New Zealand ହରାଇବା ପରେ ଭାରତ ସମେତ ପାକିସ୍ତାନରେ ହେଉଛି Rohit ଙ୍କ କ୍ଯାପଟେନସିପର ପ୍ରଶଂସା, Rohit ଙ୍କୁ ନେଇ କହିଲେ କିଛି ଏମିତି…

ବନ୍ଧୁଗଣ ରୋହିତ ଶର୍ମା ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ହେବା ପରେ ନ୍ୟୁଜଲାଣ୍ଡ ଓ ଭାରତ ମଧ୍ୟରେ ହୋଇଥିବା ପ୍ରଥମ ଟି20 ମ୍ୟାଚରେ ଭାରତ ବିଜୟ ହୋଇଛି । ଗତ କାଲି ଇଣ୍ଡିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି20 ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ପ୍ରଥମ ଥର ପାଇଁ ଇଣ୍ଡିଆର କ୍ୟାପଟେନ ହୋଇ ଖେଳି ଥିଲେ ରୋହିତ ଶର୍ମା । ତେବେ ରୋହିତ ଶର୍ମାଙ୍କ କ୍ୟାପଟେନସିରେ ଗତ କାଲି ଇଣ୍ଡିଆ ନ୍ୟୁଜଲାଣ୍ଡକୁ ହରାଇ ଟି20 ମ୍ୟାଚର ବିଜେତା ହୋଇଥିଲା ।


ଭାରତୀୟ ଟିମ ନ୍ୟୁଜଲାଣ୍ଡ ସହ ତିନୋଟି ଟି20 ମ୍ୟାଚ ଖେଳୁଛି । ଏହାର ପ୍ରଥମ ମୁକାବାଲା ଜୟପୁରର ଏକ ଷ୍ଟାଡିୟମରେ ଖେଳା ଯାଇଥିଲା । ରୋହିତ କ୍ୟାପଟେନ ହେବା ପରେ ସମସ୍ତ ପ୍ରଶଂସକ ମାନେ ବହୁତ ଅଧିକ ଖୁସି ଅଛନ୍ତି । ରୋହିତଙ୍କ ଭାରତୀୟ କ୍ରିକେଟ ଟିମ ପ୍ରତି ବହୁତ ବଡ ଅବଦାନ ରହିଛି । ରୋହିତ ଅନେକ ଥର ନିଜ ଦମଦାର ବ୍ୟାଟିଙ୍ଗ ପଦର୍ଶନ କରି ପ୍ରଶଂସକ ମାନଙ୍କ ମନ ଜିତି ଛନ୍ତି ।

ଗତ କାଲି ମ୍ୟାଚରେ ନ୍ୟୁଜଲାଣ୍ଡ ପ୍ରଥମେ ବ୍ୟାଟିଙ୍ଗ କରି ୧୬୪ ରନ୍ କରିଥିଲା ଓ ଭାରତ ପାଇଁ ୧୬୫ ରନ୍ ର ଟାର୍ଗେଟ ରଖିଥିଲା ତେବେ ଭାରତୀୟ ଖେଳାଳି ମାନେ ବହୁତ ଭଲ ପଦର୍ଶନ କରି ଥିଲେ । ଭାରତୀୟ ଖେଳାଳି ମାନେ ୧୬୬ ରନ୍ କରି ନ୍ୟୁଜଲାଣ୍ଡକୁ ପରାସ୍ତ କରିଥିଲେ । ଏହି ମ୍ୟାଚରେ ରୋହିତ ଦମଦାର ଖେଳ ପଦର୍ଶନ କରିଥିଲେ ।

ରୋହିତଙ୍କ ସହ, କେ ଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ ଓ ରିସବ ପନ୍ତ ମଧ୍ୟ ବହୁତ ଭଲ ବ୍ୟାଟିଙ୍ଗ କରିଥିଲେ । ତେବେ ବନ୍ଧୁଗଣ ରୋହିତଙ୍କ କ୍ୟାପଟେନସିର ପ୍ରଶଂସା ଭାରତରେ ବହୁତ ହେଉଛି କେବଳ ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ହେଉଛି । ଭାରତୀୟ ଟିମର ଏହି ବିଜୟ ଉପରେ ପାକିସ୍ତାନର ପ୍ରତିକ୍ରିୟା ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପାକିସ୍ତାନର ପୂର୍ବତ୍ତମ ଖେଳାଳି ସୋଏବ ଅଖତର କହିଛନ୍ତି- ‘ଆଜି ଇଣ୍ଡିଆ ବହୁତ ଭଲ ଖେଳ ପଦର୍ଶନ କରିଛି ନ୍ୟୁଜଲାଣ୍ଡକୁ ହରାଇ ଇଣ୍ଡିଆ ଯେତେ ଖୁସି ହୋଇଛି ତା ଠାରୁ ଅଧିକ ଆମେ ହେଇଛୁ । କାରଣ ଏହି ଦେଶ ଆମ ସହ ଯାହା କରିଛି ତାଙ୍କୁ ଏମିତି ହରାଇ ଭାରତ ବଦଲା ନେଇଛି । ରୋହିତ ନିଜ କ୍ୟାପଟେନସିର ଠିକ ଉପଯୋଗ କରିଛନ୍ତି ଯାହା ଫଳରେ ଆଜି ସେମାନେ ନ୍ୟୁଜଲାଣ୍ଡକୁ ହରାଇ ବିଜୟ ହୋଇଛନ୍ତି’ ।

ଅନ୍ୟ ପକ୍ଷରେ ପାକିସ୍ତାନର ପୂର୍ବତ୍ତମ ଖେଳାଳି ସାହିଦ ଆଫ୍ରିଦି ମଧ୍ୟ ଏକ ପ୍ରତିକ୍ରିୟା ଦେଇଛନ୍ତି- ‘ରୋହିତ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଛନ୍ତି । ରୋହିତଙ୍କ ପାଇଁ ଇଣ୍ଡିଆ ନ୍ୟୁଜଲାଣ୍ଡକୁ ହରାଇ ପାରିଲା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରୋହିତ ଶର୍ମାଙ୍କ କ୍ୟାପଟେନସି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *