ବାତ୍ୟା ASANI ପ୍ରଭାବରେ ସମୁଦ୍ର କୂଳରେ ଲାଗିଛି ସୁନାର ରଥ, ସୁନ୍ଦରତା ଏମିତି କି ଆଖି ଖୋସି ହେଇଯିବ, କେଉଁଠୁ ଆସିଲା ଏହି ରଥ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ସମସ୍ତଙ୍କ ମନରେ ବାତ୍ୟାର ଭୟ । ଖାସ କରି ଉପକୂଳ ବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକ ମାନେ ଚିନ୍ତାରେ ପଡିଯାଇଛନ୍ତି । ସବୁ ଥର ବାତ୍ୟା ମାଡର ଶିକାର ହେଉଛନ୍ତି ଉପକୂଳ ବର୍ତ୍ତୀ ଅଞ୍ଚଳର ଲୋକମାନେ । ତେବେ ବନ୍ଧୁଗଣ ବାତ୍ୟା ଅସାନିକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏବେ ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ଅସାନିକୁ ନେଇ ନୂଆ ଖବର ସାମ୍ନାକୁ ଆସୁଛି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟାରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ବାତ୍ୟା ଅସାନି ଏବେ ସମୁଦ୍ରରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଏବେ ସମୁଦ୍ର ଅଶାନ୍ତ ହୋଇ ରହିଛି । ବାତ୍ୟା ଅସାନି ଓଡିଶା ଉପକୂଳ ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ କିଛି ମାତ୍ରାରେ ପଡିଛି ।

ତେବେ ବନ୍ଧୁଗଣ ଏହି ବାତ୍ୟା ଅସାନି ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିଲା । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ରମଶ ଦୁର୍ବଳ ହୋଇଥିଲା ବାତ୍ୟା ଅସାନି । ତେବେ ଏହାର ପ୍ରଭାବରେ ଉପକୂଳ ଓଡିଶାର କିଛି ଜିଲ୍ଲାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବାର ଦେଖିବାକୁ ମିଳିଛି ।

ବନ୍ଧୁଗଣ ଗତ କାଲି ସନ୍ଧ୍ୟାରୁ କିଛି ଉପକୂଳ ଜିଲ୍ଲାରେ ବର୍ଷା ହୋଇଛି । ତେବେ ଏହାରି ମଧ୍ୟରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆନ୍ଧ୍ରା ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କୋଟାବୋମାଳୀ ମଣ୍ଡଳ ସୁନାପୁର ଗାଁରେ ସମୁଦ୍ର କୂଳରେ ଲାଗିଛି ରଥ । ବାତ୍ୟା ଅସାନି ପ୍ରଭାବରେ ରଥଟି ଭାସି ଆସିଛି । ତେବେ ରଥଟି କେଉଁଠୁ ଆସିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

10 ଫୁଟ ଉଚ୍ଚର ରଥରେ 16.2022 ତାରିଖକୁ ଛାଡିଲେ କେଉଁ ଭାଷାରେ କଣ ଲେଖା ଯାଇଛି ତାହା ଜଣା ପଡୁନି । ଚୀନ, ନେପାଲ କିମ୍ବା ଶ୍ରୀଲଙ୍କାର ଏହା କଳା ସ୍ଥାପତ୍ୟ ବୋଲି ସନ୍ଦେହ କରାଯାଉଛି । ଏହି ରଥକୁ ଦେଖିବା ପାଇଁ ବହୁତ ସଂଖ୍ୟାରେ ଲୋକ ମାନଙ୍କ ଭିଡ ଜମିଛି । ବନ୍ଧୁଗଣ ଆପଣ ମାନେ ବି ଏହି ଭିଡିଓରେ ରଥଟିକୁ ଦେଖି ପାରୁଥିବେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *