Kishore Bhainaଙ୍କ ଫେମସ ମଟନ, ପ୍ରତିଦିନ ରୋଷେଇ ହୁଏ 200 କେଜି, ଅସଲ ରହସ୍ୟ କଣ ? ଧରାପଡିଲା ପ୍ରକୃତ ସତ, ଶୁଣିଲେ ଆପଣ ବି କହିବେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ଖାଦ୍ୟ ଖାଉଥିବେ ନିଶ୍ଚିତ ଚାଇନିଜ,ଇଟାଲୀ,ଜାପାନୀ ସବୁ ପ୍ରକାରର ଖାଦ୍ୟ ଖାଉଥିବେ କିନ୍ତୁ ଉଷୁନା ଭାତ ସହିତ ଦେଶୀ ଖାସି ମାଂସ ଝୋଳ । ଆଉ ତା ସହିତ ଦୁଇଟା ପିଆଜ । ତାର ଟେଷ୍ଟ ପୁରା ନିଆରା । ସବୁବେଳେ ଆମେ ବିଦେଶୀ ଖାଇବା ଖାଇ ଖାଇ ବିରକ୍ତି ହୋଇଗଲେଣି । ଆଉ ହୋଟେଲରେ ଦାମୀ ଚାଉଳର ଖାଇବା ଖାଇ ଖାଇ ବୋର ହେଇ ଗଲେଣି ।

ତେବେ ବର୍ତ୍ତମାନ କିଛି ଦେଶୀ ଖାଦ୍ୟ ଦେଖିବା ଯାହାର ତିଆରି ପ୍ରଣାଳୀ ପୁରା ଓଡ଼ିଆ ଘର ଭଳି । ମଟନ ଖାଇବେ ତ କିଶୋର ଭାଇଙ୍କ ମଟନ । ଏଠାରେ ଅଧା ଘଣ୍ଟା ରୁ ଏକ ଘଣ୍ଟା ଠିଆ ହେଲେ ଯାଇ ମଟନ ଖାଇବାକୁ ମିଳିବ । କାହିଁକି ନା ଏହି ମଟନର ଟେଷ୍ଟ ପୁରା ନିଆରା । ପୁରା ବୋବାଲ ଟେଷ୍ଟ । ଓଡ଼ିଆ ଘରର ଖାଇବା ପ୍ରଣାଳୀ ବା ଦେଶି ଖାଇବା ନିଆରା ପ୍ରଣାଳୀ ସବୁଠାରୁ ନିଆରା । ଆଉ ତାହା ହିଁ ବହୁତ ଟେଷ୍ଟି ଲାଗେ ।

ତେବେ ଆସନ୍ତୁ ଦେଖିବା କେମିତି ତିଆରି ହେଉଛି ଖାସି ମାଂସ ଝୋଳ । ସତ କହିବାକୁ ଗଲେ କିଶୋର ଭାଇଙ୍କ ମଟନ ଟେଷ୍ଟ ଆମେ କେଉଁଠି ବି ପାଇବା ନାହିଁ । ଏହି ମଟନ ପୁରା ଦେଶି ଓଡ଼ିଆ ପ୍ରଣାଳୀରେ ତିଆରି ହୋଇଛି । ଏହାର ଟେଷ୍ଟ ପୁରା ନିଆରା । କିଶୋର ଭାଇ କହିଛନ୍ତି କି ମୋର ଦୋକାନ ହେଲାଣି ୯୧ ମସିହାରୁ । ସେତେବେଳେ ମୁଁ ଦେଢ଼ କିଲୋ ଚାଉଳ ବିକୁଥିଲି ।

ଏବେ ଟିକେ ଭଲ ବେପାର ହେଉଛି । ଭଲ ମଟନ ବେପାର ହେଉଛି । ଲୋକମାନେ ବି ସପୋର୍ଟ ଦେଉଛନ୍ତି । ମଟନ ଆଣିବା ପାଇଁ ମୁଁ ନିଜେ ଯାଇ ମାର୍କେଟିଂ କରେ । ଖାଇ ସାରିବା ପରେ ଲୋକ ଭଲ ଲାଗୁଛି ବୋଲି କହୁଛନ୍ତି । ଆଉ ଭଲ ଲାଗୁଛି ବୋଲି ଲୋକ ଆସୁଛନ୍ତି । କେତେ ବଡ଼ ବଡ଼ ବାବୁ ବଡ଼ ବଡ଼ ଗାଡ଼ି ଧରି ଆସି ଏଇଠି ବସି ଖାଉଛନ୍ତି । ତାଙ୍କୁ ଭଲ ଲାଗୁଛି ବୋଲି ସେ ଆସୁଛନ୍ତି ।


ସେ କହିଛନ୍ତି କି ମୁଁ ଏଇଠି ୩୦ ବର୍ଷ ହେଲା ଖାଇବା ଦେଉଛି । ଏଠୀକି ଯେଉଁମାନେ ଆସନ୍ତି ସେମାନେ ମଟନ ଖାଇବାକୁ ହିଁ ଆସନ୍ତି । ଯଦି ମଟନ ସରିଗଲା ତ ଲୋକ ଥାନ୍ତି ଓ ଲୋକମାନେ ଚିଙ୍ଗୁଡ଼ି,ମାଛ, କଙ୍କଡା ଏ ସବୁ ଖାଆନ୍ତି । ଭାଇନା ମଟନ ଝୋଳ ଆଳୁ ଟିକେ ଦେଇଦିଅ ଚିଙ୍ଗୁଡ଼ି ଟିକେ ଦେଇ ଦିଅ । ସେଇ ମଟନ ଝୋଳରେ ବି ଲୋକ ଖାଇକି ବହୁତ ଖୁସି ହୁଅନ୍ତି ।

ତେବେ ସେ କହିଛନ୍ତି କି ମୋର ମସଲାରେ କେବଳ ଅଦା,ରସୁଣ,ପିଆଜ, ଡାଲଚିନି ଗୁଣ୍ଡ ଟିକେ ପଡେ । ସେତିକି ହେଉଛି ମୋର ମସଲା । ଆପଣ ଯେତେବେଳେ ଆସିବେ ଦେଖିବେ ଏ ହେଉଛି ମୋର ମସଲା । ଆଉ ଏକ କଥା ହେଉଛି ମାଂସଟି ମୋର କ୍ୱାଲିଟି ମାଂସ ତେଣୁ ଲୋକଙ୍କୁ ଭଲ ଲାଗେ । ଦୋକାନ କେବଳ ସୋମବାର ବନ୍ଦ । ନହେଲେ ଆଉ ସବୁ ଦିନ ଖୋଲା । ବୁଧବାର, ଶୁକ୍ରବାର ଓ ରବିବାର ଟିକେ ଅଧିକ ଭିଡ଼ ରହେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *