‘ମାଗଣା ଦେଲେନି ବୋଲି Kishore bhaina’ ଦୋକାନ ଭାଙ୍ଗିଦେଲେ, ନହେଲେ…’ ଗ୍ରାହକଙ୍କ ପ୍ରତିକ୍ରିୟା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଭାଙ୍ଗିଲା ବେଶ ଚର୍ଚ୍ଚିତ କିଶୋର ଭାଇନା ମଟନ ହୋଟେଲ । ବୁଧବାର ଦିନ ବିଏମସି ପକ୍ଷରୁ ଚଢାଉ କରାଯାଇ ସିଲ୍‍ କରାଯାଇଥିଲା ହେଟେଲ୍‍ । ବେଆଇନ ଭାବେ ତିଆରି ପାଇଁ ଓ ସିଲ୍‍ ପରେ ହୋଟେଲ ଖୋଲି ବେପାର କରିବାରୁ ଆଜି ବିଏମସି ଭାଙ୍ଗିଥିବା ନେଇ ସୂଚନା ମିଳିଛି । ସୂଚନା ଯୋଗ୍ୟ,ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ବୁଧବାର ଦିନ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‍ ଚଢାଉ କରିଥିଲା ।


ଦୋକାନର ଫ୍ରୁଡ୍‍ ଲାଇସେନ୍ସ ବାତିଲ କରିବା ସହ ଜରିମାନା ମଧ୍ୟ ଲାଗୁ କରିଥିଲା । ଦୋକାନ ଚାରି ପଟେ ଅସ୍ୱାସ୍ଥ୍ୟକର ପରିବେଶ ସହ ଡ୍ରେନ ନିକଟରେ ଦୋକାନ ରହିଥିଲା । ଏହାସହ ତରକାରୀରେ ରଙ୍ଗ ବ୍ୟବହାର ସହ ବାସି  କଙ୍କଡା ମଧ୍ୟ ଜବତ ହୋଇଥିଲା । ତେବେ ଜଣେ ବ୍ୟକ୍ତି କହିଛନ୍ତି କି BMC ଭାଙ୍ଗି ଦେଉ କିଛି ଆପତ୍ତି ନାହିଁ ।

ମାତ୍ର ତାଙ୍କ ପାଇଁ କିଛି ଆରେଞ୍ଜ ମେଣ୍ଟ କରୁ ୩୦ ରୁ ୪୦ ବର୍ଷ ହେଲାଣି କିଶୋର ଭୁବନେଶ୍ଵର ସହରରେ ଭାତ ମାଂସ ୧୦୦ ଟଙ୍କାରେ ପେଟେ ଖାଇବାକୁ ଦେଇ ଆସୁଛନ୍ତି । ଯେତେ ଛାତ୍ର ବାଣୀ ବିହାର, ବିଜେପି ରାଜଧାନୀ ରମାଦେବୀ ଭଦ୍ର ଯୁବକ, ବେକାରିଆ ଯୁବକ ଚାକିରିଆ ମାନେ ସମସ୍ତେ ଖାଇବାର ସୁଯଗ ପାଇଛନ୍ତି ଏବଂ ସୁର ଏହା ମଧ୍ୟ କହିଛନ୍ତି ଯେ ସେ ମଧ୍ୟ ଖାଇବାର ସୁଯୋଗ ପାଇଛନ୍ତି ।

ତାଙ୍କର ଭଲ ମଟନ ତଥା ଟେଷ୍ଟ ମଧ୍ୟ ବହୁତ ଭଲ । ମାତ୍ର ବର୍ତ୍ତମାନ ତାକୁ ଭାଙ୍ଗିଦେବା ଟା ବହୁତ ବଡ ଅନ୍ୟାୟ ହୋଇଛି । ଯଦି ଭାଙ୍ଗିଦେଲେ ତାଙ୍କୁ ଜାଗା ଦିଅନ୍ତୁ । ସେ ଏକ ଭଲ ହୋଟେଲ କରନ୍ତୁ । ତେବେ ଭାତ ମାଂସ ଲୋକଙ୍କୁ ଦିଅନ୍ତୁ ଖାଇବାକୁ । ୪୦ ବର୍ଷ ହେଲାଣି ସେ ଦେଇ ଆସୁଥିଲେ । ପେଟେ ଭାତ ତଥା ପେଟେ ମାଂସ ଆମ୍ଭେ ଖାଉ । ସମସ୍ତେ ବେସ ଭଲ ପାଆନ୍ତି କିଶୋର ହୋଟେଲ ରୁ ଖାଇବା । ମାତ୍ର ଭାଙ୍ଗିଦେଲେ ଖାଲି କଣ ହେବ ? ବିଏମସି କମିଶନର ତୁରନ୍ତ ତର୍ଜମା କର ।


ସେମାନଙ୍କ ପାଇଁ ବ୍ୟବସ୍ଥା କର । ସେ ଲୋକଙ୍କୁ ଖାଇବାକୁ ଦେବେ ଲୋକ ଖାଇବାର ସୁଯୋଗ ପାଇବେ । ଏହାର ବ୍ୟବସ୍ଥା କରନ୍ତୁ ଟଙ୍କା ୧୦୦ ରେ ପେଟେ ମାଂସ ଭାତ ଲୋକେ ଖାଆନ୍ତି । ମାତ୍ର ଏହାକୁ ବନ୍ଧ କରିଦେଲେ ? ଭାଙ୍ଗିଦେଲେ ? ଭାଙ୍ଗିବା ପୂର୍ବରୁ ଚିନ୍ତା କରିଥିଲ କି ଏହି ଭୁବନେଶ୍ଵର ଯୁବକ ମାନେ ତଥା ଯୁବତୀ ମାନେ କେଉଁଠି ଖାଇବେ ? ସୁବିଧାରେ ଖାଇବେ ? ଭାଙ୍ଗିବା ଟା ଅନ୍ୟାୟ ହୋଇଛି ।

ତେବେ କିଶୋର ହୋଟେଲ ନାମରେ ଯେଉଁ ଆରୋପ ଲାଗିଛି ତାହା ସଂପୂର୍ଣ୍ଣ ଭାବରେ ମିଛ ଅଟେ । ଯେଉଁ ଅଫିସର କହୁଛନ୍ତି ଯେ ଡୁପ୍ଳିକେଟ ଟମାଟୋ ସସ ଦେଇଥିଲେ ତେବେ ସେ ବୋଧ ହୁଏ ମାଗଣା ଖାଇବାକୁ ଯାଇଥିଲେ ସେଥିପାଇଁ କହୁଛନ୍ତି । ମାତ୍ର ଏହା ଅନ୍ୟାୟ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *