‘ମୋ ବେପାର ଭଲ ହେଉଥିଲା ବୋଲି ଷଡଯନ୍ତ୍ର କରି ମୋ ଦୋକାନ ତ ଭାଙ୍ଗି ଦେଲେ, ମୁଁ ଗାଁକୁ ପଳେଇବି, ସେଠାରେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଯଦି ମଟନ ଖାଇବାକୁ ଭଲ ପାନ୍ତି ତା ହେଲେ ଆପଣ କିଶୋର ଭାଇଙ୍କ ମଟନ ତ ନିଶ୍ଚୟ ଖାଇଥିବେ ନଚେତ ଆପଣ ଏହି ହୋଟେଲ ବିଷୟରେ ନିଶ୍ଚୟ ଶୁଣିଥିବେ । କିଶୋର ଭାଇଙ୍କ ହୋଟେଲ ଦୀର୍ଘ ବର୍ଷ ଧରି ଭୁବନେଶ୍ଵରରେ ଚାଲି ଆସୁଛି । ଏହି ହୋଟେଲକୁ କେବଳ ମଟନ ଖାଇବା ପାଇଁ ଓଡିଶାର ଅନେକ ଜିଲ୍ଲାରୁ ଲୋକ ମାନେ ଆସନ୍ତି । ମାତ୍ର ଦେଢ ଶହ ଟଙ୍କାରେ ଏଠି ସ୍ଵାଦିଆ ମଟନ ଝୋଳ, ଭାତ ଆଉ ସାଲାଡ ମିଳେ ।


ତେବେ ଥରେ ଖାଇବା ପରେ ଆପଣ ଯେତେ ଇଛା ଭାତ ଆଉ ଆଳୁ ଝୋଳ ନେଇ ପାରିବେ । ଦିନକୁ ୨୦୦ କିଲୋ ମଟନ ବେପାର ଏଠି ହୁଏ ଆପଣ ମାନେ ଏଥିରୁ ଭାବି ପାରୁଥିବେ ଏହି ହୋଟେଲକୁ କେତେ ଲୋକ ଖାଇବାକୁ ଆସନ୍ତି । ତେବେ ପହରଦିନ କିଶୋର ଭାଇଙ୍କ ହୋଟେଲରେ ବିଏମସି ଚଢାଉ କରିଥିଲା । ତେବେ ମଟନରେ ରଙ୍ଗ, ଏକ୍ସପାରି ସସ୍ ଓ ବାସୀ କଙ୍କଡା ବିକୁ ଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ଗତ ପହଡଦିନ ବିଏମସି ଟ୍ବିଟ କରିଥିଲା । ତାଗିତ କରିବା ପରେ ବି ଗତ କାଲି କିଶୋର ଭାଇ ଦୋକାନ ଖୋଲି ମଟନ ବିକି ଥିଲେ । ଏହା ପରେ ବିଏମସି ପକ୍ଷରୁ କୁହା ଯାଇଥିଲା ଯେ, କିଶୋରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଦର୍ଶକ ବନ୍ଧୁ ଏବେ ବିଏମସି କିଶୋର ଭାଇଙ୍କ ହୋଟେଲ ଭାଙ୍ଗୁଛି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏନେଇ କିଶୋର ଭାଇ ଗଣମାଧ୍ୟମକୁ କହିଛନ୍ତି-‘ସେମାନେ କେବେ ବି ଆସି ନାହାନ୍ତି ଦେଖିବା ପାଇଁ । ମୁଁ କେବେ ଦେଖିନି ସେ ଖାଇବାକୁ ଆସିଛନ୍ତି ବୋଲି । ସେ କଲର ଦେଖି ନାହାନ୍ତି ଜିନିଷ ଧରି ନାହାନ୍ତି ସେମାନେ ଯଦି କହିବେ ମୁଁ ଆଉ କଣ କହିବି । ହୋଟେଲ ଭାଙ୍ଗିବା ପାଇଁ କୌଣସି ନୋଟିସ ଆସି ନାହିଁ । ସେମାନେ ମୋତେ ବନ୍ଦ କରିବା ପାଇଁ ବି ନୋଟିସ ଦେଇ ନାହାନ୍ତି ମୁଁ ଜାଣିଥିଲେ କଣ ଖୋଲି ଥାନ୍ତି ।

ଏବେ ତ ଭାଙ୍ଗି ଦେଲେ ମୁଁ କଣ ଆଉ ସାରଙ୍କୁ ପଚାରି ପାରିବି ସେ କାହିଁକି ଭାଙ୍ଗିଲେ ବୋଲି । ଯଦି ସେମାନେ ପର୍ମିଶନ ଦେବେ ଲାଇସେନ୍ସ ଦେବେ ତା ହେଲେ ଏଇଠି ଖୋଲିବି ନହଲେ ଗାଁକୁ ଯିବି ଆଉ କଣ କରିବି । ତେବେ ସୂଚନା ଥାଉକି, ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ବୁଧବାର ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ଚଢଉ କରିଥିଲା । ଦୋକାନର ଫୁଡ୍‌ ଲାଇସେନ୍ସ ବାତିଲ କରିବା ସହ ଜରିମାନା ଲଗାଇଥିଲା ବିଭାଗ ।


ଅଭିଯୋଗ ଥିଲା ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍‌ । ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ । ଏପରି ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ହୋଇଥିଲା ଚଢାଉ । ଏହାସହ ମଟନ ଦୋକାନ ଚାରି କଡ଼ରେ ଥିଲା ଅସ୍ୱାସ୍ଥ୍ୟକର ପରିବେଶ । ଡ୍ରେନ୍‌ ପାଖରେ ଥିଲା ଦୋକାନ । ଏହାରି ଭିତରେ ଦୋକାନ ଚାଲୁଥିଲା । ସେଥିରେ ପୁଣି ତରକାରୀରେ ମିଶୁଥିଲା କ୍ଷତିକାରକ ରଙ୍ଗ । ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଅତି ନିମ୍ନମାନର ସସ୍‌କୁ ବ୍ୟବହାର କରାଯାଉଥିଲା । ସେହିପରି ବାସୀ କଙ୍କଡ଼ା ମଧ୍ୟ ଜବତ ହୋଇଥିଲା ।

ତେଣୁ ଖାଦ୍ୟର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ଏହାସହ ଫୁଡ୍‌ ଲାଇସେନ୍ସକୁ ବାତିଲ କରିଥିଲା ବିଏମସି । ପୂର୍ବରୁ ଏଠାରେ ବାସୀ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଲାଇସେନ୍ସ ବାତିଲ କରିବା ପରେ ବି ଗୁରୁବାର ହୋଟେଲ ଖୋଲି ଖାଇବା ରନ୍ଧା ହୋଇଥିଲା । ଯାହାକୁ ନେଇ ଶୁକ୍ରବାର ଆକ୍ସନ ନେଇଛି ବିଏମସି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *