‘ରାତିରେ ହିଁ ରାଧାପୂଜା ହେବ କହି କୃଷ୍ଣ ବାବା ହେଇକି ଆସି ମହିଳାଙ୍କ ସହ କରୁଛନ୍ତି ଦୁଷ୍କର୍ମ’ କୃଷ୍ଣ ମଠ ବିଷୟରେ ମହିଳା ଜଣକ ଯାହା କହିଲେ ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ…

ନମସ୍କାର ବନ୍ଧୁଗଣ ତେବେ ଅନୁସୂଚିତ ଜାତି ଓ ସେମାନଙ୍କ ମହିଳାଙ୍କ ପ୍ରତି ଘଟିଥିବା ଯୌଔନ ନିରର୍ଯ୍ୟାତନାଆ ଓ ଜମି ହଡ଼ପ ଖୋଦ୍ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଉଛି ।ଅପରାଆଧୀ ମାନେ ବାରମ୍ବାର ଓ ଲଗାତର ପୀଡ଼ିତା ମାନଙ୍କୁ ନିରର୍ଯ୍ୟାତନାଆ ଦେଉଥିବା ବେଳେ ପୋଲିସ୍ ସେମାନଙ୍କୁ ତଦନ୍ତ ଓ ଗିରଫ କରିବାରେ ବିଫଳ ହୋଇଛି । ଯଦି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅପରାଆଧୀମାନଙ୍କୁ ଗିରଫ କରାନଯାଏ, ତେବେ ସଂଗଠନ ଖଣ୍ଡଗିରି ଥାନା ଘେରାଉ କରିବ ବୋଲି ଓଡ଼ିଶା ନ୍ୟାୟ ମଞ୍ଚ ଚେତାବନୀ ଦେଇଛି ।

ତେବେ ପ୍ରକାଶଥାଉକି, ରାଜ୍ୟ ରାଜଧାନୀରେ ଭଣ୍ଡ ସାରଥୀ ପରି ଆଉ ଏକ ଭଣ୍ଡ ବାବା କମିଶନରେଟ ପୋଲିସ୍ ସହାୟତାରେ ନିଜର ଅପରାଧିକ ସାମ୍ରାଜ୍ୟ ବୃଦ୍ଧି କରିଚାଲିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାର ରଘୁନାଥ ନଗରରେ କୃଷ୍ଣମଠ ନାମରେ ସରକାରୀ ଜମି ମାଡ଼ିବସି ସେଠାରେ ରାଧା ପୂଜା ନାମରେ ମହିଳା ଓ ଶିଶୁମାନଙ୍କୁ ଯୌଔନ ନିରର୍ଯ୍ୟାତନାଆ ଦେଉଛି ।

ମହିଳା ଓ ଶିଶୁ ଯୌଔନ ନିରର୍ଯ୍ୟାତନାଆ ମାମଲାରେ ଖଣ୍ଡଗିରି ଥାନାରେ ଏଫ୍‌ଆଇଆର ୨୦୭/୨୦୨୧ ଓ ୩୬୬/୨୦୨୧, ବାଲିଅନ୍ତା ଥାନାରେ ୩୮୫/୨୦୨୧, ଜଟଣୀ ଥାନାରେ ୬୮୬/୨୦୨୨ ଆଦି ଅନେକ ଥାନାରେ ଭଣ୍ଡ ବାବା ପ୍ରଫୁଲ୍ଲ ଦାସ ଓ ତାର ସହଯୋଗୀ ମାନଙ୍କ ନାମରେ ଥିବାବେଳେ କମିଶନରେଟ ପୋଲିସ୍ ହାତବାନ୍ଧି ବସିଛି । ଏପରିକି ଜାତୀୟ ମାନବ ଅଧିକାର କମିଶନ ସମ୍ପୃକ୍ତ ଘଟଣାରେ ରାଜ୍ୟର ପୋଲିସ୍ ମୁଖ୍ୟ ଡ଼ିଜିପିଙ୍କୁ ନୋଟିସ୍ ଦେଇ ଜବାବ ମାଗିଥିଲେ ମଧ୍ୟ କମିଶନରେଟ ପୋଲିସ୍‌ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

ତେବେ ସେହିପରି ସମ୍ପୃକ୍ତ କୃଷ୍ଣମଠରେ ଧଳା ଜହର, ଗଞ୍ଜେଇ ଆଦି ନିଶା କାରବାର ମାଧ୍ୟମରେ କୋଟି କୋଟି ଟଙ୍କାର ବେଆଇନ ବେପାର କରି, ରାଜ୍ୟର ଅନୁଗୁଳ, ଗଞ୍ଜାମ, ସୁନ୍ଦରଗଡ଼ ଆଦି ଜିଲ୍ଲାରେ କୃଷ୍ଣମଠ ଶାଖା ନିର୍ମାଣ କରି ଅପରାଧର ସାମ୍ରାଜ୍ୟ ବିସ୍ତାର କରୁଥିଲେ ମଧ୍ୟ କେଉଁ ପ୍ରଭାବଶାଳୀ ମହିଳା ସାଂସଦଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବାରୁ ପୋଲିସ୍ ଚୁପ୍ ରହୁଛି, ତାହା ପାଲିସ୍ କହିବ ବୋଲି ସଂଗଠନ ଅଭିଯୋଗ କରିଛି ।

ସେହିପରି ଗଞ୍ଜାମର ଅଜୟ ଜେନା ଓ ଡୁମୁଡୁମାର ଲକ୍ଷ୍ମୀ ନାରାୟଣ ପଣ୍ଡା ଦଳିତ ଜମି ହଡ଼ପ କରିବା ଓ ସେମାନଙ୍କ ମହିଳାଙ୍କୁ ନିରର୍ଯ୍ୟାତନାଆ ଦେବା ଘଟଣାରେ ଖଣ୍ଡଗିରି ଥାନାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ପୋଲିସ୍ ମାମଲା ରୁଜୁ କରି ଚୁପ୍ ବସିଛି । ଏହି ସମସ୍ତ ମାମଲା ସମ୍ପର୍କରେ ରାଜ୍ୟ ଗୃହ ସଚିବ, ପୋଲିସ୍ ମହାନିର୍ଦ୍ଦେଶକ, ପୋଲିସ୍ କମିଶନର ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରି ଓଡ଼ିଶା ନ୍ୟାୟ ମଞ୍ଚ ଅପରାଆଧୀ ମାନଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ।

ତେବେ ଯଦି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଣ୍ଡ ବାବା ପ୍ରଫୁଲ୍ଲ ଦାସ ଓ ତାର ସହଯୋଗୀ ପ୍ରକାଶ ସାହାଣୀ, ଦଳିତ ଓ ସରକାରୀ ଜମି ହଡ଼ପକାରୀ ଅଜୟ ଜେନା, ଲକ୍ଷ୍ମୀନାରାୟଣ ପଣ୍ଡା, ଦେବେନ୍ଦ୍ର ରାଉତ, ନରେନ୍ଦ୍ର ରାଉତ ପ୍ରମୁଖଙ୍କୁ ଖଣ୍ଡଗିରି ପୋଲିସ୍ ଗିରଫ ନକରେ, ତେବେ ସଂଗଠନ ତରଫରୁ ଖଣ୍ଡଗିରି ଥାନା ଘେରାଉ କରିବା ସହ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ସଂଗଠନର ସଭାପତି ସୁକାନ୍ତ ଚନ୍ଦ୍ର ଭୋଇ, ପ୍ରଦୀପ୍ତ ନାୟକ, ବୀରେନ୍ଦ୍ର ନାୟକ, ମମତା ସାମନ୍ତରାୟ, ମଣ୍ଟୁ ନାୟକ ଓ ଅମୂଲ୍ୟ ଭୋଇ ପ୍ରମୁଖ ଚେତାବନୀ ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *