ଅଚାନକ ପଡିଆରେ ଲ୍ୟାଣ୍ଡିଂ କଲା ଏକ ଅଜଣା Helicopter, ଧୁଳି ଉଡାଇ ଚକର କାଟିଲା, Gajapati ରେ ଭୟର ବାତାବରଣ ! ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଏହି ସମୟରେ କିଛି ନା କିଛି ଅଘଟଣ ଘଟି ଚାଲିଛି । ଯାହାକୁ ଦେଖିବା ପରେ ଆପଣ ମାନେ ଚକିତ ହେବା ସହ କିଛି ବୁଝି ମଧ୍ୟ ପାରୁ ନାହାଁନ୍ତି । କେତେବେଳେ ପାଣି ଆକାଶରେ ଉଡି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରୁଛି ତ କେତେବେଳେ ଅଚାନକ ବନ୍ୟା ବାତ୍ୟା ଆସି ଲୋକ ମାନଂଙ୍କ ର କ୍ଷୟକ୍ଷତି କରିଦେଇ ଚାଲୁଛି । ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ଦେଖିବାକୁ ମିଳୁଛି ଯାହା ପରେ ସେଠାକାର ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଭୟବିତ ମଧ୍ୟ ହୋଇ ଯାଇଛନ୍ତି ।


ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଘଟଣା ଟି କିଛି ଏଭଳି କି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ଠାରେ ଅଜଣା ହେଲିକପ୍ଟର ଲ୍ୟାଣ୍ଡ ପାଇଁ କରିଥିଲା ଉଦ୍ୟମ । ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଅବତରଣ ନକରି ପୁଣି ଫେରିଯାଇଛି ହେଲିକପ୍ଟଟ । ସୂଚନା ଅନୁଯାୟୀ ଦୁଇ ଥର ଲ୍ୟାଣ୍ଡ ପାଇଁ ଉଦ୍ୟମ କରିଥିଲା ହେଲିକପ୍ଟର ।

ହେଲେ ସଫଳ ହୋଇନଥିଲା । ଭିଡଦେଖି ଫେରିଯାଇଥିଲା । ଏହି ହେଲିକପ୍ଟରଟି ଭାରତୀୟ ବାୟୁସେନାର ବୋଲି ଅନୁମାନ କରାଯାଉଛି । ତେବେ ଅପରାହ୍ନରେ ସମୟ ପ୍ରାୟ ୪ଟା ୩୦ ସମୟରେ ହେଲିକପ୍ଟରଟି ପ୍ରଥମେ କଲେଜ ପଡ଼ିଆ ଉପରେ ଚକର ମାରିଥିଲା । ପରବର୍ତ୍ତୀ ସମୟରେ ଗଜପତି ଷ୍ଟାଡିୟମକୁ ଆସି ପ୍ରଥମେ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଫେରିଥଲା ।

କିଛି ସମୟ ପରେ ପୁଣି ଷ୍ଡାଡିଅମ ଉପରକୁ ଆସି ଭୂମି ଠାରୁ ମାତ୍ର କିଛି ଫୁଟ ତଳକୁ ଆସିଥିଲା । ତେବେ ଏହି ଘଟଣା ନେଇ ସ୍ଥାନୀୟ ପୋଲିସ ନିକଟରେ କୌଣସି ସୂଚନା ନଥିବା କୁହାଯାଇଛି । ତେବେ ଏହି ସମୟରେ ଲୋକମାନେ ନିଜ ମୋବାଇଲ ରେ ଭିଡିଓ କରିବା ସହ ଫୋଟୋ ମଧ୍ୟ ଉତ୍ତଳନ କରିଥିଲେ । ତେବେ ସେମାନଙ୍କ ଭିତରୁ କିଛି ଲୋକ କହିଛନ୍ତି କି ଆକାଶ ସମ୍ପୂର୍ଣ୍ଣ ପରିଷ୍କାର ଥିଲା ଏବଂ ଅଚାନକ ଏକ ହେଲିକ୍ୟାପ୍ଟର ର ଆସିଥିଲା ।


ତେବେ ଏହି ହେଲିକ୍ୟାପ୍ଟର ଟି ଏତେ ତଳକୁ ଥିଲା ଯେ ଲୋକ ମାନେ ଭୟବିତ ହୋଇ ଯାଇଥିଲେ ଏବଂ ସମସ୍ତେ ଦୌଡ଼ି ପଳାଇ ଥିଲେ ମଧ୍ୟ । ତେବେ ହେଲିକ୍ୟାପ୍ଟର ଟି ଏତେ ପାଖରେ ଯାଉଥିବାରୁ ସେହି ସ୍ଥାନରେ କେବଳ ଧୂଳି ହିଁ ଧୂଳି ଥିଲା ଏବଂ ଲୋକମାନେ କୌଣସି ଆକ୍ରମଣ ର ଭୟ ରେ ସବୁ ଲୁଚି ଏବଂ ଡରି ପଳାୟନ କରିଥିଲେ । ତେବେ ଏହି ଖବର ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *