‘୧୭ ଫୁଟ୍ ତଳକୁ ଖସିଲା ଗାଡି, ମୁଁ ଡାକିଲି ମା’ ରକ୍ଷା କର, ଆଉ ତା’ ପରେ…’ ନିଜର ଅଲୌକିକ ଅନୁଭୂତି ବଖଣାଇଲେ ଚଣ୍ଡୀ ମନ୍ଦିର ପୂଜକ ମନୋଜ ପଣ୍ଡା

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ କଟକ ଚଣ୍ଡୀ ମନ୍ଦିର ପୂଜକ ମନୋଜ ପଣ୍ଡାଙ୍କୁ ନିଶ୍ଚୟ ଦେଖିଥିବେ ତେବେ ସେ ଜଣେ ଅଭିନେତା ମଧ୍ୟ । ଗତ କିଛି ସମୟ ହେବ ମନୋଜ ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମନୋଜ ଯାହା ସବୁ କହିଛନ୍ତି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତେବେ ମନୋଜ ପଣ୍ଡା ଏହ ଭିଡିଓରେ କହିଛନ୍ତି କି ମୁଁ ମାଆଙ୍କର ପୂଜା କରୁଛି ତେଣୁ ମୁଁ ମାଆଙ୍କର ସବୁ ଆଶୀର୍ବାଦ ପାଇବି ଆପଣ ମାନେ କମ ପାଇବେ ଏଇଟା ଭୁଲ ଚିନ୍ତାଧାରା । ମାଆଙ୍କ ପାଇଁ ସମସ୍ତେ ସମାନ । ମାଆ ମାନେ ଖରାପ ହୁଏନି ପୁଅ ଖରାପ ହେଇଯାଏ । ଏ ସଂସାରରେ ସବୁଠାରୁ ସହଜ ଥାଏ ମାଆକୁ ପାଇବା ।

କିଛି ନାହିଁ କେବଳ ଆତ୍ମ ସମର୍ପଣ କରିବେ ଆଉ ଅହଂକାର କୁ ତ୍ୟାଗ କରିବେ ଆପଣ ସବୁ କିଛି ପାଇ ପାରିବେ । ମୋର ଦୁଇଟି ଝିଅ ଗୋଟେ ପୁଅ ମୁଁ କେବେ ତୃତୀୟ ସନ୍ତାନ ଚାହିଁ ନଥିଲି ହେଲେ ମାଆ ଦେଲେ । ମୁଁ ୨୦୦୬ ମସିହାରେ ଭଞ୍ଜନ ଯାଇଥିଲି ମୁଁ ଆଉ ମୋର ତିନି ଭାଇ । ଆମ ଗାଡିଟି ୧୭ ଫୁଟ ତଳକୁ ଖସି ପଡିଲା । ମୋର ମନ ଅଛି ୧୭ ଫୁଟ ତଳକୁ ଯିବା ବେଳେ ତିନି ଥର ଗାଡି ମାଡ ହେଇ ପଡିଛି ।

ତେବେ ଆଉ ତିନି ଥର ଯାକ ମୋ ପାଟିରୁ କେବଳ ମାଆ ମାଆ ବାହାରିଛି । କିଛି ହେଇ ନଥିଲା ସେଇଠି ସ୍ଥାନୀୟ ଲୋକ ମାନେ ଆସିଲେ ହରିବୋଲ ପକେଇ ଗାଡିକୁ ଉଠେଇ ଦେଲେ ଆମେ ଆସିଲୁ କଟକ । କିନ୍ତୁ ସେଦିନ ସୋମବାର ଥିଲା ୧୬ ତାରିଖ । ଏହା ପରେ ୨୨ ତାରିଖ ଦିନ ମୋର ଜଣେ ଓକିଲ ଭାଇଙ୍କ ଗାଡି ତଳେ ପଡିଥିଲା ତାଙ୍କ ଗାଡି ପାଇଁ ଲକ୍ଷେ ୬୦ ହଜାର ଟଙ୍କା ଖର୍ଚ୍ଚ ହେଇଥିଲା ।


ମାଆ ଅଛନ୍ତି ଆପଣ କେବଳ ନିଜକୁ ସମର୍ପଣ କରିଦିଅନ୍ତୁ ଆଉ କିଛି ଦରକାର ନାହିଁ । ତେବେ ଇତିହାସ ରେ ମରହଟ୍ଟା ଶାସନ କାଳରେ କଟକ ଚଣ୍ଡୀଙ୍କ ବିଗ୍ରହ ବାରବାଟି ଦୁର୍ଗ ପରିସରରେ ପୂଜା ପାଉଥିଲା ।  କଳାପାହାଡ଼ ଆକ୍ରମଣ କାଳରେ ୧୫୬୮ ଖ୍ରୀଷ୍ଟାବ୍ଦରେ ସେଠାରୁ ଦେବୀ ଅପସାରିତ ହୋଇ ଦୁର୍ଗର ଦକ୍ଷିଣ ପାର୍ଶ୍ୱରେ କିଛି ଦୂରରେ ପୂଜା ପାଇଲେ ।


ଏହି ଅଞ୍ଚଳ ପରବର୍ତ୍ତୀ କାଳରେ କନିକା ରାଜାଙ୍କ କର୍ତ୍ତୃତ୍ୱରେ ରହିଥିଲା । ବର୍ତ୍ତମାନର ଚଣ୍ଡୀ ମନ୍ଦିର ବାବଦରେ ଥିବା କିମ୍ବଦନ୍ତୀ ଅନୁଯାୟୀ ଶେଖବଜାର ଅଞ୍ଚଳର ବାସିନ୍ଦା ଗୋପାଳ ଚନ୍ଦ୍ର ବେହେରା ବାରବାଟୀ ଦୁର୍ଗର ଏକ ପଥର ଗଦା ଉପରେ ବସିବା ମାତ୍ରେ ତାହା ଥରିବାକୁ ଲାଗିଲା ।

ସେହି ରାତିରେ ସ୍ୱୟଂ ଚଣ୍ଡୀ ସେଠାରେ ଥିବାର ତାଙ୍କୁ ସ୍ୱପ୍ନାଦେଶ ହେବାରୁ, ପରଦିନ ସେହି ସ୍ଥାନର ପଥର ଗଦା ଖୋଳି ଦେବୀଙ୍କୁ ଉଦ୍ଧାର କରିଥିଲେ । ଦେବୀଙ୍କୁ ମସ୍ତକରେ ଧରି ଆସୁଥିବା ବେଳେ ବର୍ତ୍ତମାନର ପୀଠ ପାଖରେ ଏହା ଭାରି ହୋଇଯାଇଥିଲା, ତେଣୁ ସେହିଠାରେ ସେ ତାଙ୍କୁ ସ୍ଥାପନ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *