ମହିଳା କନେଷ୍ଟବଳଙ୍କ ମହାନତାକୁ ଶହେ ସଲାମ ! କୁନି ପିଲାଟିକୁ ବଞ୍ଚେଇବା ପାଇଁ ଯାହା କଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା !

ନମସ୍କାର ବନ୍ଧୁଗଣ ତେବେ ଭୋକରେ ଛଟପଟ ହେଉଥିବା ଶିଶୁକୁ ସ୍ତନ୍ୟପାନ କରାଇ ନୂଆ ଜୀବନ ଦେଲେ ମହିଳା କନେଷ୍ଟବଳ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବାରାଁ ଜିଲ୍ଲାରେ । ଶିଶୁଟିର ବାପା ରାଧେଶ୍ୟାମ ସବୁ ବେଳେ ମଦ ନିଶାରେ ମାତାଲ ରହିଥାନ୍ତି । ଗତ ମଙ୍ଗଳବାର ରାତିରେ ସେ ଶ୍ୱଶୁର ଘର କାମଖେଡ଼ା ଗାଁକୁ ଯାଇଥିଲେ । ରାତି ପାହୁ ପାହୁ ବୁଧବାର ଭୋରୁ ସେ କାହାକୁ କିଛି ନ କରି ନିଜ ଦେଢ଼ ମାସ ଶିଶୁକୁ ଧରି ଚୁପ୍‌ଚାପ ଚାଲି ଆସିଥିଲେ ।


ଭୋକିଲା ଛୁଆକୁ ସାଙ୍ଗରେ ଧରି ସେ ପ୍ରାୟ ୧୫ କିଲୋମିଟର ଚାଲିବା ପରେ ଜଙ୍ଗଲରେ ବସି ମଦ ପିଇଥିଲେ । ସକାଳୁ ରାଧେଶ୍ୟାମଙ୍କ ପତ୍ନୀ କମଳାଙ୍କର ନିଦ ଭାଙ୍ଗିବାରୁ ସେ ଛୁଆ ନଥିବା ଦେଖିଥିଲେ । ଖୋଜାଖୋଜି କରିବା ବେଳେ ଘରେ ରାଧେଶ୍ୟାମ୍‌ ବି ନଥିଲେ । ଏଣୁ ରାଧେଶ୍ୟାମ ହିଁ ଛୁଆକୁ ନେଇଥିବା ସେ ସନ୍ଦେହ କରିଥିଲେ । ତେବେ ଛୁଆ କୁଆଡ଼େ ଚାଲିଯାଇଥିବା ନେଇ କମଳା ସ୍ଥାନୀୟ ପୋଲିସ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ ।

ପୋଲିସ ପକ୍ଷରୁ ତୁରନ୍ତ ଖୋଜାଖୋଜି କରିବା ବେଳେ ରାଧେଶ୍ୟାମଙ୍କୁ ନିଶାସକ୍ତ ଅବସ୍ଥାରେ ଜଙ୍ଗଲରେ ପଡ଼ିଥିବା ଦେଖିଥିଲେ । ତାଙ୍କ ପାଖରେ ଛୁଆ ଭୋକ ଉପାସରେ କାନ୍ଦୁଥିଲା । ଏହା ଦେଖି ଛୁଆର ଜୀବନ ବଞ୍ଚାଇବାକୁ ମହିଳା କନେଷ୍ଟବଳ ତୁରନ୍ତ ଶିଶୁକୁ କୋଳେଇ ନେଇଥିଲେ । ଦୁଇ ମହିଳା କନେଷ୍ଟବଳ ପୂଜା ଓ ମୁକଲେଶ ଛୁଆକୁ ନିଜ କ୍ଷୀର ପିଆଇଥିଲେ । ସ୍ତନ୍ୟପାନ ପରେ ସେ ଛୁଆକୁ ଗିନା ଚାମଚରେ ପାଣି ପିଆଇଥିଲେ ।


ତା’ ପରେ ଛୁଆ ଶାନ୍ତ ହୋଇଥିଲା । ଖବର ପାଇ କମଳା ପହଞ୍ଚିବା ପରେ ତାଙ୍କୁ ଛୁଆକୁ ଦେଇଥିଲେ । ତେବେ ଏ ନେଇ କନେଷ୍ଟବଳ ପୂଜା କହିଛନ୍ତି, ଛୁଆକୁ ଦେଖି ଲାଗୁଥିଲା ସେ ଦୀର୍ଘ ସମୟ ହେଲାଣି ଭୋକିଲା ଅଛି । ଏଣୁ ମୁଁ ଓ ମୁକଲେଶ ତାକୁ ସ୍ତନ୍ୟପାନ କରାଇଥିଲୁ । ଆମେ ଖୁସି ଯେ ଆମ ଯୋଗୁ ଏକ ଛୁଆର ଜୀବନ ବଞ୍ଚିଯାଇଛି । ଅନ୍ୟପଟେ ପୋଲିସ କହିଛି ଯେ ରାଧେଶ୍ୟାମ ନିକଟରୁ ନିଦ ଔଷଧ ବି ମିଳିଛି । ଏବେ ତାହାର ତଦନ୍ତ ଚାଲିଛି ।


ତେବେ ଦେଢ଼ ମାସ ଶିଶୁକୁ ଅମୃତ ପାନ କରାଇ ଜୀବନ ବଞ୍ଚାଇଥିବା ଦୁଇ ମହିଳା ପୋଲିସ ଅଫିସର ପୂଜା ଓ ମୁକଲେଶଙ୍କୁ ବାରାଁ କଲ୍ୟାଣ ସୀମା ପୋଲିସ ଅଧୀକ୍ଷକ ୫୦୧- ୫୦୧ ଟଙ୍କାର ନଗଦ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ଏଭଳି ମହାନ୍‌ କାମ କରିଥିବାରୁ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *