୪୨୦ କିଏ ? ଅଭିଯୁକ୍ତ ନା ପୋଲିସ ? ଦେଖନ୍ତୁ ପୁରା ଖବର…

ବନ୍ଧୁଗଣ, ସୂଚନା ଅନୁଯାୟୀ ଚାହୁଁ ଚାହୁଁ କ୍ଷୀରରେ ପାଣି ମିଶାଇ ଦେଲା ପୋଲିସ । ଅଭିଯୁକ୍ତ ଗିରଫ ହେଲେ ସତ, ମାତ୍ର ମିଛ କାହାଣୀ କହିଲେ । ରାତିରେ ଟଙ୍କା ଖାଇ ମାମଲା ଏଭଳି ଓଲଟା ପାଲଟା କରକି ନାହିଁ ତ ପୋଲିସ ? ୫୮,୫୨,୨୫୦ ଟଙ୍କା ଜବତ ହେଲା ବାକି ଟଙ୍କା କୁଆଡେ ଗଲା ? ହାଇଦ୍ରାବାଦର ଇଟ୍ଟାଭାଟ୍ଟୀ ର ମାଲିକଙ୍କୁ ଜୁଆଡି ସଜାଇଦେଲା କଣ୍ଟାବାଞ୍ଜି ପୁଲିସ । ଯେତେ ଚାହିଁଲେ ମଧ୍ୟ ସତ କୁ ଲୁଚାଇ ପାରିଲା ନାହିଁ ବଲାଙ୍ଗୀରି କଣ୍ଟାବାଞ୍ଜି ପୋଲିସ ।

ରାତାରାତି ଅଭିଯୁକ୍ତ ମାନଙ୍କୁ ଜୁଆଡି ସଜାଇ ମାମଲାକୁ ହାଲୁକା କରିଦେଲା କିନ୍ତୁ ସଂପୂର୍ଣ୍ଣ ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏଠାରେ ପ୍ରଶ୍ନ ଆସିବ ଯେ ଏଠାରେ ୪୨୦ କିଏ ପୋଲିସ ନା ଅଭିଯୁକ୍ତ ? କଣ୍ଟାବାଞ୍ଜି ନିକଟସ୍ଥ ଅନ୍ନପୂର୍ଣ୍ଣା ନାମକ ଏକ ଲର୍ଜ ରେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା କିନ୍ତୁ ଲର୍ଜରେ ଜୁଆ ଖେଳ ନୁହେଁ କେବଳ ବିଡା ବିଡା ଟଙ୍କା ଗଣା ଯାଇଥିଲା ।

ହାଇଦ୍ରାବାଦର ଇଟାଭାଟି ମାଲିକ ମାନେ ବଲାଙ୍ଗୀର କଣ୍ଟାବାଞ୍ଜି ରେ ପହଞ୍ଚିଥିଲେ । ଉଦେଶ୍ୟ ଥିଲା ସ୍ଥାନୀୟ ଦଲାଲ ଙ୍କୁ ଧରି କଣ୍ଟାବାଞ୍ଜିରୁ ହାଇଦ୍ରାବାଦ କୁ ଦାଦନ ଚାଲାଣ କରିବେ । କିନ୍ତୁ କଣ୍ଟାବାଞ୍ଜି ପୋଲିସ ଯାହା କଲା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

୭ ଅଭିଯୁକ୍ତ ଙ୍କୁ ଜୁଆଡି ସଜାଇ ଗଣ ମାଧ୍ୟମ ସାମ୍ନାରେ ଛିଡା କରାଇ ଦେଲା ପୋଲିସ କୋଟି କୋଟି ଟଙ୍କାରୁ ମାତ୍ର ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ସୋ କରିଲା ବାକି ଟଙ୍କା କୁଆଡେ ଗଲା ତାହାର ପତା ନାହିଁ । ବାହାର ରାଜ୍ୟର ଇଟ୍ଟାଭାଟି ମାଲିକ ସହିତ କଣ୍ଟାବାଞ୍ଜି ପୋଲିସ ର ହୋଇଥିଲା କି ଡିଲ ? ଏକଥା ଲର୍ଜ ର ମାଲିକ କହିଛନ୍ତି । ପ୍ରତିବର୍ଷ ହାଇଦ୍ରାବାଦରୁ ଇଟାଭାଟି ମାଲିକ ଆସନ୍ତି କଣ୍ଟାବାଞ୍ଜିରୁ ଦାଦନ ଶ୍ରମିକଙ୍କୁ ସାଙ୍ଗରେ ଧରି ଜାଆନ୍ତି ।

ସେମାନଙ୍କ ମଧ୍ୟରୁ ଅନେକ ନିର୍ଯାତନର ଶିକାର ହୋଇ ଆ-ତ୍ମ-ହ-ତ୍ୟା ଭଳି ଉଦ୍ୟମ ମଧ୍ୟ କରିଥାନ୍ତି । ଏଭଳି କି ମାଲିକ ମାନେ ଅନେକ ଶ୍ରମିକଙ୍କୁ ଘେରାବନ୍ଦୀ କରି ନିର୍ଯାତନ ମଧ୍ୟ ଦେଇଥାନ୍ତି । ଏନେଇ ପୋଲିସ ଙ୍କୁ ପଚାରିଲେ ସେ ମୁହଁ ବୁଲାଇ ଦେଉଛନ୍ତି । ତେବେ ଏହି ବାବଦରେ ଗୁମର ଖୋଲିଦେଲେ ଲର୍ଜ ମାଲିକ ।  ମାତ୍ର ଏନେଇ ସାଧାରଣ ଜନତା କହିଛନ୍ତି ଯେ ରକ୍ଷକ ଯଦି ଭକ୍ଷକ ହେବେ ତେବେ ଆମ୍ଭେ କାହାକୁ କହିବା ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *