ଟଙ୍କା ଜମା ଓ ଉଠାଣକୁ ନେଇ ଆସିଲା ନୂଆ ନିୟମ, ଏଣିକି ବ୍ୟାଙ୍କରେ ଟଙ୍କା ଜମା କଲେ କିମ୍ବା ଉଠେଇଲେ କରିବାକୁ ହେବ ଏହି କାମ 

ଟଙ୍କା ଜମା ଓ ଉଠାଣକୁ ନେଇ ନୂଆ ନିୟମ ଆସିଲା ବଡ ଖବର । ଏଣିକି ଦେବାକୁ ପଡିବ ପାନ୍ ଓ ଆଧାର ନମ୍ବର । ଯଦି କୌଣସି ବ୍ୟକ୍ତି ଆର୍ଥିକ ବର୍ଷରେ ୨୦ ଲକ୍ଷ ଟଙ୍କା କିମ୍ବା ତା ଠାରୁ ଅଧିକ ପରିମାଣରେ ଟଙ୍କା ଜମା କିମ୍ବା ଉଠାଣ କରୁଥିବେ ତା ହେଲେ ଆଧାର ଏବଂ ପାନ୍ ନମ୍ବର ଅପରିହାର୍ଜ୍ୟ । ଏନେଇ କେନ୍ଦ୍ରୀୟ ପ୍ରତକ୍ଷ କର ବୋର୍ଡ ନୂଆ ନିୟମ ଆଣିଛି । ବ୍ୟାଙ୍କ, ଡାକଘର ଓ ସମବାୟ ସଂସ୍ଥା କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ।

୧୦ ମେରେ ଏନେଇ ସବଇଡିଟି ପକ୍ଷରୁ ଏକ ସୂଚନା ପ୍ରକାଶ ପାଇଛି । ପୂର୍ବରୁ ଦିନକୁ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା କରୁଥିଲେ ପାନ୍ ନମ୍ବର ଉଲ୍ଲେଖ କରିବାର ନିୟମ ରହିଛି । ହେଲେ ବାର୍ଷିକ ଆର୍ଥିକ କାରବାର ଉପରେ ଉପରେ ସେମିତି କିଛି କଟକଣା ନଥିଲା କିନ୍ତୁ ସରକାର ଏଥିରେ ପରିବର୍ତ୍ତନ ଆଣିଛନ୍ତି ।

ଏଭଳି ନିୟମ ଦ୍ଵାରା କେଉଁ ସୂତ୍ରରୁ ଟଙ୍କା ଆସୁଛି ଆଉ କେଉଁଠିକି ଯାଉଛି ତାହା ଉପରେ ବହୁତ ଭଲ ଭାବରେ ନଜର ରଖିପାରିବେ ସରକାର । ଏହା ସହିତ ବିଭିନ୍ନ ଅପରାଧୀକ କାର୍ଯ୍ୟ କଳାପ ମଧ୍ୟ ହ୍ରାସ ପାଇବ । କୌଣସି ବ୍ୟକ୍ତି ଯଦି ସମବାୟ ବ୍ୟାଙ୍କ, ପୋଷ୍ଟ ଅଫିସ ବା ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ କିମ୍ବା କ୍ୟାସ କ୍ରେଡିଟ ଆକାଉଣ୍ଟ ଖୋଲୁ ଛନ୍ତି ତେବେ ମଧ୍ୟ ପ୍ୟାନ ଓ ଆଧାର ନମ୍ବର ଦେବା ବାଧ୍ୟତା ମୂଳକ ରହିବ ।

ଏହା ଦ୍ଵାରା କେବଳ ଆର୍ଥିକ କାରବାରରେ ସ୍ଵଚ୍ଛତା ଆସିବ ତାହା ନୁହେଁ ବରଂ ଅନେକ ଲୋକଙ୍କୁ ଟିକସ ଦାତାଙ୍କ ସୂଚୀରେ ସାମିଲ କରାଯାଇ ପାରିବ । କାରଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କାର ଆର୍ଥିକ କାରବାର ହେଉଥିଲେ ମଧ୍ୟ ସେମାନଙ୍କ ଆକାଉଣ୍ଟ ସହ ପାନ୍ ଲିଙ୍କ ହୋଇ ନାହିଁ । ଏହା ସହ ସେହି ଲୋକମାନେ ଟିକସ ମଧ୍ୟ ଦେଉ ନାହାନ୍ତି ।

ଏହା ଫଳରେ ସେମାନଙ୍କୁ ଠିକ ଭାବରେ ଟ୍ରାକ କରାଯାଇ ପାରୁ ନଥିଲା । ତେବେ ନୂଆ ନିୟମ ଦ୍ଵାରା ପାନ୍ ନମ୍ବର ସାହାର୍ଯ୍ୟରେ ଆୟ କର ବିଭାଗ ବେସ ସହଜରେ ଏଭଳି କାରବାର ବାବଦରେ ଜାଣି ପାରିବ । ତା ହେଲେ ବନ୍ଧୁଗଣ ଏହି ନୂଆ ନିୟମଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *