ଏମାନେ ହେଲେ ଭାରତର କମ ପାଠୁଆ ପ୍ରଧାନ ମନ୍ତ୍ରୀ ? ଜାଣନ୍ତୁ କିଏ ଅଟେ ସବୁଠୁ କମ ପାଠୁଆ ପ୍ରଧାନ ମନ୍ତ୍ରୀ, କଣ ତାଙ୍କର ଶିକ୍ଷାଗତ ଯୋଗ୍ୟତା…

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଭାରତରେ ସବୁଠାରୁ କମ ପାଠ ପଢିଥିବା ପ୍ରଧାନମନ୍ତ୍ରୀଙ୍କ ବିଷୟରେ । ଗତ କିଛି ଦିନ ହେବ ଭାରତର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀକୁ ନେଇ ବହୁତ କିଛି ବିବାଦ ମଧ୍ୟ ଦେଖିବାକୁ ମିଳିଛି । ଆଜି ଆମେ ଆପଣ ମାନଙ୍କୁ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଯାଉଛୁ ।

ଏହା ପରେ ଆପଣ ଡିସାଇଡ କରିବେ କିଏ ସବୁଠାରୁ କମ ପାଠ ପଢିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଜବାହାର ଲାଲ ନେହେରୁ । ନେହେରୁ ନିଜ କଲେଜ ପାଠ ପଢା କେମ୍ବ୍ରିଜ କଲେଜରେ ଶେଷ କରି ଡିଗ୍ରୀ ହାସଲ କରିଥିଲେ । ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଗୁଲ୍ଜାରି ଲାଲ ନନ୍ଦା ଥିଲେ ।

ଗୁଲ୍ଜାରି ମାତ୍ର 14 ଦିନ ଯାଏଁ ପ୍ରଧାନମନ୍ତ୍ରୀ ଥିଲେ । ସେ ଇଲ୍ହାବାଦ ବିଶ୍ଵ ବିଦ୍ୟାଳୟରେ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ । ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ଜୟ ଯବାନ ଜୟ କିଶାନର ନାରା ଦେଇଥିବା ଲାଲ ବାହାଦୁର ଶାସ୍ତ୍ରୀ କାଶୀ ବିଦ୍ୟାପୀଠ ବାରଣାସୀରେ ନିଜ ପାଠ ପଢା ସମାପ୍ତ କରିଥିଲେ । ଚତୁର୍ଥ ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦ୍ରା ଗାନ୍ଧୀ । ଇନ୍ଦ୍ରା ନିଜ ସ୍କୁଲ ପାଠ ପଢା ଶାନ୍ତି ନିକେତନ ପଶ୍ଚିମ ବଙ୍ଗଳାରେ ଆରମ୍ଭ କରିଥିଲେ ।

ଏହା ପରେ ସେ ଅକ୍ଶଫର୍ଡ ବିଶ୍ଵ ବିଦ୍ୟାଳୟରେ ଅର୍ଥନୀତି ଓ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲା ଚୌଧୁରୀ ଚରଣ ସିଂହ । ଚୌଧୁରୀ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ହେଲେ ତାଙ୍କ କଲେଜର ନାମ କେହି ବି ଜାଣି ନାହାନ୍ତି । ଏହା ପରେ ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ରାଜୀବ ଗାନ୍ଧୀ ହେଉଛନ୍ତି ଆମ ଦେଶର ଏକ ମାତ୍ର ପ୍ରଧାନମନ୍ତ୍ରୀ ଯିଏ ଗ୍ରାଜୁଏଟ ନଥିଲେ ।

ସେ କେମ୍ବ୍ରିଜ କଲେଜରେ ଇଞ୍ଜିନିୟରିଙ୍ଗ ପାଠ ପଢିବାକୁ ଯାଇଥିଲେ ହେଲେ ନିଜ ପାଠ ପଢା ଅଧାରୁ ଛାଡି ଦେଲେ । ଏହା ପରେ ଭାରତର ପ୍ରଧାନମନ୍ତ୍ରୀ ହେଲେ ଅଟଳ ବିହାତି ବାଚପାୟୀ । ବାଚପାୟୀ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ଲକ୍ଷ୍ମୀବାଇ କଲେଜ ଓ ଡିଏବି କଲେଜ କାନପୁରରେ ଶିକ୍ଷାଲାଭ କରିଥିଲେ । ସେ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ।

ଏହା ପରେ ଆମ ଲିଷ୍ଟରେ ଅଛନ୍ତି ମନମୋହନ ସିଂହ । ମନମୋହନଙ୍କୁ ଦେଶର ସବୁଠାରୁ ଅଧିକ ଶିକ୍ଷିତ ପ୍ରଧାନମନ୍ତ୍ରୀ ବୋଲି କୁହାଯାଏ । ସେ ପଞ୍ଜାବ ବିଶ୍ଵ ବିଦ୍ୟାଳୟ, କେବିନେଟ ବିଶ୍ଵ ବିଦ୍ୟାଳୟ ଓ ଅକ୍ଶଫର୍ଡ ବିଶ୍ଵ ବିଦ୍ୟାଳୟରେ ଅର୍ଥନୀତି ପାଢୀଥିଲେ । ଏବେ ଆମ ଲିଷ୍ଟରେ ଅଛନ୍ତି ନରେନ୍ଦ୍ର ମୋଦୀ । ନରେନ୍ଦ୍ର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ଗୁଜୁରାଟ ବିଶ୍ଵ ବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ।

Leave a Reply

Your email address will not be published. Required fields are marked *