ଚତୁର ଡ୍ରାଇଭର ! ମାଛ ପାଇଁ ନିଜ ଟ୍ରକ କୁ ନିଜେ କଲା ଆକ୍ସିଡେଣ୍ଟ, ଶେଷରେ ଡ୍ରାଇଭର ର ଚାଲବାଜି କୁ ଏମିତି ଧରିଲେ ଟ୍ରକ ମାଲିକ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କୁହାଯାଏ କି ଲୋଭ ରୁ ପାପ ଏବଂ ପାପ ରୁ ମୃତ୍ୟୁ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଲୋକମାନେ ଏତେ ଲୋଭି ହୋଇ ଗଲେଣି ଯେ ସେମାନେ ନିଜର ବିବେକ କୁ ମଧ୍ୟ ହରେଇ ବସୁଛନ୍ତି । ତେବେ କେତେବେଳେ ଏହି ଲୋଭ ଯୋଗୁଁ ବଡ଼ ବଡ଼ ଦୁର୍ଘଟଣା ମାନ ମଧ୍ୟ ଘଟେଇ ଦେଉଛନ୍ତି ତ କେତେବେଳେ ସେମାନେ କାହାର ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି ।


ତେବେ ବର୍ତ୍ତମାନ ଏକ ଏହି ଭଳି ଲୋଭ ଯୋଗୁଁ ଜଣେ ବ୍ୟକ୍ତି ଏକ ଭୟଙ୍କର କାଣ୍ଡ ଘଟେଇ ଦେଇଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରିନେବା । ତେବେ ମାଲିକର ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ୧୨ ଲକ୍ଷ ଟଙ୍କାର ମାଛକୁ ୭ଲକ୍ଷ ଟଙ୍କାରେ ବିକ୍ରି କରି ଟ୍ରକରେ ନିଆଁ ଲଗାଇଦେଲା । ଏମିତି ଏକ ଘଟଣାର ପର୍ଦ୍ଦାଫାସ କରିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସ ।

ଗତ ଜୁନ୍ ୨୨ ତାରିଖରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟିରେ ଏକ ମାଛ ବୋଝେଇ ଟ୍ରକ ଦୁର୍ଘଟଣାଗସ୍ତ ହୋଇ ନିଆଁ ଲାଗି ଯାଇଥିଲା । ଖଲ୍ଲିକୋଟ ପୋଲିସ ଘଟଣାର ତଦନ୍ତ କରିଥିଲା । ଏବେ ଖଲ୍ଲିକୋଟ ପୋଲିସ ତାର ପର୍ଦ୍ଦାଫାସ କରିଛି । ସୂଚନା ଅନୁସାରେ, ଟ୍ରକଟି ଆନ୍ଧ୍ରପ୍ରଦେଶ ଭିମ୍ବଭରମରୁ ୧୦ ଟନ୍ ମାଛ ନେଇ ଏକ କୋଲକାତା ଅଭିମୁଖେ ବାହାରିଥିଲା । ଗାଡିରେ ୧୨ ଲକ୍ଷ ଟଙ୍କାର ମାଛକୁ ଦେଖି ଲୋଭର ବଶବର୍ତୀ ହୋଇଥିଲେ ଡ୍ରାଇଭର ଭି. ଶିବରାମ ପ୍ରସାଦ ।

ସେ ଏହି ସବୁ ମାଛକୁ ଆନ୍ଧ୍ରପ୍ରଦେଶ ଭୋଗମପୁରମ ଜଣେ ବ୍ୟବସାୟୀକୁ ୭ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ପରେ ଧରାପଡ଼ିବା ଭୟରେ ଶିବରାମ ଟ୍ରକକୁ ଖଲ୍ଲିକୋଟ ବଡଘାଟି ନିକଟରେ ଦୁର୍ଘଟଣାର ରୂପ ଦେଇଥିଲେ । ତାଙ୍କୁ ଏଥିରେ ସହଯୋଗ କରିଥିଲେ ହେଲପର ଓ ଦୁଇ ସହଯୋଗୀ ।

ଘଟଣାରେ ପୋଲିସ ଖଲାସୀ ଏସ ନାଗରାଜୁ ଓ ଡ୍ରାଇଭରଙ୍କ ସାଙ୍ଗ କେ ସୁନିଲଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ଫେରାର ଅଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *