ବୈଷୟିକ ବିଜ୍ଞାନର କମାଲ, ମୃତ୍ୟର ଦୀର୍ଘ 4 ବର୍ଷ ପରେ ମା ସହ ଝିଅକୁ ଭେଟ କରାଇଲେ ବୈଜ୍ଞାନିକ, ଜାଣନ୍ତୁ କେମିତି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କଣ ଆପଣ ମାନେ କେବେବି କୌଣସି ମୃତ ବ୍ୟକ୍ତି ଙ୍କୁ ଦ୍ଵିତୀୟ ଥର ପାଇଁ ଦେଖା କରି ପାରିବେ? ଆପଣଙ୍କ ଉତ୍ତର ନିଶ୍ଚିତ ଭାବରେ ନାଁ ରହିବ କାରଣ ଏହା ଅସମ୍ଭବ ଅଟେ । କିନ୍ତୁ ବିଜ୍ଞାନ ଏହାକୁ ସମ୍ଭବ ବୋଲି ପ୍ରମାଣିତ କରିଛି । ନିକଟରେ ଜଣେ ମାଆ ବିଜ୍ଞାନ ର ଏହି ଚମତ୍କାର ଦ୍ୱାରା ନିଜ ମୃତ ଝିଅ ସହିତ ପୁଣିଥରେ ଦେଖା କରି ପାରିଛନ୍ତି । ଯିଏ କି ଏକ ଅଜଣା ରୋଗରେ ୪ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଦକ୍ଷିଣ କୋରିଆ ରେ ।

ଏକ କୋରିଆନ ଟିଭି ସୋ ଯାହାର ନାମ ଥିଲା ମିଟିଂ ସୋ ସେଥିରେ ହିଁ ଏହି ମାଆ ଝିଅ ଙ୍କ ର ମିଳନ ହୋଇଥିଲା । ତେବେ ଏକଥା ସମ୍ଭବ ହୋଇପାରିଥିଲା କେବଳ ଟେକ୍ନୋଲୋଜି ଯୋଗୁଁ । ଏହି ସୋ ଜରିଆ ରେ ମାଆ ଓ ଝିଅ ପରସ୍ପର କୁ ଛୁଇଁ ଥିଲେ ଏବଂ କଥା ହୋଇଥିଲେ । ମୃତ ଝିଅ ଟି ନିଜର ମାଆ ଙ୍କୁ ଏହା ପ୍ରତିଶ୍ରୁତି ଦେଇଥିଲେ ସେ ତାଙ୍କୁ ଦେଖା କରିବାକୁ ଆସିବେ । କାରଣ ବର୍ତ୍ତମାନ ତାଙ୍କୁ ରୋଗ ପାଇଁ ଆଉ ଯନ୍ତ୍ରଣା ହେଉନାହିଁ ।

ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । କୋରିଆ ବାସିନ୍ଦା ଏହି ମାଆ ଙ୍କ ନାମ ହେଉଛି ଜାଙ୍ଗ ଜି ସୁ ଏବଂ ତାଙ୍କର ଝିଅ ଙ୍କ ନାମ ହେଉଛି ନେୟାନ । ଏମାନଙ୍କ ସାକ୍ଷାତ ଟିଭି ସୋ ରେ ଭର୍ଚୁଆଲ ରିଆଲିଟି ଦ୍ଵାରା ହୋଇଥିଲା । ବର୍ତ୍ତମାନ ଆପଣ ଭାବୁଥିବେ ଏହି ଭର୍ଚୁଆଲ ରିଆଲିଟି କଣ? ଏହା ଏକ କୃତ୍ରିମ ବାତାବରଣ ବା ଦୃଶ୍ୟ ଅଟେ ଯାହାକୁ କମ୍ପୁଟର ର ହାର୍ଡ ୱେୟାର ଉପକରଣ ଏବଂ ସଫ୍ଟୱେଅର ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ ।

ଏହା ଏଭଳି ଭାବରେ ପ୍ରସ୍ତୁତ କରାଯାଇଥାଏ ଲାଗିବ ସତରେ ଯେଭଳି ମଣିଷ ଟିଏ । ଏହି ଟେକ୍ନିକ ସହ ମାଆ ଟି ନିଜ ମୃତ ସନ୍ତାନ ଙ୍କ ସହିତ କଥାବାର୍ତ୍ତା ହୋଇପାରୁଥିଲେ । ଏହି ଟେକ୍ନିକ ଦ୍ଵାରା ଝିଅ ର ଶରୀର ପୁଣିଥରେ ଗଢ଼ା ଯାଇଥିଲା ଏବଂ ସେଥିରେ ତାଙ୍କର ସ୍ୱର ଭରିଦିଆ ଯାଇଥିଲା । ଏହି ସୋ ମାଧ୍ୟମରେ ମାଆ ଙ୍କୁ ପଚରା ଯାଇଥିଲା ଯେ, କଣ ଆପଣ ନିଜ ଝିଅ ଙ୍କୁ ମନେ ପକାଉଛନ୍ତି? ଉତ୍ତର ରେ ସେ କହିଥିଲେ ସବୁବେଳେ ମନେ ପଡୁଛି ।

ଏହା ଶୁଣି ଝିଅ ମଧ୍ୟ କହିଥିଲା, ମାଆ ମୁଁ ବି ଆପଣଙ୍କୁ ମନେ ପକାଉଛି । ତେବେ ବର୍ତ୍ତମାନ ସାରା ଦୁନିଆ ରେ ଏହା ଚର୍ଚ୍ଚା ର ବିଷୟ ପାଲଟିଛି ଯେ, ଏ ସବୁ କରିବା କଣ ଠିକ? କାରଣ ଏହାଦ୍ବାରା ପରିବାର ଲୋକଙ୍କ ମାନସିକ ସ୍ଥିତି ଉପରେ ଭିନ୍ନ ପ୍ରକାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।

ଜଣେ ବୈଜ୍ଞାନିକ ଙ୍କ କହିବାନୁଯାୟୀ ଏହାଦ୍ବାରା ସେ ଖୁସି ହୋଇ ପାରନ୍ତି ନଚେତ ନିଜ ମୃତ ଝିଅ ଙ୍କୁ ଅଧିକ ମନେ ପକାଇ ପାରନ୍ତି । ଆମେ ଏହାର ପ୍ରଭାବ ସମ୍ପର୍କରେ ଏତେ ମାତ୍ରାରେ ଚିନ୍ତା କରିନାହୁଁ । ତେବେ ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ଆପଣ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *