‘ଝିଅ ଅଭିଯୋଗ କଲେ ପୁଅକୁ ବନ୍ଧା ହେଉଛି, ହେଲେ ପୁଅ ମାନେ ଅଭିଯୋଗ କଲେ…’ OYO ରୁମରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ଶୁଣନ୍ତୁ କଣ କହୁଛି ଏହି ଝିଅଟି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବରଗଡ଼ ରେଳ ଷ୍ଟେଶନ ନିକଟ ବିଜୟ ନାମକ ଏକ ହୋଟେଲରେ ସୋମବାର ଜଣେ ନାବାଳିକା(୧୭)ଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି । ନାବାଳିକା ଙ୍କ ଘର ବରଗଡ଼ ଜିଲା ଗାଇସିଲେଟ ଥାନା ଭେଲୁଆପଦର ଗ୍ରାମର I ମୃତା ନାବାଳିକା ଜଣକ ବରଗଡ଼ ସହରର ଏକ କଲେଜର ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀ ଏବଂ ସେ ଘଟଣା ଦିନ ଏକ ବସ୍‌ ଯୋଗେ ବରଗଡ଼ ଆସିଥିଲେ ଏବଂ କଲେଜ ରେ ପହଞ୍ଚି ଥିବା କଥା ନିଜ ବାପା ଙ୍କୁ କଲ କରି କହିଥିଲେ କିନ୍ତୁ ନିଜ ପ୍ରେମିକ ସହିତ ଚାଲି ଯାଇଥିଲେ ହୋଟେଲକୁ ।


ତେବେ ନିଜ ପ୍ରେମିକ ରାହୁଲ ବାଗ ସହିତ ପ୍ରଥମ ସମବନ୍ଧ ବେଳେ ଅଚେତ ହୋଇ ଯାଇଥିଲେ ନାବାଳିକା ଏବଂ ପରେ ପ୍ରେମିକ ଜଣଙ୍କ ତାଙ୍କୁ ବରଗଡ଼ ପୁରୁଣା ହସ୍ପିଟାଲ କୁ ନେଇ ଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଏପଟେ ବାପା ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଝିଅ କୁ ହତୟଆ କରାଯାଇଛି ଘଟଣାର ତଦନ୍ତ ଜାରି ରହିଛି ।

ତେବେ ଏହାକୁ ନେଇ ଜଣେ ରମାଦେବୀ କଲେଜର ଛାତ୍ରୀ ଙ୍କୁ ଏହି ବିଷୟରେ ପଚାରିବାରୁ ସେ ନିଜର ମତ ରଖିଥିଲେ । ତେବେ କବିତା ଭୂୟାଁ ନାମକ ଜଣେ ରମାଦେବୀ ବିଶ୍ୱବିଦ୍ୟାଳୟ ର ଛାତ୍ରୀ । ତେବେ ସେ କହିଛନ୍ତି କି ଆଜିକାଲି ପ୍ରେମ ବୋଲି କିଛି ବି ରହୁନି ସବୁ ଟାଇମ ପାସ ହୋଇ ଗଲାଣି । କେଵଳ ସମବନ୍ଧ ରଖିବାର ଗୋଟିଏ ମାଧ୍ୟମ ବୋଲି କହିଲେ ଖରାପ ହେବ ନାହିଁ ।

ତେବେ ଛୋଟ ଛୋଟ ଛୁଆ ମାନେ ଯେଉଁ ମାନେ ପ୍ରେମ କଣ ଜାଣି ନାହାଁନ୍ତି ସେମାନଙ୍କ ର ମଧ୍ୟ ଗୋଟିଏ ଗୋଟିଏ ବୟଫ୍ରେଣ୍ଡ ରହୁଛି । ତେବେ ପ୍ରେମ କର ତାହା ଭୁଲ ନୁହେ କିନ୍ତୁ ମିଛ କହି କଲେଜ ନାଁ କହି ହୋଟେଲ ଯାଅ ନାହିଁ । ତେବେ ବାପା ମାଆ ଏତେ କଷ୍ଟ କରି ପଇସା ପତ୍ର ଯୋଗାଡ଼ କରି ପାଠ ପଢ଼ାଉଛନ୍ତି ତାର ସମ୍ମାନ ରଖ ।

ତେବେ ଏହା ସହ ସେ କହିଛନ୍ତି କି ଯେତେବେଳେ ଗୋଟିଏ ପୁଅ ଭୁଲ କରୁଛି ସେତେବେଳେ ତାକୁ ଦଣ୍ଡ ମିଳୁଛି ତା ଘର ଲୋକଙ୍କୁ ଦଣ୍ଡ ମିଳୁଛି ସେହିଭଳି ଯଦି ଗୋଟିଏ ଝିଅ କିଛି ଭୁଲ କରୁଛି ତେବେ ତାକୁ ମଧ୍ୟ ସମାନ ଦଣ୍ଡ ମିଳିବା ଉଚିତ । ପୁଅ ଝିଅ ଭିତରେ କୌଣସି ପାର୍ଥକ୍ୟ ରଖିବା ଉଚିତ ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *