ସୁଟିଂ ସେଟରେ ପ୍ରକୃତି ମିଶ୍ରଙ୍କ ସହ କେମିତି ପ୍ରେମଲିଳା କରୁଥିଲେ Babushan, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ପ୍ରେମମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିଶିର କୁମାର ସଡ଼ଙ୍ଗୀ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତାପସ ସରଘରିଆ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୌରବ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।


ତେବେ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ ଓ ପ୍ରକୃତି ମିଶ୍ର । ସିଦ୍ଧାନ୍ତ ମହାପାତ୍ର, ସାତ୍ୱକୀ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୩ ତାରିଖରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ଡିଜ୍ନି ପ୍ଲସ ହଟ୍‌ଷ୍ଟାର୍‌ରେ ମଧ୍ୟ ମୁକ୍ତିଲାଭ କରିଛି । ତେବେ ଏହି ଫିଲ୍ମ ରେ ହିଁ ପ୍ରକୃତି ମିଶ୍ର ଏବଂ ବାବୁଶାନ ଏକାଠି ହୋଇଥିଲେ ।

ଏହା ସହ ଏହି ଯୋଗୁଁ ଅନେକ ବାଦ ବିବାଦ ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ତେବେ ବାବୁଶାନ ଙ୍କ ସ୍ତ୍ରୀ ଏବଂ ତାଙ୍କ ଭିତରେ ଅନେକ ଝଗଡା ମଧ୍ୟ ହୋଇଥିଲା ଯାହାକି ଗଣମାଧ୍ୟମରେ ଖୁବ ପ୍ରଚାର ପ୍ରସାର ହେଲା କିନ୍ତୁ ବର୍ତ୍ତମାନ ସବୁ ଠିକ ହୋଇ ଯାଇଛି ଏବଂ ପରିବେଶ ମଧ୍ୟ ଶାନ୍ତ ହୋଇ ଯାଇଛି । ତେବେ କିନ୍ତୁ ବର୍ତ୍ତମାନ ସେହି ପ୍ରେମମ ଫିଲ୍ମ ର ସୁଟିଂ ସମୟରେ କିଛି ରୋମାଣ୍ଟିକ ସିନ ମଧ୍ୟ ରହିଛି ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ସିନ ରେ ଦୁହେଁ ବହୁତ ସୁନ୍ଦର ଦିଶୁଛନ୍ତି ତେବେ ଦୁହିଙ୍କ ଯୋଡି କୁ କିଛି ଲୋକ ବେଶ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଏହି ସିନ ରେ ଦୁହେଁ ଫଟୋସୁଟ ମଧ୍ୟ କରିଛନ୍ତି । ତେବେ କିଛି ଲୋକ ଏହି ସିନ କୁ ଦେଖି ଖରାପ କମେଣ୍ଟ ମଧ୍ୟ ଦେଇଛନ୍ତି । ତେବେ ବାବୁଶାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ର ପ୍ରେମ କାହାଣୀ ଏବେ ସାରା ଓଡ଼ିଶାର ଗଣ ମାଧ୍ୟମ ପାଇଁ ଏକ ଚର୍ଚ୍ଚାର ବିଷୟ ।

ଏହି କାହାଣୀ ଟି ଏପରି ଥିଲା କି ବାବୁଶାନ୍ ଏବଂ ପ୍ରକୃତି ଯିଏକି ପିଲା ଦିନରୁ ସାଙ୍ଗ ଦୁଇ ଜଣ ପରସ୍ପର ପ୍ରତି ଆକର୍ଷିତ ହେଲେ,ଆକର୍ଷଣ ଏତେ ବଢ଼ିଗଲା କି ବାବୁଶାନ୍ ନିଜେ ପତ୍ନୀ ଆଉ ପିଲାକୁ ଦୀର୍ଘ ଅନେକ ସମୟ ହେବ ଛାଡି ଘର ବାହାରେ ରହୁଥିଲେ । ତାଙ୍କର ସ୍ତ୍ରୀ ଏହା ମଧ୍ୟ ଜାଣିଥିଲେ କି ତାଙ୍କର ଆଉ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ସମ୍ପର୍କ ଅଛି ବୋଲି ତେଣୁ ସେ ବାହାରେ ରହୁଛନ୍ତି ।


ଦିନେ ହଠାତ୍ ତୃପ୍ତି ଜାଣିବାକୁ ପାଇଲେ କି ପ୍ରକୃତି ଏବଂ ବାବୁଶାନ୍ ଗୋଟିଏ କାର ଭିତରେ ଏକାଠି ଅଛନ୍ତି ଏହା ପରେ ତୃପ୍ତି ଆସି ପ୍ରକୃତି ମିଶ୍ରକୁ ରାସ୍ତା ଉପରେ ମାଡ଼ ମାରିଥିଲେ । ଏହି ଘଟଣା ଦ୍ଵାରା ସାରା ଓଲିଉଡ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ଏବଂ ଯେହେତୁ ଦୁଇ ଜଣ ବହୁତ ବଡ଼ ପରିବାରରୁ ଆସିଛନ୍ତି ଉଭୟ ପକ୍ଷରୁ ବଡ଼ ବିବାଦ ଲାଗି ରହୁଥିଲା । ଏହି ଘଟଣା ପରେ ଦୁଇ ଜଣ ଚେନ୍ନାଇ ଯାଇ ଥିବାର ଖବର ଆସିଥିଲା ।

ଚେନ୍ନାଇରୁ କୁଆଡେ ଗଲେ ବାବୁଶାନ୍ ମହାନ୍ତି ଓ ପ୍ରକୃତି ମିଶ୍ର କେହି ଜାଣି ନଥିଲେ । ଏହି ଘଟଣା ଚାରି ଆଡେ ଚହଳ ସୃଷ୍ଟି କରିଥିଲା । ଏଥି ସହ ଏହା ମଧ୍ୟ ଶୁଣିବାକୁ ମିଳିଥିଲା କି ପ୍ରକୃତି ମିଶ୍ର ଙ୍କ ବାପା ମନ୍ମଥ ମିଶ୍ର ଏବଂ ତାଙ୍କର ପତ୍ନୀ ତାଙ୍କୁ ଚେନ୍ନାଇରେ ଦେଖା କରିବାକୁ ମଧ୍ୟ ଯାଇଥିଲେ ବୋଲି ଖବର ଶୁଣିବାକୁ ମିଳିଥିଲା ଏହି ସବୁ ଖବର ଭିତରେ ପ୍ରକୃତି ମିଶ୍ର ନିଜ ବାପା ମନ୍ମଥ ମିଶ୍ରଙ୍କ ସହ ଭୁବନେଶ୍ବର ଆସିଥିଲେ ତା ପରଦିନ ବାବୁଶାନ୍ ମଧ୍ୟ ଓଡ଼ିଶା ଆସିଥିଲେ । ଏସବୁ ଭିତରେ ଅନେକ କଥା ଚର୍ଚ୍ଚା ହୋଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *