ନମସ୍କାର ବନ୍ଧୁଗଣ ତେବେ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ । କୌଣସି ଭାଇରଲ ଭିଡିଓ ଯୋଗୁଁ କିଏ ଷ୍ଟାର ହୋଇଯାଏ ତ ଆଉ କେଉଁଠି ଚୋର ଧରାପଡେ । ଏବେ ଏମିତି ଏକ ଭାଇରଲ ଭିଡିଓ ଯୋଗୁଁ ରେଳ ଷ୍ଟେସନରୁ ପିଲା ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଛି । ରେଳ ଷ୍ଟେସନରେ ମା’ ପାଖେ ଶୋଇଥିବା ଜଣେ ୭ ପିଲା ପିଲାକୁ ମାତ୍ର କେଇ ସେକେଣ୍ଡ ଭିତରେ ଜଣେ ବ୍ୟକ୍ତି ଚୋରି କରିନେଉଥିବା ଦେଖିବାକୁ ମିଳିଛି ।
ଏହି ଭାଇରଲ ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ପୋଲିସ ଚୋରି କରିଥିବା ବ୍ୟକ୍ତିଙ୍କୁ ଚିହ୍ନିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି । ତେବେ ଉତ୍ତରପ୍ରଦେଶର ପୋଲିସ ଯବାନ ସଚିନ କୌଶିକ ଏହି ଭିଡିଓକୁ ସେୟାର କରିଛନ୍ତି । ଯେଉଁଥିରେ ରେଲେଓ୍ଵ ଷ୍ଟେସନରେ ଶୋଇଥିବା ଜଣେ ମହିଳା ନିଜ ୭ ମାସର ପିଲାକୁ ଧରି ଶୋଇଛନ୍ତି ।
ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜଣେ ବ୍ୟକ୍ତି ଆସି ପିଲାକୁ ଚୋରାଇ ସେଠାରୁ ଫେରାର ହୋଇଯାଇଥିଲେ । ଏହି ଭିଡିଓ ସେୟାର କରି ସଚିନ କୌଶିକ ଚୋରକୁ ପରିଚୟ କରି ଧରିବା ପାଇଁ ଅପିଲ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି । ସଚିନ କୌଶିକ ସେୟାର କରି ଲେଖିଛନ୍ତି, ଏହି ବ୍ୟକ୍ତି ଜଣକ ମଥୁର ଜଙ୍କସନରେ ଜଣେ ମହିଳା ନିଜ ୭ ମାସର ପିଲାକୁ ଧରି ଶୋଇଥିଲେ । ବ୍ୟକ୍ତି ଜଣକ ଆସି ପିଲାକୁ ଚୋରି କରିନେଇଛନ୍ତି ।
ଚୋରକୁ ଧରିବାକୁ ସହାୟତା କରନ୍ତୁ । ଆପଣ ଫଟୋ ଏବଂ ଭିଡିଓକୁ ବହୁଳ ମାତ୍ରାରେ ସେୟାର କରନ୍ତୁ । ଚୋରକୁ ନିଶ୍ଚିତ ଧରାପଡିବ । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭୬୩ ହଜାର ଲୋକ ଦେଖି ସାରିଲେଣି । ୨୮ ହଜାରରୁ ଅଧିକ ଲୋକ ଟ୍ଵିଟ୍କୁ ରିଟ୍ଵିଟ୍ କରିସାରିଲେଣି । ସଚିନ ପୋଲିସ ଉତ୍ତରପ୍ରଦେଶ ପୋଲିସରେ କନେଷ୍ଟବଳ ରହିଛନ୍ତି । ଏହି ଭିଡିଓ ଦେଖିବା ପରେ ମଥୁରା ପୋଲିସ ତତ୍ପରତା ଦେଖାଇ ଯାଞ୍ଚ କରୁଛି ।
ଚୋରକୁ ଧରିବା ପାଇଁ ହେଲଲାଇନ ନଂ ଜାରି କରାଯାଇଛି । ଲୋକଙ୍କ ଅପିଲ କରାଯାଇଛି କି, ବ୍ୟକ୍ତିଙ୍କୁ ଯଦି କିଏ କୌଣସି ସ୍ଥାନରେ ଦେଖେ, ତେବେ ହେଲପ ଲାଇନ ନମ୍ବର କୁ ଫୋନ କରି ସୂଚନା ଦେବେ । ତେବେ ସୂଚନାଯୋଗ୍ୟ ଯେ ଘଟଣାସ୍ଥଳରୁ ୧୦୦ କିଲୋମିଟର ଦୂର ଫିରୋଜାବାଦରୁ ଜଣେ ବିଜେପି କର୍ପୋରେଟରଙ୍କ ଘରୁ ଶିଶୁକୁ ଉଦ୍ଧାର କରାଯାଇଛି । ପୋଲିସ ଏହି ସୂଚନା ଦେବା ସହ ପିଲା ଚୋରି ଏବଂ ବିକ୍ରି ଟାକେଟର ପର୍ଦ୍ଦାଫାସ କରିଥିବା କହିଛି ।
ବିଜେପିର ବିନୀତା ଅଗ୍ରୱାଲ ଏବଂ ତାଙ୍କ ସ୍ୱାମୀ କଥିତ ରୂପେ ଏହି ଶିଶୁଟିକୁ ଦୁଇ ଡାକ୍ତରଙ୍କ ଠାରୁ ୧.୮ ଲକ୍ଷ ଟଙ୍କାରେ କିଣିଥିଲେ । ଏହି ଦମ୍ପତ୍ତି ପୁତ୍ର ସନ୍ତାନ ଚାହୁଁଥିଲେ । ପୂର୍ବରୁ ଦୁହିଁଙ୍କ ଗୋଟିଏ ଝିଅ ରହିଛି । ମାମଲାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୮ ଜଣଙ୍କ ମଧ୍ୟରେ ପ୍ଲାଟଫର୍ମରୁ ପିଲା ଚୋରି କରିଥିବା ବ୍ୟକ୍ତି ସାମିଲ ଅଛି । ମଥୁରାରେ ରେଲୱେ ପୋଲିସ ଦ୍ୱାରା ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶିଶୁ ପୁତ୍ରଟିକୁ ତାର ମାଆଙ୍କୁ ଦିଆଯାଇଛି ।
ଏହା ସହ ଗିରଫ ଡାକ୍ତରଙ୍କ ଠାରୁ ପ୍ରଚୁର ପରିମାଣର ଟଙ୍କା ଜବତ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ମହମ୍ମଦ କହିଛନ୍ତି, ଟଙ୍କା ପାଇଁ ମାନବ ଚାଳନାରେ ସାମିଲ ଏକ ଗ୍ୟାଙ୍ଗ ଦ୍ୱାରା ଏହି ଅପହରଣ କରାଯାଇଥିଲା । ସେ କହିଛନ୍ତି, ଦୀପ କୁମାର ନାମକ ଜଣେ ବ୍ୟକ୍ତି ଶିଶୁଟିକୁ ଚୋରି କରି ନେଇଯାଇଥିଲେ । ଏହି ଗ୍ୟାଙ୍ଗରେ ହାଥରସ ଜିଲ୍ଲାରେ ହସ୍ପିଟାଲ ପରିଚାଳନ କରୁଥିବା ଦୁଇ ଡାକ୍ତର ମଧ୍ୟ ସାମିଲ ଅଛନ୍ତି ।
ଏହାସହ ଅନ୍ୟ କିଛି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ସାମିଲ ଥିଲେ । ଅନ୍ୟପଟେ ଯାହାଙ୍କ ଘରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି, ତାଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ତେବେ ଗିରଫ କର୍ପୋରେଟର କିମ୍ୱା ବିଜେପି ପକ୍ଷରୁ ଏହା ଉପରେ କୌଣସି ବୟାନ ସାମନାକୁ ଆସି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।