ଏକା ଥରେ ଜଳିଲା ୫ ଜୁଇ ! କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି…

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ ନିଶ୍ଚିତ ଜନ୍ମ ଯାହାର ମୃତ୍ୟୁ ବି ତାହାର । କାରଣ ଜନ୍ମ ବିନା ମୃତ୍ୟୁ ଏବଂ ମୃତ୍ୟୁ ବିନା ଜନ୍ମ ଅସମ୍ଭବ । ଜଣେ ମନୁଷ୍ୟ କେବେବି ଜାଣି ନଥାଏ ତାର ମୃତ୍ୟୁ ର ସମୟ କେତେବେଳେ ଆସିବାର ଅଛି । ଏହା ଅଚାନକ ଆସେ ଏବଂ ସମସ୍ତଙ୍କୁ ଭାଙ୍ଗି ଦେଇ ଯାଏ । ତେବେ ସେହିପରି ଘଟଣା ଘଟିଛି କାମାକ୍ଷାନଗର ରେ । ତେବେ ଦାଣ୍ଡ ଦୁଆରେ କାନ୍ଦ ବୋବାଳି ପଡ଼ିଛି କିଏ କାନ୍ଦି କାନ୍ଦି ବେହୋସ ହୋଇ ଯାଉଛି ତ ଆଉ କିଏ ରାହା ଧରି ମୁଣ୍ଡ ବାଡେଇ ଦେଉଛି ପୁଣି ଏକା ସାଙ୍ଗରେ କୋକେଇ ବନ୍ଧା ଯାଉଛି ।


ଡାକ ଖାଲି ଶୁଭୁଛି କି ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ଆଉ ଜଣଙ୍କ ପରେ ଜଣଙ୍କ ଶବ ଆଣି ଗାଁ ଲୋକେ କୋକେଇ ରେ ବାନ୍ଧୁଛନ୍ତି । ଏହି ଦୃଶ୍ୟ ହେଉଛି ଏତେ ହୃଦୟ ବିଦାରକ ଯେ ଯିଏ ବି ଦେଖିବ ସେ କାନ୍ଦିବାକୁ ଲାଗିବ ଆଉ କହିବ ଭଗବାନ ଏହି ଦୁଃଖ ଆଉ କାହାକୁ ବି ନ ଦିଅନ୍ତୁ ।

ତେବେ ଯେତେ ବେଳେ ପାଞ୍ଚ ପାଞ୍ଚୋଟି ଜୀବନ ଏମିତି ନିମିଷେକେ ମରି ଯାଉଛି କାନ୍ଦିବା ଛଡ଼ା ପରିବାର ଲୋକ ଙ୍କ ପାଖରେ ଆଉ ଉପାୟ ବା କଣ ଅଛି । ଏକ ମସାଣି ରେ ପାଞ୍ଚ ପାଞ୍ଚୋଟି ଚିତା ଜଳୁଛି କିଏ କାହାକୁ ସାନ୍ତ୍ୱନା ଦେବା ତାହା ବୁଝା ପଡ଼ୁ ନାହିଁ । କାନ୍ଦ ଚିତ୍କାର ପୁରା ପରିବାର ଟି କମ୍ପି ଯାଉଛି ଆଉ ସମସ୍ତ ଙ୍କ ମୁହଁରେ ଗୋଟିଏ କଥା ବିଧାତା ତୁ ଏ କଣ କଲୁ ସବୁ କିଛି ଅଜାଡି ଦେଲୁ ।

ତେବେ ମହୁଲ କିଣିବା ପାଇଁ ଏମାନେ ଘରୁ ସବୁ ତର ତର ହୋଇ ବାହାରି ଆସି ଥିଲେ, ତେଲ ଆଣିଲେ ଗୁଜୁରାଣ ମେଣ୍ଟିବ ବୋଲି ଭାବି ଥିଲେ ହେଲେ ଗୁଜୁରାଣ କଣ ମେଣ୍ଟିବ ପାଞ୍ଚ ପାଞ୍ଚୋଟି ପରିବାର ପୁରା ଛାରଖାର ହୋଇ ଗଲା । ଘରୁ ସିନା ଗୁଜୁରାଣ ମେଣ୍ଟେଇବା ପାଇଁ ବାହାରି ଯାଇ ଥିଲେ ହେଲେ ଗାଁ କୁ ଶବ ହୋଇ ଫେରିଲେ ଆଉ ଗାଁ ରେ ଶବ ପହଞ୍ଚିବା ପରେ କାନ୍ଦ ବୋବାଳି ରେ ପୁରା ଗାଁ ପରିବେଶ ଫାଟି ପଡ଼ି ଥିଲା ।

କିଏ ବାପା କୁ ହରାଇ କାନ୍ଦୁ ଥିଲା ତ ଆଉ କିଏ କକା କୁ ତ ପୁଣି ଆଉ କିଏ ନିଜ ସ୍ୱାମୀ କୁ ହରାଇ ସ୍ତ୍ରୀ ବେହୋସ ହୋଇ ପଡୁଛି ସେ ଦୁଃଖ ଦେଖିଲେ ଆପଣ ଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିବ । ତେବେ ସୂଚନା ଅନୁଯାଇ ଭୋରୁ ଭୋରୁ କାମାକ୍ଷ ନଗର ଜାତୀୟ ରାଜପଥ ରେ ଯେଉଁ ଘଟଣା ଘଟିଲା ତାହା ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇ ଥିଲା । ଅଟୋ କୁ ଟ୍ରକ ଧକ୍କା ଦେବା ଫଳରେ ପାଞ୍ଚୋଟି ଜୀବନ ଲିଭି ଗଲା ଖବର ଟି ବ୍ୟାପିବା ପରେ ସାଙ୍ଗେ ସାଙ୍ଗେ ପୁରା ଅଞ୍ଚଳ ଟି ଲୋକାରୁଣ୍ୟ ହୋଇ ଥିଲା ।


ତେବେ କିନ୍ତୁ ସବୁ କିଛି ସରି ଯାଇ ଥିଲା ଶବ ଗୁଡ଼ିକ ଏମିତି ବିକ୍ଷିପ୍ତ ହୋଇ ପଡ଼ି ରହି ଥିଲା ଯେ ତାହାକୁ ଦେଖେଇବା ମଧ୍ୟ ସମ୍ଭବ ନୁହେଁ । ତେବେ ମୃତ୍ୟୁ କେତେ ବେଳେ କାହାର ହେବ ତାହା କେହି ତ କହି ପାରିବେ ନାହିଁ କିନ୍ତୁ ଏମିତି ଅକାଳ ମୃତ୍ୟୁ ହେଲେ ପରିବାର ଆତ୍ମୀୟ ସ୍ୱଜନ ଙ୍କୁ କେତେ ଯେ କଷ୍ଟ ଦେଇ ଥାଏ ତାହା ହୁଏତ ଏହି ଘଟଣା ବୟାନ କରୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *