ଗୌତମ ଗମ୍ଭୀର, କେବିନ ପିଟରସନ ଓ ଡୈନୀ ମରିସନ କହିଲେ ଇଏ ହେଉଛନ୍ତି ଆଇପିଏଲର ବେସ୍ଟ ବ୍ୟାତ୍ସମ୍ୟାନ, ଦେଖନ୍ତୁ ଆପଣଙ୍କ ଫେବରେଟ ଅଛନ୍ତି କି

ପୁରା ବିଶ୍ଵରେ କରୋନା ଭାଇରସର ବଢୁଥିବା ପ୍ରକୋପକୁ ଦେଖି ସମସ୍ତ ପ୍ରକାରର ଖେଳକୁ ବନ୍ଦ କରି ଦିଆ ଯାଇଛି । ଏହା ମଧ୍ୟରେ ସବୁ ଖେଳାଳି ସୋସିଆଲ ମିଡିଆ ମାଧ୍ୟମରେ ନିଜର ବିଚାରକୁ କ୍ରିକେଟର ଫ୍ୟାନମାନଙ୍କ ସାମ୍ନାରେ ରଖୁଛନ୍ତି । ଏହି ଆଧାରରେ ଭାରତୀୟ ଟିମର ପୂର୍ବ ବ୍ୟଟ୍ସମ୍ୟାନ ଗୌତମ ଗମ୍ଭୀର, ଇଂଲଣ୍ଡର ପୂର୍ବ ମଧ୍ୟକ୍ରମ ବଡ ବ୍ୟାଟ୍ସମ୍ୟାନ କେବିନ ପିଟରସନ ଓ ପ୍ରସିଦ୍ଧ କମେଂଟେଟର ଡ୍ୟାନୀ ମରିସନ ଆଇପିଏଲର ବେସ୍ଟ ବ୍ୟାଟ୍ସମ୍ୟାନ ବାଛିଛନ୍ତି ।

କହିବାକୁ ଗଲେ ଷ୍ଟାର ସ୍ପୋର୍ଟ୍ସର ଏକ୍ସପର୍ଟ ଜ୍ୟୁରୀ ଏକ ଲିସ୍ଟ ଜାରି କରିଲେ । ଯେଉଁଥିରେ ୨୦ ଜଣ ପୂର୍ବ କ୍ରିକେଟର ସହିତ ୫୦ ଲୋକମାନେ ସାମିଲ ଥିଲେ । ଏହା ଛଡା ଏଥିରେ ୧୦ ଜଣ ସିନିୟର ସ୍ପୋର୍ଟ୍ସ ଜର୍ନଲିସ୍ଟ, ୧୦ ଷ୍ଟାଟୀଶିୟନ ଓ ୧୦ ଏନାଲିସ୍ଟ ବି ସାମିଲ ଥିଲେ । ଏହା ପରେ ଏହି ଲିସ୍ଟରୁ ଏହି ତିନି ଜଣ ମହାନ ଖେଳାଳିଙ୍କୁ ଆଇପିଏଲର ସବୁଠୁ ବେସ୍ଟ ବ୍ୟାଟ୍ସମ୍ୟାନ ବାଛିବା ପାଇଁ କୁହାଗଲା ।

ଏମାନେ ସମସ୍ତେ ମିଶି ୪ ଜଣ ଖେଳାଳିଙ୍କୁ ବାଛିଲେ । ଯେଉଁଥିରେ ଭାରତୀୟ ଟିମର କ୍ୟାପଟେନ ବିରାଟ କୋହଲି, ଅଷ୍ଟ୍ରେଲିୟାର ସଲାମୀ ବ୍ୟାଟ୍ସମ୍ୟାନ ଡେବିଡ ୱର୍ନର, ୱେସ୍ଟଇଂଡୀଜର ବିସ୍ଫୋଟକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଓ କ୍ରିକେଟ ଜଗତରେ ୩୬୦ ଡିଗ୍ରୀ ଖେଳାଳି ନାମରେ ପ୍ରସିଦ୍ଧ ଥିବା ସାଉଥ ଆଫ୍ରିକାର ବ୍ୟାଟ୍ସମ୍ୟାନ ଏବୀ ଡୀବିଲିୟର୍ସ ସାମିଲ ଅଛନ୍ତି ।

କେବିନ ପିଟରସନ କ୍ରିସ ଗେଲଙ୍କୁ ଆଇପିଏଲର ବେସ୍ଟ ବ୍ୟାଟ୍ସମ୍ୟାନ ବାଛିଛନ୍ତି । କିନ୍ତୁ ପିଟରସନ କହିଲେ କି ଏହି ଲିସ୍ଟରେ ଧୋନୀଙ୍କ ନାଁ ନ ଦେଖି ମୋତେ ବହୁତ ଆଶ୍ଚର୍ଯ୍ୟ ହେଉଛି । ପିଟରସନ ଆଗକୁ କହିଲେ ଯଦି କ୍ରିସ ଗେଲଙ୍କ ବିଷୟରେ କଥା ହେବା ତେବେ ସେ ପାଖପାଖି ସବୁ ସିଜିନରେ ଭଲ ବ୍ୟାଟିଙ୍ଗ କରିଛନ୍ତି । ସେ ଟପ ଅର୍ଡରରେ ବ୍ୟାଟିଙ୍ଗ କରନ୍ତି ଓ ଆଇପିଏଲକୁ ରୋମାଞ୍ଚକ ପୂର୍ଣ କରି ଦିଅନ୍ତି ।

ଗୌତମ ଗମ୍ଭୀର ଡେବିଡ ୱର୍ନରଙ୍କୁ ବାଛିଛନ୍ତି । ଯିଏ ଆଇପିଏଲ ଇତିହାସରେ ସବୁଠୁ ଅଧିକ ରନ କରିଥିବା ବିଦେଶୀ ଖେଳାଳି ଅଟନ୍ତି । ଗୌତମ ଗମ୍ଭୀର କହିଲେ କି ମୋତେ ବହୁତ ଆଶ୍ଚର୍ଯ୍ୟ ହେଉଛି କି ଏହି ଲିସ୍ଟରେ ସୁରେଶ ରୈନା ଓ ରୋହିତ ଶର୍ମାଙ୍କ ଭଳି ବଡ ବଡ ଖେଳାଳିଙ୍କ ନାମ ନାହିଁ । ସେଥିପାଇଁ ମୁଁ ଡେବିଡ ୱର୍ନରଙ୍କୁ ବାଛିଛି । କାରଣ ଏହି ଲିସ୍ଟରେ ସାମିଲ ବାକି ୩ ଜଣ ଖେଳାଳି ବର୍ତ୍ତମାନ ପର୍ଯ୍ୟନ୍ତ ଥରେ ହେଲେ ବି ଆଇପିଏଲ ଟ୍ରଫି ଜିତି ନାହାନ୍ତି ।

ଡେବିଡ ୱର୍ନର ନିଜେ ଏକୁଟିଆ ନିଜ ଦମରେ ସନରାଇଜର୍ସକୁ ଆଇପିଏଲ ଜିତାଇ ଥିଲେ । ଅନ୍ୟ ପଟେ ଡ୍ୟାନୀ ମରିସନ ଏବୀ ଡୀବିଲିୟର୍ସଙ୍କୁ ଏହି ଲିସ୍ଟରୁ ବାଛିଛନ୍ତି । ସେ କହିଲେ କି ଡୀବିଲିୟର୍ସକୁ ସେ ଏଥିପାଇଁ ପସନ୍ଦ କରନ୍ତି, କାରଣ ସେ ୩୬୦ ଡିଗ୍ରୀ ଖେଳାଳି ଅଟନ୍ତି ଓ ସେ ପଡିଆରେ ଚାରିପାର୍ଶ୍ଵକୁ ଶଟ ମାରିଥାନ୍ତି । ଖାସ କଥା ଏହା ଅଟେ କି ବିରାଟ କୋହଲିଙ୍କୁ ଏହି ଲିସ୍ଟରେ କୌଣସି ବି ଏକ୍ସପର୍ଟ ବାଛି ନାହାନ୍ତି । ଅନ୍ୟ ପଟେ ତିନି ଜଣ ହିଁ ଏକ୍ସପର୍ଟ ଏହି କଥାରେ ସହମତ ଦେଖାଇଛନ୍ତି କି ସୁରେଶ ରୈନା, ରୋହିତ ଶର୍ମା ଓ ଧୋନୀଙ୍କ ନାମ ଏହି ଲିସ୍ଟରେ ସାମିଲ ନ ହେବା ଦ୍ଵାରା ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *