଦୂରକୁ ଯିବେ। ମାନସିକ ଚିନ୍ତା ବଢ଼ିବ। ମାତା ପିତାଙ୍କ ଆଶୀର୍ବାଦ ମିଳିବ। ବେପାର ବଢିବ। ବ୍ୟବସାୟ କୌଶଳ ଉଚ୍ଚ କରିବା ପାଇଁ ଚେଷ୍ଟା କରିବେ । ଘରଲୋକଙ୍କ ସହ ଝଗଡ଼ା ହୋଇପାରେ । ମାନସମ୍ମାନ ବୃଦ୍ଧି ହେବ, ଆଉ ଲୋକଙ୍କର ତମ ପ୍ରତି ଭଲ ପାଇବା ବଢିବ।

ସିଂହ-

ଆଜିର ଦିନରେ ଜିଦି ସ୍ଵଭାବ ତ୍ୟାଗ କରନ୍ତୁ, ନଚେତ ଅନ୍ୟ ସହ ବିବାଦ ହେବାର ସମ୍ଭାବନା ରହିଛି । ବଡ଼ ଆର୍ଥିକ ନିଷ୍ପତି ନେବା ପୂର୍ବରୁ ଦୁଇ ଥର ଚିନ୍ତା କରନ୍ତୁ । ଆଧ୍ୟାତ୍ମିକ ଗୁରୁଙ୍କ ଉପଦେଶ କାମରେ ଆସିବ ଓ ବଡ଼ ସମସ୍ୟା ରୁ ବାହାରିବାର ରାସ୍ତା କହିବେ। ବଡ଼ ଯୋଜନା ଆରମ୍ଭ କରିବାକୁ ଯାଉଥିଲେ ଅଟକିଯାନ୍ତୁ, ଠିକ ସମୟ କୁ ଅପେକ୍ଷା କରନ୍ତୁ । ଲକ୍ଷ୍ୟ ସ୍ଥିର କରି ସେଥିପାଇଁ ପରିଶ୍ରମ କରନ୍ତୁ ।

କନ୍ୟା-

ସମ୍ପର୍କକୁ ରକ୍ଷା କରିବା ପାଇଁ ଚୁପ ରୁହନ୍ତୁ । ଆଜିର ଦିନ ଆପଣଙ୍କ ଧର୍ଯ୍ୟର ପରୀକ୍ଷା ନେବ। ପରିଶ୍ରମ କଲେ ସଫଳତା ମିଳିବ। ପରିବାର ରେ ସୁଖଶାନ୍ତି ବଢିବ । ପରିସ୍ଥିତି କୁ ସାମ୍ନା କରିବେ। ବନ୍ଧୁଙ୍କ ଅପ୍ରସନ୍ନତା ଦୂର ହେବ। ଦୂର ଜାଗାକୁ ଯାତ୍ରା ଯୋଗ ରହିଛି। ପଇସା ଯୋଜନା ବନେଇବାରେ ଅନ୍ୟର ସହାୟତା ମିଳିବ। ଭାଗ୍ୟରେ ଭରସା କରନ୍ତୁନି । ଗୃହସ୍ଥ ଜୀବନରେ ଖୁସି ଓ ସନ୍ତୋଷ ମନଭାବ ରହିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା-

ପ୍ରିୟଜନଙ୍କ କଥା ମନେ ପଡ଼ିବ। ଯାତ୍ରା ଆପଣଙ୍କୁ ଥକ୍କାପଣ ଓ ଚିନ୍ତା ଦେବ। କିନ୍ତୁ ଆର୍ଥିକ ଅବସ୍ଥା ରେ ଲାଭ ହେବ । ଏମିତି କିଛି କାମ କରନ୍ତୁ ନାହିଁ, ଯେଉଁଥିରେ ଅପଯଶ ମିଳିବ । ନକାରାତ୍ମକ ଚିନ୍ତା ଉତ୍ସାହ କମ କରିବ। ଖାଇବା ପିଇବା ରେ ଅନିୟମିତତା ଯୋଗୁଁ ଅସନ୍ତୁଷ୍ଟ ହେବେ। ବିଯିନେଶ କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାରେ । ବୈବାହିକ ଜୀବନ ରେ ଖୁସି ମିଳିବ ।

ବିଛା-

କାର୍ଯ୍ଯ କ୍ଷେତ୍ରର ସମସ୍ୟାରୁ ବାହାରିବାକୁ ଚେଷ୍ଟା କରିବେ। ନୂଆ କାମ ଆରମ୍ଭ ପାଇଁ ପ୍ରେରଣା ମିଳିବ ଓ କାମ ଆରମ୍ଭ ମଧ୍ୟ କରିପାରିବେ। ଧନ ପ୍ରାପ୍ତି ରେ ବିଳମ୍ବ ଓ ବାଧା ଉପୁଜିବ। ସାହିତ୍ୟ ଓ କଳା ପ୍ରତି ରୁଚି ବଢିବ। ବୌଦ୍ଧିକ ଓ ତାର୍କିକ ବିଚାର ବିନିମୟରେ ଅବକାଶ ମିଳିବ। ସ୍ବାସ୍ଥ୍ୟ ବା ଚାକିରି ସମ୍ବନ୍ଧୀୟ ଶୁଭ ଖବର ପାଇବେ।

ଧନୁ-

ଭଲ ବୁଝାମଣାରେ ବ୍ୟବସାୟିକ ସମସ୍ୟା ର ସମାଧାନ କରିପାରିବେ। ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ସହାୟତା ମିଳିବ। ଅକସ୍ମାତ ଧନ ଲାଭ ହେବ। ନୂଆ କାମ ଆରମ୍ଭ କରିବେ। ପରିବାର ର ସମର୍ଥନ ମିଳିବ। ଖେଳକୁଦ ରେ ସମୟ ଅତିବାହିତ କରିବେ। ମନୋରଞ୍ଜନ ଓ ଦୂରସ୍ଥାନକୁ ଯାତ୍ରା ପାଇଁ ଦିନଟି ଅନୁକୂଳ ରହିବ।

ମକର-

ଆର୍ଥିକ ଅବସ୍ଥା ମଜବୁତ ହେବ। ନିଜ ଭିତରେ ପରିବର୍ତ୍ତନ ଅନୁଭବ କରିବେ। ନୂଆ ଅବସର ମିଳିବ। କିଛି ବି ଭୁଲ କାମ ଠୁ ଦୂରରେ ରୁହନ୍ତୁ, ନହେଲେ ବିପଦରେ ପଡିପାରନ୍ତି । କିଛି ବି ପରିସ୍ଥିତି ହଉ ନା କାହିଁ ସାହସ ଓ ଧୈର୍ଯ୍ୟ ହରାନ୍ତୁନି। ରାଜନୀତିକ କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କ ଜୀବନ ସାଥୀ ଅଜବ ବ୍ୟବହାର କରିବେ।

କୁମ୍ଭ-

ଆଜି ଆପଣଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ଆପଣଙ୍କ ସହିତ ରହିବ। କାରବାରରେ ବିସ୍ତାର ହେବ। ସ୍ଵାଦିଷ୍ଟ ଭୋଜନ କରିବେ। ବିଦେଶ ଯାତ୍ରା କରିପାରନ୍ତି । ମାଙ୍ଗଳିକ ଅବସରରେ ଉପସ୍ଥିତ ହେବେ। ଖର୍ଚ୍ଚ ବଢିବ। ପାରିବାରିକ ଚିନ୍ତା ବଢିପାରେ। ପର ଉପରେ ଭରସା କରିବେ ଯଦି ଧୋଖା ଖାଇପାରନ୍ତି ।

ମୀନ-

ଆଜି ବନ୍ଧୁ ସାଙ୍ଗରେ ମିଳନ ହେବ। ସମସ୍ୟାର ସମାଧାନ କରିବା ଚେଷ୍ଟାରେ ଯୋଜନା ଓ ମନଭାବ ବଦଳିପାରେ । ପଇସା ସମ୍ବନ୍ଧୀୟ କିଛି ସମସ୍ୟା ବା କାରଣରୁ ପରିବାରର ଖୁସି କମ ହୋଇପାରେ । ଅଟକିଥିବା କାମ ପୂରଣ ହେବ। ସଫଳତା ପାଇଁ ନୂଆ ଅବସର ମିଳିବ। ବିଳମ୍ବ ରେ କାମ ପୂରଣ ହେବ।

Leave a Reply

Your email address will not be published. Required fields are marked *