ପାକିସ୍ତାନରେ ପଡିଛି ହାହାକାର ! କେଉଁଠି ଟଳି ପଡୁଛି ବିଲଡିଙ୍ଗ ତ କେଉଁଠି ଭାସି ଯାଉଛି ପୋଲ, ବିକଳରେ ଲୋକ କରୁଛନ୍ତି ଚିତ୍କାର…ଦେଖନ୍ତୁ Video

ବନ୍ଧୁଗଣ ଏବେ ପାକିସ୍ତାନରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା । ଚାରି ଆଡେ ଖାଲି ପାଣି ଆଉ ପାଣି ହାହାକାର ପରିସ୍ଥିତି ମିଳୁନି ଖାଦ୍ୟ ଆଉ ପାନୀୟ । ପାକିସ୍ତାନରେ ହୋଇଥିବା ଏହି ପ୍ରଳୟଙ୍କରୀ ବନ୍ୟାରେ 1136 ଜଣଙ୍କ ମୃତ୍ୟୁ ହୋଇଛି । ଗତ 24 ଘଣ୍ଟାରେ ଗଲାଣି 75 ଜଣଙ୍କ ଜୀବନ । 3 କୋଟି 30 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର ହୋଇଛନ୍ତି 51 ହଜାର 275 ଜଣ ।

ରିଲିଫ କ୍ୟାମ୍ପରେ ଅଛନ୍ତି 499842 । 1051570 ଘର ଭାଙ୍ଗିଛି । କ୍ଷୟ କ୍ଷତି ପ୍ରାୟ 80 ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରିଛନ୍ତି ପାକିସ୍ତାନର ଯୋଜନା ମନ୍ତ୍ରୀ ଇକବାଲ । ଏବେ ବି 33 ପ୍ରତିଶତ ଅଞ୍ଚଳ ପାଣି ଘେରରେ ରହିଛି । ଦେଶରେ ଜନ ସଂଖ୍ୟାର 15 ପ୍ରତିଶତ ଲୋକ ଜଳ ବନ୍ଦୀ ହୋଇ ରହିଛନ୍ତି । ସିନ୍ ପ୍ରଦେଶ ସବୁ ଠାରୁ ଅଧିକ ପ୍ରଭାବିତ ହୋଇଛି ।

ତେବେ ବନ୍ଧୁଗଣ ଏହି ଅଗଷ୍ଟ ମାସରେ 9 ଗୁଣ ଅଧିକ ବର୍ଷା ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ, ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକେଇବାକୁ ଶୁଖିଲା ସ୍ଥାନ ମିଳୁନି । ସେପଟେ ପ୍ରାକୃତିକ ବିପର୍ଯୟ ଆଣିଛି ଖାଦ୍ୟ ସଙ୍କଟ । ପାରିବା ଦର ଆକାଶ ଛୁଆଁ ବିଲାତି କେ.ଜି 500 ଟଙ୍କା ଓ ପିଆଜ କେ.ଜି 400 ଟଙ୍କାରେ ବିକ୍ରି ହେଉଛି । ବେଲୁଚିସ୍ତାନ ଓ ଶିନ୍ଦରେ ବନ୍ୟା ଯୋଗୁଁ ହଜାର ହଜାର ଏକରରେ ହୋଇଥିବା ଫସଲ ନଷ୍ଟ ହୋଇ ଯାଇଛି ।

ଏପଟେ ବିଶ୍ଵକୁ ସାହାର୍ଯ୍ୟ ମାଗିଛନ୍ତି ପାକ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ପାକିସ୍ତାନରେ ଭୀଷଣ ବିପର୍ଯୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜାତିସଂଘ ମୁଖ୍ୟ । ସେ କହିଛନ୍ତି ପାକିସ୍ତାନ ବାସୀ ମୁନସୁନ ଅନ ଷ୍ଟେରୋଡର ସମ୍ମୁଖୀନ ହେଉଛନ୍ତି । ଏହି ବନ୍ୟା ବିପର୍ଯୟ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନଷ୍ଟ ହୋଇଛି । ଏପରି କି ସଙ୍କଟ ସମୟରେ ସହଯୋଗ ଲାଗି ବିଶ୍ଵ ସମୁଦାୟକୁ ଅପିଲ କରିଛନ୍ତି ଆଣ୍ଟୋରିଓ ଗୁଟେରସ ।

ଏହା ସହ ପାକିସ୍ତାନରେ ବନ୍ୟା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରିସ୍ଥିତି ଶୀଘ୍ର ସ୍ଵାଭାବିକ ହେବା ନେଇ ସେ ଆଶା ବ୍ୟକ୍ତ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *