ସରକାରଙ୍କୁ ଏ ବୁଦ୍ଧି ଦେଉଛି କିଏ ?

ସରକାରଙ୍କୁ ଏ ବୁଦ୍ଧି ଦେଉଛି କିଏ ଯାହାକୁ ଲୋକ ଦେଶରା ଉତପ୍ତ ସହର କୁହନ୍ତି ଟିଟିଲାଗଡକୁ ତତଲାଗଡ ନାଁରେ ନାମିତ କରାଯାଏ ସେଇ ଟିଟିଲାଗଡ ପାଖରେ ହେବ ସୋଲାରପ୍ଳାଣ୍ଟ । ଖରାରେ ସିଝୁ ଥିବା ଲୋକଙ୍କୁ ଜାଲି ଦେବାର ଯୋଜନା ଅଛି କି ଏକଥା ଆମେ କହୁନୁ ବରଂ ସୋଲାର ପାଓ୍ବାର ପ୍ଲାଣ୍ଟ ଦ୍ବାରା ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଏଭଳି ମତ । ବଲାଙ୍ଗୀର ଜିଲ୍ଲାରେ ଖରା କେମିତି ହୁଏ, ତାର ଯନ୍ତ୍ରଣାଦାୟକ କାହାଣୀ ଟିଟିଲାଗଡ଼ ପ୍ରତିବର୍ଷ ବଖାଣିଥାଏ ।

ଠିକ୍ ଏଭଳି ଏକ ସ୍ଥାନ ଅର୍ଥାତ୍ ବଲାଙ୍ଗର ଜିଲ୍ଲାର ତେଣ୍ଡଲିପାଲି ଓ ଡୁଙ୍ଗୁରିପାଲି ପଞ୍ଚାୟତଠାରେ ଆଦିତ୍ୟ ବିର୍ଲା କମ୍ପାନୀ ପକ୍ଷରୁ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଉଛି । 124 ସେଣ୍ଟର ଗୋଚର ଜମିରେ ବିର୍ଲା ସୋଲାର ପାୱାର ପ୍ଳାଣ୍ଟ ସ୍ଥାପନ କରାଯାଉଛି ।

ଆଉ ବର୍ତ୍ତମାନ ଏହାକୁ ନେଇ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । କେବଳ ଯେ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଏ ପ୍ରକଳ୍ପକୁ ସ୍ଥାନୀୟ ଲୋକ ମାନେ ବିରୋଧ କରୁଛନ୍ତି ତାହା ନୁହେଁ ବରଂ ପ୍ରକଳ୍ପ ହେବାକୁ ଯାଉଥିବା ଗୋଚର ଜମିରୁ ଚାର, କେନ୍ଦୁ ଓ ମହୁଲ ଭଳି ଦ୍ରବ୍ୟ ସଂଗ୍ରହ କରି ପେଟ ପୋଶନ୍ତି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକ । ଏମିତି କି ଜନ ଶୁଣାଣି କରା ଯାଇନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଯଦି ପ୍ରଶାସନ ଜୋର ଜବରଦସ୍ତ ସୋଲାର ପ୍ଳାଣ୍ଟ ନିର୍ମାଣ କରିବ ତା ହେଲେ ଆଗାମୀ ଦିନରେ ରାଜରାସ୍ତାରେ ନିଆଁ ଜଳିବ ବୋଲି ସ୍ଥାନୀୟ ପଞ୍ଚାୟତ ବାସୀ ଚେତାବନୀ ଦେଇଛନ୍ତି । ଗାଁ ଲୋକଙ୍କ ମତରେ, ଆମେ ରାସ୍ତା ଅବରୋଧ କରିବୁ ଆମ ଜୀବନ ଚାଲିଯାଉ ହେଲେ ଆମେ ସୋଲାର ପ୍ଳାଣ୍ଟ କରେଇ ଦେବୁ ନାହିଁ । ଆଉ ଏ ସବୁ ପାଇଁ ପ୍ରଶାସନ ଦାୟୀ । ଆଉ ଏଠି ଯେତେ ଗଣ୍ଡୋଗଳ ହେଉଛି ତା ପାଇଁ କେବଳ ପ୍ରଶାସନ ଦାୟୀ ।

ବନ୍ଧୁଗଣ ଗାଁ ଲୋକ ମାନେ ଏବେ ଉତ୍ତେଜିତ ହୋଇ ରହିଛନ୍ତି । ଆଉ ଏ ସମ୍ପର୍କରେ ପ୍ରଶାସନର ପ୍ରତିକ୍ରିୟା ମିଳି ନଥିବା ବେଳେ ସୋଲାର ପାୱାର ପ୍ଳାଣ୍ଟ ଅଧିକାରୀ କହିଛନ୍ତି ପାୱାର ପ୍ଳାଣ୍ଟ ପାଇଁ ଜମି ଚିହ୍ନଟ ହୋଇଛି କିନ୍ତୁ କାମକୁ ସ୍ଥାନୀୟ ବାସିନ୍ଧା ବିରୋଧ କରୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *