ପବିତ୍ର ଜନ୍ମାଷ୍ଟମିରେ କରନ୍ତୁ ଏହି ଉପାୟ ପୂରଣ ହେବ ଆପଣଙ୍କର ସବୁ ମନୋସ୍କାମନା

ବନ୍ଧୁଗଣ କୃଷ୍ଣ ଜନ୍ମାଷ୍ଟମୀ ର ପାବନ ପର୍ବ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପୁରା ଭାରତ ବର୍ଷରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ । ଭଗବାନ କୃଷ୍ଣ ଙ୍କର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବରେ ପାଳନ କରା ଯାଇଥାଏ ଓ ଜନ୍ମାଷ୍ଟମୀ ର ରାତିକୁ ମୋହ ରାତ୍ରି ମଧ୍ୟ କୁହାଯାଇଥାଏ । ଏଥିପାଇଁ ଜନ୍ମାଷ୍ଟମୀ ର ରାତିକୁ ବହୁତ ମହତ୍ଵପୂର୍ଣ୍ଣ ମନା ଯାଇଥାଏ । କାରଣ କୁହାଯାଏ କି ଏହି ରାତିରେ ଭଗବାନଙ୍କର କୃପା ଦୃଷ୍ଟି ଯାହା ଉପରେ ପଡିଥାଏ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।

ପୁରାଣ ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି ଏବଂ ତାଙ୍କ ପତ୍ନୀ ରୁକ୍ମଣୀ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ଅଟନ୍ତି । ସେଥିପାଇଁ କୃଷ୍ଣ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ଯଦି କିଛି ଖାସ ଉପାୟ କରାଯାଏ ତେବେ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କର ସବୁ ଇଚ୍ଛା ପୂରଣ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ କରା ଯାଉଥିବା କିଛି ବିଶେଷ ଉପାୟ ବିଷୟରେ, ଯାହାକୁ କରିବା ଦ୍ଵାରା ମଣିଷର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

କୃଷ୍ଣ ଜନ୍ମାଷ୍ଟମୀ ଦିନ ସକାଳୁ ଉଠି ସ୍ନାନ ଶୌଚ ସାରି ଶୁଦ୍ଧ ବସ୍ତ୍ର ପରିଧାନ କରି ରାଧା କୃଷ୍ଣ ମନ୍ଦିରକୁ ଯାଇ ହଳଦିଆ ରଙ୍ଗର ଫୁଲମାଳ ଭଗବାନ କୃଷ୍ଣଙ୍କୁ ଅର୍ପଣ କରନ୍ତୁ । ଏହିପରି କରିବା ଦ୍ଵାରା ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ ଓ ଧନପ୍ରାପ୍ତିର ଯୋଗ ହୋଇଥାଏ ।

ଭଗବାନ କୃଷ୍ଣଙ୍କୁ ପୀତାମ୍ବର ଧାରୀ ମଧ୍ୟ କୁହାଯାଇଥାଏ । ଏଥିପାଇଁ କୃଷ୍ଣ ଜନ୍ମାଷ୍ଟମୀ ଦିନ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଓ ହଳଦିଆ ରଙ୍ଗର ଫୁଲ ଓ ହଳଦିଆ ରଙ୍ଗର ଭୋଗ ଅର୍ପଣ କରନ୍ତୁ । ଏହିପରି କରିବା ଦ୍ଵାରା ଭଗବାନ ଶ୍ରୀକୃଷ୍ଣ ଓ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ ଓ ବ୍ୟକ୍ତିର ଜୀବନରେ କେବେ ବି ଧନ ଓ ସମ୍ପତିର ଅଭାବ ହୋଇ ନଥାଏ ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଧଳା ରଙ୍ଗର ମିଷ୍ଟାନ୍ନ ବା ଶାଗୁ ଦାନାର ଖିରୀ ବା ଚାଉଳର ଖିରୀ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଭୋଗ ଲଗାନ୍ତୁ । କିନ୍ତୁ କ୍ଷୀରୀରେ ଚିନି ବଦଳରେ ମିଶ୍ରି ର ଭୋଗ ଲଗାନ୍ତୁ ଓ କ୍ଷୀରୀରେ ତୁଳସୀ ପତ୍ର ପକାନ୍ତୁ । ଏହିପରି କରିବା ଦ୍ଵାରା ଭଗବାନ ଶ୍ରୀକୃଷ୍ଣ ଙ୍କ କୃପାରୁ ଧନ ଓ ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ ।

ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ପୂର୍ଣ୍ଣ କରି ଜନ୍ମାଷ୍ଟମୀ ଦିନ ସକାଳେ ଭଗବାନ ଶ୍ରୀକୃଷ୍ଣ ଙ୍କର ଅଭିଷେକ କରନ୍ତୁ । ଆପଣ ପଞ୍ଚାମୃତରେ ମଧ୍ୟ ଅଭିଷେକ କରି ପାରିବେ । ଏହିପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

ପ୍ରେମରେ ସଫଳତା ପାଇବା ପାଇଁ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିରକୁ ଯାଇ ହଳଦିଆ ରଙ୍ଗର ଫୁଲମାଳ ଅର୍ପଣ କରନ୍ତୁ ଓ ହଳଦିଆ ରଙ୍ଗର ମିଠାର ଭୋଗ ଲଗାନ୍ତୁ ।

ଜନ୍ମାଷ୍ଟମୀ ଦିନ ରାତି 12 ଟା ପରେ କ୍ଷୀରରେ କେଶର ମିଶାଇ ଭଗବାନ କୃଷ୍ଣଙ୍କ ଅଭିଷେକ କରନ୍ତୁ । ଏହିପରି କରିବା ଦ୍ଵାରା ଭଗବାନ କୃଷ୍ଣଙ୍କ କୃପାରୁ ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତିର ବାସ ହୋଇଥାଏ ।

ତେବେ ଆପଣଙ୍କୁ ଯଦି ଆମର ଏହି ପୋସ୍ଟ ଟି ଭଲ ଲାଗିଥାଏ ତେବେ ଏହାକୁ ଲାଇକ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଏମିତି ନୂଆ ନୂଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *