Bollywood ମୁହଁରେ ଶକ୍ତ ଚଟକଣା ଦେଲେ South ସୁପରଷ୍ଟାର Mahesh Babu, କହିଲେ କିଛି ଏମିତି ଏମିତି କି ଏବେ ସବୁଆଡେ ହେଉଛି ଚର୍ଚ୍ଚା

ନମସ୍କାର ବନ୍ଧୁଗଣ ତେବେ ସାଉଥ ସିନେମାରେ ସୁପର୍‌ଷ୍ଟାର୍ ଅଭିନେତା ମହେଶ ବାବୁଙ୍କୁ ତାଙ୍କ ଅଭିନୟ ଓ ସିନେମା ନେଇ ଜଣାଯାଏ । ସେ ସାଉଥ୍ ସିନେମାରେ ଅନେକ ସୁପରହିଟ୍ ସିନେମାରେ କାମ କରିଛନ୍ତି । ବର୍ତ୍ତମାନ ହଠାତ ତାଙ୍କୁ ନେଇ ଚର୍ଚ୍ଚା ଉଠିଛି । ଏହି ଚର୍ଚ୍ଚା କିନ୍ତୁ ତାଙ୍କର କୌଣସି ସିନେମାକୁ ନେଇ ନୁହେଁ ବରଂ ବଲିଉଡ୍‌ରେ ଡେବ୍ୟୁକୁ ନେଇ ମନ୍ତବ୍ୟ କାରଣରୁ ସେ ଚର୍ଚ୍ଚାକୁ ଆସିଛନ୍ତି ।

ତେବେ ହିନ୍ଦୀ ଫିଲ୍ମରେ କାମ କରିବାକୁ ନେଇ ଅଭିନେତା କହିଛନ୍ତି ଯେ ତାଙ୍କୁ ଅନେକ ଫିଲ୍ମରୁ ଅଫର ଆସେ । କିନ୍ତୁ ତାଙ୍କୁ ଲାଗେ ନାହିଁ ଯେ ସେମାନେ ତାଙ୍କୁ ସେତିକି ଟଙ୍କା ଦେବାରେ ସକ୍ଷମ ହେବେ ବୋଲି । ଏପରି ପରିସ୍ଥିତିରେ, ଯେଉଁଠି ତାଙ୍କୁ ରୋଜଗାର ଦିଆଯାଇ ପାରିବ ନାହିଁ ସେ ସେପରି ଏକ ଶିଳ୍ପରେ କାମ କରି ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ।

ତେବେ ମହେଶ ବାବୁ କହିଛନ୍ତି ଯେ ସେ ସାଉଥ୍ ଇଣ୍ଡଷ୍ଟ୍ରିରେ ଉଭୟ ଷ୍ଟାରଡମ୍ ଏବଂ ସମ୍ମାନ ପାଇଛନ୍ତି । ଏହା ତାଙ୍କ ପାଇଁ ବହୁତ ବଡ କଥା । ସେଥିପାଇଁ ସେ ତାଙ୍କ ଇଣ୍ଡଷ୍ଟ୍ରି ବ୍ୟତୀତ ଅନ୍ୟ କୌଣସି ଚଳଚ୍ଚିତ୍ରର ଅଂଶ ହେବାକୁ ଚାହାଁନ୍ତି ନାହିଁ । ସେ ସବୁବେଳେ ଫିଲ୍ମ କରିବା ଏବଂ ବଡ ହେବାକୁ ନେଇ ଚିନ୍ତା କରନ୍ତି ଏବଂ ତାଙ୍କର ସ୍ୱପ୍ନ ମଧ୍ୟ ବର୍ତ୍ତମାନ ସାକାର ହେଉଛି । ଅଭିନେତା କହିଛନ୍ତି ଯେ ତାଙ୍କ ସ୍ୱପ୍ନ ପୂରଣ ହେବା ଅପେକ୍ଷା ସେ ଆଉ କୋଉଥିରେ ଅଧିକ ଖୁସି ହୋଇ ପାରିବେ ନାହିଁ ।


ତେବେ ପ୍ରକାଶଥାଉ ଯେ ମହେଶ ବାବୁ ତାଙ୍କ ପ୍ରଡକ୍ସନ୍ ଭେଞ୍ଚର ଦ୍ୱାରା ‘ମେଜର’ର ଟ୍ରେଲର ଲଞ୍ଚ୍‌ ଇଭେଣ୍ଟରେ ତାଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ କହିଛନ୍ତି । ଏହି ସମୟରେ ସେ ଖୁସି ବ୍ୟକ୍ତ କରିଥିଲେ ଯେ ତେଲୁଗୁ ଚଳଚ୍ଚିତ୍ରର ବ୍ଲକ୍‌ବଷ୍ଟର୍‌ ପ୍ରଦର୍ଶନ ସହିତ ଭାରତୀୟ ସିନେମାର ଅର୍ଥ ବଦଳିଛି । ସେ ଏକ ପ୍ୟାନ୍‌ ଇଣ୍ଡିଆ ଷ୍ଟାର୍‌ ବୋଲି କହିବାକୁ ଚାହାଁନ୍ତି ନାହିଁ, ବରଂ ସେ ସାଉଥ୍‌କୁ ବଡ କରିବାକୁ ଚାହୁଁଛନ୍ତି ।

ସାଉଥ୍ ଫିଲ୍ମ ‘ମେଜର’ ମହେଶ ବାବୁଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହି ସିନେମାର ଟ୍ରେଲର ଭିଡିଓ ଗତ ଦିନରେ ମୁକ୍ତିଲାଭ କରିଛି । ଏଥିରେ ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପ ଉନିକ୍ରିଷ୍ଣନଙ୍କ ଜୀବନକୁ ଚିତ୍ରିତ କରା ଯାଇଛି । ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କର ତ୍ୟାଗ ଏବଂ ବଳିଦାନକୁ ଦେଖାଇବାକୁ ଚେଷ୍ଟା କରା ଯାଇଛି ।


ଏଥିରେ ଅଭିନେତା ଆଦିୱି ଶେଷ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏବଂ ତାଙ୍କର ବିପରୀତ ରେ ଅଭିନେତ୍ରୀ ସାଇ ମଞ୍ଜରେକର ଅଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶଶି କିରଣ ଟିକ୍କା । ତେବେ ସୂଚନା ଅନୁସାରେ କିଛି ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେବାରେ ଲାଗିଛି ସାଉଥ ସିନେମା ଇଣ୍ଡିଷ୍ଟ୍ରି ।

ଟ୍ରିପଲ ଆର, ବାହୁବଳୀ, କେଜିଏଫ ଭଳି ଫିଲ୍ମ ରିଲିଜ କରି ବଲିଉଡକୁ କଡ଼ା ଟକ୍କର ଦେବାରେ ଲାଗିଛି ସାଉଥ ସିନେମା ଇଣ୍ଡଷ୍ଟ୍ରି । ଏହି ବିଗ୍ ବଜେଟର ସାଉଥ ଫିଲ୍ମ ରିଲିଜ୍ ପରେ ବଲିଉଡର କଳାକାର ଓ ପ୍ରଯୋଜକମାନେ ଚିନ୍ତାରେ ପଡ଼ିଛନ୍ତି । ଏନେଇ କିଛିଦିନ ତଳେ କିଛି ବଲିଉଡ ଷ୍ଟାର ଓ ସାଉଥ ଷ୍ଟାରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *