କେବେ ଭାରତୀୟ ଦଳର ଜୀବନ ଥିଲେ ଏହି ସବୁ ଖେଳାଳି କିନ୍ତୁ ଆଜି କାହାର ମନେବି ନାହାଁନ୍ତି

ଦୁନିଆରେ ପ୍ରାୟତଃ ସମସ୍ତେ କ୍ରିକେଟ ଖେଳ ଦେଖିବାକୁ ବା ଖେଳିବାକୁ ମଧ୍ୟ ପସନ୍ଦ କରିଥାନ୍ତି । କ୍ରିକେଟ ଭାରତର ଏକ ଲୋକପ୍ରିୟ ଖେଳ । ଏମିତିରେ କ୍ରିକେଟ ଷ୍ଟାରମାନେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ଖେଳ ପଡିଆରେ ନିଜର ପ୍ରଦର୍ଶନ କୁ ନେଇ ତ କେତେବେଳେ ନିଜର ପରଶନାଲ ଲାଇଫ ପାଇଁ । କ୍ରିକେଟ ଦୁନିଆରେ କେତେକ କ୍ରିକେଟର ତ ବହୁତ ଫେମସ ହୋଇଯାନ୍ତି କିନ୍ତୁ କିଛି ଖେଳାଳିଙ୍କୁ ମୌକା ନମିଳିବା କାରଣରୁ ସେମାନେ କୁଆଡେ ହଜି ଯାଆନ୍ତି ।

ଏମିତି ହିଁ କିଛି ପ୍ରତିଭାଶାଳୀ ଖେଳାଳିଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯିଏ ଟ୍ୟାଲେଣ୍ଟ ଥିବା ପରେ ବି ନିଜର କ୍ୟାରିୟର ଗଢିପାରି ନାହାଁନ୍ତି ଓ ଆଜି ସେମାନଙ୍କ କଥା କାହାର ମନେ ବି ନାହିଁ ।

ଅଜୟ ରାତ୍ରା ଯିଏ ଭାରତର ୱିକେଟ କିପର ଥିଲେ ଓ ସେ ନିଜର କ୍ରିକେଟ କ୍ୟାରିୟରରେ କେବଳ ୧୨ଟି ମ୍ୟାଚ ଖେଳିଥିଲେ କିନ୍ତୁ ଆଜି ଏହି ଖେଳାଳିଙ୍କ କଥା କାହାର ବି ମନେ ନାହିଁ ।

ଟିନୁ ଯୋହାନନ ଜଣେ ଭଲ ବୋଲର ଥିଲେ ଓ ସେ ୩ଟି ୱାଣ୍ଡେ ମ୍ୟାଚରେ ୫ଟି ୱିକେଟ ନେଇଥିଲେ କିନ୍ତୁ ତାଙ୍କୁ ଅଧିକ ମୌକା ମିଳିଲା ନାହିଁ । ଆଜି ସେ କାହାର ମନେ ବି ନାହାଁନ୍ତି ।

ଶିବ ସୁନ୍ଦର ଦାସ ଯିଏ ପୂରାପୂରି ଭିଭିଏସ ଲକ୍ଷ୍ମଣଙ୍କ ଭଳି ଖେଳୁଥିଲେ କିନ୍ତୁ ପ୍ରତିଭାଶାଳୀ ହେବା ପରେ ବି ଦାସଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା ।

ଦୀପ ଦାସଗୁପ୍ତା ବି ଜଣେ ୱିକେଟ କିପର ଖେଳାଳି ଥିଲେ ସେ ୫ ଟି ୱାଣ୍ଡେ ଓ ୮ଟି ଟେଷ୍ଟ ମ୍ୟାଚ ଖେଳିଥିଲେ, ସେ ଶତକ ବି ଲଗାଇ ସାରିଛନ୍ତି କିନ୍ତୁ ତାଙ୍କର ନାମ ବି କୁଆଡେ ହଜିଗଲା ।

ଦିନେଶ ମୋଂଗିୟା ଭାରତୀୟ ଦଳର ମଧ୍ୟକ୍ରମର ଜଣେ ଭଲ ଖେଳାଳି ଥିଲେ । ସେ ନିଜର ଭଲ ପ୍ରଦର୍ଶନ ପାଇଁ ଜଣାଯାନ୍ତି । ସେ କରିଥିବା ୧୫୯ରନ ର ପାରି ଆଜି ବି ସ୍ମରଣୀୟ ଅଟେ । କିନ୍ତୁ ଆଜି ତାଙ୍କୁ କେହି ବି ମନେ ରଖି ନାହାଁନ୍ତି ।

Leave a Reply

Your email address will not be published. Required fields are marked *