ପ୍ରେମିକର ପ୍ରତାରଣାର ଶିକାର ହେଲା ପ୍ରେମିକା, ବିବାହ କରିବ କହି ଦିଲ୍ଲୀରୁ ଡାକିଲା ଆଉ ତା’ପରେ ପ୍ରେମିକା ସହିତ ଯାହା କଲା ଶୁଣିଲେ ଛାତି ଥରି ଉଠିବ, କଣ କହୁଛି ପ୍ରେମିକା ଦେଖନ୍ତୁ ଏହି Video

ପଟ୍ଟାମୁଣ୍ଡାଇ ଗୋଗୁଆ ପଞ୍ଚାୟତ ବଡ଼ରାହାମା ଗାଁର ଯୁବକ ଓ ଯୁବତୀ ପ୍ରଥମେ ମନ ଦିଆନିଆ ହେଲେ, ପ୍ରେମ କଲେ, ଆଉ ଶେଷରେ ପ୍ରତାରଣାରେ ଅନ୍ତି ହେଲା ଏହି ପ୍ରେମ କାହାଣୀ । କାହିଁକି ପ୍ରେମିକ ଏମିତି କଲା, କଣ ଭୁଲ ହେଲା, ଏବେ ଏସବୁ ଚିନ୍ତା କରୁଛନ୍ତି ପ୍ରେମିକା ଜଣକ । ପ୍ରେମିକା ଜଣକ ଦିଲ୍ଲୀରେ ରହି ସ୍ଵପ୍ନ ଦେଖିଥିଲେ । ହେଲେ ସବୁ କିଛି ମିଛ ଥିଲା ୬ ବର୍ଷର ସମ୍ପର୍କକୁ ପାଦରେ ଦଳିଦେଲା ପ୍ରେମିକ ।

ବନ୍ଧୁଗଣ କିଛି ଏଭଳି ପ୍ରେମ ଓ ପ୍ରତାରଣାର କଳା କାହାଣୀ ଏବେ ସାମ୍ନାକୁ ଆସିଛି । ଦିନେ ଉଭୟ ଉଭୟଙ୍କ ପ୍ରେମ ପାଇବା ପାଇଁ ହାତ ଧରାଧରି ହୋଇ ମଧୁ ସାଗରରେ ସ୍ଵପ୍ନର ନାଉକାରେ ନାଉରି ସାଜି ଥିଲେ । ୬ ବର୍ଷ ଧରି ରାତି ରାତି ଯାଏଁ ମୋବାଇଲ ସ୍କ୍ରିନକୁ ଦେଖି ହସୁଥିଲେ ଓ କାନ୍ଦୁ ଥିଲେ ଆଉ ମସ୍ତି ବି କରୁଥିଲେ । ଏସବୁ ଭିତରେ ପରସ୍ପରକୁ କଥା ମଧ୍ୟ ଦେଇ କହିଥିଲେ ତୁ ଖାଲି ମୋର ବୋଲି ।

ହେଲେ କିଛି ଦିନ ମଧ୍ୟରେ ସବୁ କିଛି ବଦଳିଗଲା । ବ୍ୟୁଟି ପାର୍ଲରରେ କାମ କରୁଥିବା ପ୍ରେମିକା ସୁଦୂର ଦିଲ୍ଲୀରୁ ପ୍ରେମିକ ସହ ଦେଖା କରିବା ପାଇଁ ପଲ୍ଲି ଆସିଯାଇଥିଲା । କିନ୍ତୁ ପ୍ରେମିକର ପ୍ରତିଶ୍ରୁତି ପ୍ରତାରଣାରେ ପାଲଟି ଯାଇଥିଲା । ପ୍ରେମିକା ଭୁବନେଶ୍ବରରେ ପହଞ୍ଚିବା ପରେ ରସିକା ପ୍ରେମିକ ଯୋଜନା ମୁତାବକ ଗୁଣ୍ଡା ଲଗାଇ ତାଙ୍କୁ ମାରିଦେବାର ଉଦ୍ୟମ କରିଥିବା ଏତଲାରେ ଦର୍ଶାଇଛନ୍ତି ପ୍ରେମିକା ଜଣକ ।

ପ୍ରେମିକା ଜଣକ ଗୁଣ୍ଡାଙ୍କ କବଳରୁ ବାହାରି ଗୋପାଳପୁର ଥାନାରେ ପହଞ୍ଚି ଭାଇକୁ ଫୋନ କରିଥିଲେ । ଆଉ ଭାଇ ଆସି ଭଉଣୀକୁ ଘରକୁ ନେଇଯାଇଥିଲେ । କେନ୍ଦ୍ରାପଡା ଜିଲ୍ଲା ଗୋଘୁଆ ଗ୍ରାମରୁ ଆସିଛି ଏଭଳି କିଛି ଲଜ୍ୟା ଜନକ ଖବର । ଏହି ଗ୍ରାମର ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରଥମେ ମନ ଦିଆ ନିଆ ହେଲା ଆଉ ତା ପରେ ଧନ ଦିଆ ନିଆ । ଆଉ ଶେଷରେ ପ୍ରେମିକ ତା ପ୍ରେମିକାକୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି ।

ବନ୍ଧୁଗଣ ପ୍ରେମିକା ମଧ୍ୟ ଏହି ଘଟଣା ବିଷୟରେ ଗଣମାଧ୍ୟମ ସାମ୍ନାରେ ସମସ୍ତ ତଥ୍ୟ ଦେଇଛନ୍ତି । ତେବେ ସେ କଣ କଣ ସବୁ କହୁଛନ୍ତି ଆପଣ ମାନେ ଏହି ଭିଡିଓ ଦେଖି ଜାଣନ୍ତୁ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *