Exclusive: ଦିନେଶଙ୍କ ଉପରୁ କେସ ଉଠାଇ ନେବାକୁ ଦୀପିକାଙ୍କୁ ଯଚାଯାଉଥିଲା ଅନେକ ଟଙ୍କା…ଭାଇରାଲ ଅଡିଓରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ…

ମସ୍କାର ବନ୍ଧୁଗଣ ତେବେ ଆଜିକୁ ୨୩-୨୪ ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି ଆଉ ଏହାରି ମଧ୍ୟରେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି ।  ତେବେ ଭେସ୍ପା ଶୋ ରୁମର ମାଲିକ ଦୀପିକା ଙ୍କୁ କେଶ ଉଠାଇବା ପାଇଁ କହୁଛନ୍ତି ଏବଂ ପଇସା ଯାଚୁଛନ୍ତି । ତେବେ ଦୀପିକାଙ୍କୁ ପଚାରୁଛନ୍ତି କେତେ ଟଙ୍କା ନେଲେ ତୁ କେଶ ଉଠାଇ ଦେବୁ । ଦୀପିକା ସିଧା ସିଧା କହୁଛନ୍ତି ଟଙ୍କା ନେଇ ମୁଁ କେଶ ଉଠାଇବି ନାହିଁ ।

ତା ପରେ ଦୀପିକାଙ୍କ ମାଇଣ୍ଡ ୱାସ କରିବାକୁ ଚେଷ୍ଟା କରୁଛନ୍ତି ଭେସ୍ପା ସୋ ରୁମ ମାଲିକ । ଆଉ କହୁଛନ୍ତି ସେ ତ ଜେଲ ଗଲା ତୁ କଣ କହୁଛୁ କେଶ ଉଠାଇ ଦେବୁ କେତେ ଟଙ୍କା ନେବୁ କହ । ଆହୁରି ଭେସ୍ପା ସୋ ରୁମ ମାଲିକ କହୁଛନ୍ତି ମୁଁ ଯେତିକି ଶୁଣୁଛି ଦିନେଶର ବେଲ ହୋଇଯିବ ବୋଧେ । ଶୁଣ ଦୀପିକା ତୁ କଣ କହୁଛୁ ଟଙ୍କା ନେଇ କେଶ ସମାଧାନ କରିଦେବୁ କି ? ମାଲିକଙ୍କ ଏପରି କଥା ଶୁଣି ଦୀପିକା କହୁଛନ୍ତି କି ମୁଁ ପଇସା ପତ୍ର ଚାହେଁନି ମୁଁ ଚାହେଁ ଦିନେଶ ମୋ ଛୁଆକୁ ବାପାର ପରିଚୟ ଦେଉ ଓ ମତେ ସ୍ତ୍ରୀ ରୂପେ ଗ୍ରହଣ କରୁ ।

ମୋର ତ ଆଉ ଇଜ୍ଜତ ଫେରିବ ନାହିଁ ଟଙ୍କା ଦେଇ ଦିନେଶ କଣ ମୋ ଇଜ୍ଜତ ଫେରାଇ ଦେବ । ଟଙ୍କା ଦେଲେ ମୋ ଛୁଆ କଣ ବାପାର ପରିଚୟ ଫେରି ପାଇବ । ମାଲିକ କହୁଛନ୍ତି ଏବେ ତାର ବେଲ ହୋଇଗଲେ ଆଉ କଣ କରିବୁ ତୁ । ଏପରି କିଛି କହି ଟଙ୍କାର ପ୍ରଲୋଭନ ଦେଖାଇ ଦିନେଶଙ୍କ ପାଇଁ ଦୀପିକାଙ୍କୁ ବୁଝାଉଥିଲେ ଭେସ୍ପା ସୋରୁମର ମାଲିକ । ଆଉ ଦୀପିକା ତାଙ୍କ କଥାରେ ରାଜି ହୋଇନଥିଲେ । ଦୀପିକାଙ୍କ କହିବା କଥା ଥିଲା କି ଦିନେଶ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରନ୍ତୁ ।

ଦୀପିକା ତାଙ୍କ କଥାରେ ରାଜି ନହେବାରୁ ଅତି ଚାଲାଖର ସହ ମାଲିକ କଲ କାଟି ଦେଇଥିଲେ । ତେବେ ଦୀପିକାଙ୍କ କହିବା କଥା ଦିନେଶଙ୍କ ଓକିଲ ହେଉଛନ୍ତି ଭେସ୍ପା ସୋରୁମର ମାଲିକଙ୍କ ବାପା ତେଣୁ ମାଲିକ ଦିନେଶ ପାଇଁ ଓକିଲାତି କରୁଛନ୍ତି । ସେପଟେ ଦୀର୍ଘ ଦିନ ହେଲା ଲୁହ ଲହୁକୁ ଏକାଠି କରି ଦୀପକା ନ୍ୟାୟ ପାଇଁ ଧାରଣାରେ ବସିଥିବା ବେଳେ ଦିନେଶ ଘର ଭିତରେ ଏଞ୍ଜୟ କରୁଥିବା କଥା ଦୀପିକା କହିଛନ୍ତି ।

ଭଲ ପାଇ ପ୍ରତାରଣା କଲେ ଦିନେଶ । ଭଲ ପାଇ ଦୀପିକାଙ୍କ ମାନ ସମ୍ମାନ ସବୁକିଛି ମାଟିରେ ମିଶାଇ ଦେଲେ । ଆଉ ଏବେ ବିବାହ କରିବା ବଦଳରେ ଅନେକ ବାହାନା ଦେଖାଇ ବିବାହ କରିବାର ସମ୍ଭାବନା ନାହିଁ ବୋଲି କହୁଛନ୍ତି ଦିନେଶ । ତେବେ ଦେଖିବାକୁ ବାକି ରହିଲା କେବେ ଦୀପିକାଙ୍କୁ ନ୍ୟାୟ ମିଳୁଛି କେବେ ଦିନେଶ ଦୀପିକାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରୁଛନ୍ତି ।


ତେବେ ଦୀପିକା ଙ୍କ ପୁଅର ଦେହ ବି ଭଲ ନାହିଁ । ଆଉ ସେ ନିଜର ହକ ଆଉ ପୁଅକୁ ବାପାର ପରିଚୟ ଦେବା ଦାବିରେ ଧାରଣାରେ ବସିଛନ୍ତି । ଆଉ ଏପର୍ଯ୍ୟନ୍ତ ତାଙ୍କୁ କିଛି ନ୍ୟାୟ ମିଳିନାହିଁ । ଦିନେଶ ଦୀପିକାଙ୍କୁ ନିଜର ସ୍ତ୍ରୀ ବୋଲି ଗ୍ରହଣ କରିବାକୁ ନାରାଜ ଆଉ ଦିନେଶଙ୍କ ପରିବାରଲୋକଙ୍କ କଥା ତ ନକହିବା ହିଁ ଭଲ । ସେମାନେ ଦୀପିକାଙ୍କୁ ବହୁତ କଟୁ କଥା କହୁଛନ୍ତି । ଆଉ ଦୀପିକା ବସିଥିବା ଟେଣ୍ଟକୁ ମଧ୍ୟ ଭାଙ୍ଗି ଦେଉଛନ୍ତି ।

ଆଉ ଦୀପିକାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି । ଆଉ ଏମିତି ଅନେକ ଖରାପ ବ୍ୟବହାର ଦେଖାଉଛନ୍ତି । ଏତେସବୁ ଶୁଣିକି ମଧ୍ୟ ଦୀପିକା ସେମିତି ନିଜ ହକ ପାଇଁ ଧାରଣାରେ ବସିଛନ୍ତି । ଏତେ ଦୁଃଖରେ ଥାଇ ମଧ୍ୟ ଦୀପିକାଙ୍କ ମୁହଁରେ ହସ ଅଛି । ଆଉ ଦୀପିକା ଲୋକମାନଙ୍କ ସହିତ କଥା ହୋଇ ହସୁଛନ୍ତି । ଆଉ ଦୀପିକା କେତେ ଯେ ଦୁଃଖରେ ଅଛନ୍ତି ତାହାର କଳନା ନାହିଁ କିନ୍ତୁ ଦୁନିଆ ଆଗରେ ସେ ନିଜର ଦୁଃଖକୁ ଲୁଚାଇ ହସୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *