ପୁଣି ମୁଣ୍ଡଳିରେ ଅଘଟଣ ! ଦେଖୁ ଦେଖୁ ଆଖି ସାମ୍ନାରେ Bridge ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁ ପଡିଲେ ଯୁବକ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମହାନଦୀକୁ ଡେଇଁଲେ ଯୁବକ । ପୁଣି ଆଉ ଏକ ଯୁବକ ଆତ୍ମହତୟଆ ଉଦ୍ୟମ କରି ମହାନଦୀକୁ ହେଇଁ ପଡିଛନ୍ତି ବୋଲି ସନ୍ଦେହ କରାଯାଉଛି । ଖବର ପାଇଁ ଘଟଣା ସ୍ଥଳରେ ଛାନଭିନ୍ନ କରୁଛନ୍ତି ଅଗ୍ନୀଶମ ବାହୀନି । ମୁଣ୍ଡୁଳୀ ବ୍ରିିଜ ଉପରୁ ଡେଇଁଛନ୍ତି ଯୁବକ । ତେବେ ଯୁବକ ଜଣକ ଆଠଗଡର ବୋଲି ସୂଚନା ମିଳୁଥିବା ବେଳେ ବ୍ରିଜ ଉପରେ ଗାଡି ଏବଂ ହେଲମେଟ ,ଚପଲ ପଡି ରହିଛି । ତେଣୁ ବର୍ତ୍ତମାନ ଅଗ୍ନୀଶମ ବାହୀନି ସର୍ଚ୍ଚଅପରେସନ ଆରମ୍ଭ କରିଦେଇଛନ୍ତି ।


ମହାନଦୀ ମୁଣ୍ଡଳୀ ବ୍ରିଜ୍‌ରେ ପୁଣି ଅଘଟଣ । ବ୍ରିଜ୍‌ ଉପରେ ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ଚପଲ ରଖାଯାଇଛି । ଚପଲଟି ଜଣେ ପୁରୁଷ ବ୍ୟକ୍ତିଙ୍କ ହୋଇଥିବାରୁ ଜଣେ ଯୁବକ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ପ୍ରେମ ବ୍ୟାପାରକୁ ନେଇ ଏଭଳି ହୋଇ ଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ସୂଚନା ।

ତେବେ ରାତି ପ୍ରାୟ ସାଢେ ଗୋଟାଏ ସମୟରୁ ଏହି ସ୍କୁଟିଟି ରହିଥିବା ଜଣାପଡ଼ିଛି । ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ । ଖବରପାଇ ବାରଙ୍ଗ ଗୋଡ଼ିସାହି ଫାଣ୍ଡି ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଏବେ ଯାଏଁ ନିଖୋଜଙ୍କ ପରିଚୟ ମିଳିପାରି ନାହିଁ ।

ତେବେ ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଭୁବନେଶ୍ୱରର ଜଣେ ବ୍ୟକ୍ତି ମୁଣ୍ଡଳୀ ବ୍ରିଜ୍‌ରେ ସ୍କୁଟି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ । ନଦୀକୁ ଡେଇଁବାର ୨ ଦିନ ପରେ ପାଣିରେ ଭାସିବା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା । ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ୨ଟି ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ । ମୁଣ୍ଡଳୀ ଠାରୁ ୫ କିମି ଦୂର ଲିଙ୍ଗାପଦା ଗାଁ ନଦୀ କୂଳରୁ ମୃତଦେହ ମିଳିଥିଲା । ମୃତ ଯୁବକ ହେଲେ ଭୂବନେଶ୍ୱର ଶୈଳଶ୍ରୀ ବିହାରର ବିଶ୍ୱଦେବ ଦାସ । ସେ ମହାନଦୀକୁ ଡେଇଁ ଆତ୍ମହତୟଆ କରିଥିବା ଜଣାପଡ଼ିଛି ।


ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଘଟଣା ଦେଖିବାକୁ ମିଳିଛି । ଗତ କାଲି ପ୍ରକାଶ ପାଇଥିବା ଏନ୍‌ସିଆରବି ରିପୋର୍ଟ ଅନୁସାରେ ଦେଶରେ ୨୦୨୧ ମସିହାରେ ୧,୬୪,୦୩୩ ଜଣ ଆତ୍ମହତୟଆ କରିଛନ୍ତିି । ୫ ରାଜ୍ୟ ମହାରାଷ୍ଟ୍ର, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ୫୦ ପ୍ରତିଶତରୁ ଅଧିକ ଆତ୍ମହତୟଆ ହୋଇଛି । ଜାତୀୟ ଅପରାଧ ରେକର୍ଡ‌୍‌ସ ବ୍ୟୁରୋ ରିପୋର୍ଟରୁ ଏହା ଜଣାପଡ଼ିଛି ।

୨୦୨୧ରେ ପ୍ରତି ୧ ଲକ୍ଷରେ ୧୨ ‌ଲୋକ ଆତ୍ମହତୟଆ କରିଥିବା ରିପୋର୍ଟରୁ ଜଣାପଡ଼ିଛି । ଚାକିରି, କ୍ୟାରିୟର, ଏକଲାପଣ, ପରିବାରରେ ବିବାଦ, ନିର୍ଯାତନା, ହିଂସା, ମାନସିକ ଅସୁସ୍ଥତା, ନିଶା, ଆର୍ଥିକ ସଙ୍କଟ ଏବଂ ଦୀର୍ଘଦିନ ଧରି ଯନ୍ତ୍ରଣା ଆତ୍ମହତୟଆର କେତେକ ପ୍ରମୁଖ କାରଣ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *