ବାଛନ୍ତୁ ନିଜର ମୂଳାଙ୍କ ବା ଜନ୍ମ ତାରିଖ ଓ ଜାଣନ୍ତୁ କେତେ ରୋମାଣ୍ଟିକ ଅଟନ୍ତି ଆପଣ

କୌଣସି ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ ଜାଣିବା ପାଇଁ ଆବଶ୍ୟକ କେବଳ ତାଙ୍କର ଜନ୍ମ ତାରିଖ । ଅଙ୍କ ଶାସ୍ତ୍ରରେ ଜନ୍ମ ତାରିଖକୁ ମୂଳାଙ୍କ କୁହାଯାଇଥାଏ । ଏହା ଦ୍ଵାରା କୌଣସି ବିଶେଷ ବ୍ଯକ୍ତିର ରୋମାଣ୍ଟିକ ସ୍ଵଭାବକୁ ଜାଣିବା ପାଇଁ ଏହି ଅଙ୍କ ଗୁଡିକୁ ୧-୯ ମଧ୍ୟରେ ବଣ୍ଟା ଯାଇଛି । ମାନେ ଆମ ଆଖପାଖରେ ୯ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ନିଜ ନିଜ ଉପାୟରେ ପ୍ରେମ ଜାହିର କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ମୂଳାଙ୍କ ୧

ଅଙ୍କ ଶାସ୍ତ୍ରରେ ପ୍ରଥମ ଅଙ୍କ ୧ ଅଟେ । ଯେଉଁମାନଙ୍କର ଜନ୍ମ ତାରିଖ ୧, ୧୦, ୧୯, ୨୮ ଅଟେ ସେମାନଙ୍କର ମୂଳାଙ୍କ ୮ ହୋଇଥାଏ । ଏହାକୁ ସୂର୍ଯ୍ୟ ଗ୍ରହଙ୍କର ପ୍ରତୀକ ମାନିଥାନ୍ତି । ମୂଳାଙ୍କ ୧ ର ଲୋକ ସୂର୍ଯ୍ୟଙ୍କ ପରି ଚମକଦାର ଓ ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ହୋଇଥାନ୍ତି । ଯେଉଁ ପ୍ରକାରରେ ସୂର୍ଯ୍ୟ ସବୁ ଗ୍ରହଙ୍କର ନେତୃତ୍ତ୍ଵ କରିଥାନ୍ତି ଠିକ ସେହି ପ୍ରକାରେ ଆପଣ ନିଜ ପାର୍ଟନରଙ୍କୁ ନିୟନ୍ତ୍ରଣରେ ରଖିବା ପସନ୍ଦ କରନ୍ତି । ପ୍ରେମ ମାମଲାରେ ଆପଣ ଭାବୁକ ନୁହଁନ୍ତି ବରଂ ବୁଦ୍ଧିମତାର ସହ ନିସ୍ପତି ନିଅନ୍ତି ।

ମୂଳାଙ୍କ ୨

୨, ୧୧, ୨୦, ୨୯ ଏହି ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର ମୂଳାଙ୍କ ୨ ଓ ଗ୍ରହ ଚନ୍ଦ୍ରମା ହୋଇଥାଏ । ଆପଣ ବହୁତ ଭାବୁକ ଓ ସଂବେଦନଶୀଳ ବ୍ୟାକ୍ତିତ୍ତ୍ଵ ଅଟନ୍ତି । ଆପଣଙ୍କ ପାଇଁ ନିଜ ପାର୍ଟନର ସହିତ ଶାରୀରିକ ସମ୍ବନ୍ଧ ରଖିବା ଅପେକ୍ଷା ଅଧିକ ଜରୁରୀ ଅଟେ ହୃଦୟରୁ ଯୋଡି ହେବା । ତାଙ୍କର ସବୁ ଇଚ୍ଛାର ଧ୍ୟାନ ରଖିବା ନିଜର କର୍ତ୍ତବ୍ୟ ଭାବିଥାନ୍ତି ।

ମୂଳାଙ୍କ ୩

୩, ୧୨, ୨୧, ୩୦ ଏହି ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର ମୂଳାଙ୍କ ୩ ଓ ଏମାନେ ବୃହସ୍ପତି ଗ୍ରହଙ୍କ ଅଧୀନରେ ଥାନ୍ତି । ଏହି ଗ୍ରହ ବିଶାଳ ଓ ଶକ୍ତିଶାଳୀ ହୋଇଥାଏ । ସେହିପରି ଆପଣ ଗୋଟିଏ ଭଲ ପାର୍ଟନର ର ଆଶା ରଖିଥାନ୍ତି କାରଣ ଆପଣ ନିଜକୁ ସର୍ବଶ୍ରେଷ୍ଟ ମାନିଥାନ୍ତି । ଆପଣ ରୋମାଣ୍ଟିକ ନୁହନ୍ତି ଓ ଆପଣ ପ୍ରେମ ମାମଲାରେ ହୃଦୟରୁ ନୁହେଁ ବରଂ ମସ୍ତିଷ୍କରୁ ଚିନ୍ତା କରିଥାନ୍ତି । ଆପଣଙ୍କ ପାଇଁ ପ୍ରେମ ଠାରୁ ଅଧିକ ଜରୁରୀ ଆପଣଙ୍କ କ୍ଯାରିୟର ହୋଇଥାଏ ।

ମୂଳାଙ୍କ ୪

ଯେଉଁମାନଙ୍କର ଜନ୍ମ ତାରିଖ ୪, ୧୩, ୨୨, ୩୧ ଅଟେ ସେମାନଙ୍କର ମୂଳାଙ୍କ ୪ ଓ ଗ୍ରହ ରାହୁ ହୋଇଥାଏ । ଏମାନେ ଖାସ ରୋମାଣ୍ଟିକ ହୋଇ ନ ଥାଆନ୍ତି କିନ୍ତୁ ଏମାନେ ନିଜ ପାର୍ଟନର ଙ୍କ ସବୁ କଥାର ଧ୍ୟାନ ରଖିଥାନ୍ତି । ମୂଳାଙ୍କ ୪ ର ଲୋକ ନିଜ ରାଗ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି କରନ୍ତି ।

ମୂଳାଙ୍କ ୫

ଯେଉଁମାନଙ୍କର ଜନ୍ମ ତାରିଖ ୫, ୧୪, ୨୩ ଅଟେ ତେବେ ସେମାନଙ୍କର ମୂଳାଙ୍କ ୫ ଓ ଗ୍ରହ ବୁଧ ହୋଇଥାଏ । ସମ୍ପର୍କରେ ସମୟ ସମୟରେ ନିପୁଣତା ମାପିବା ଏମାନଙ୍କର ସ୍ଵଭାବ ହୋଇଥାଏ । ଏଥିପାଇଁ ବିବାହ ପୂର୍ବରୁ ଏମାନଙ୍କର ଏକାଧିକ ଅଫେୟାର ରହିଥାଏ । ଏମାନେ ପ୍ରେମରେ ହୃଦୟରୁ ନୁହେଁ ବରଂ ମସ୍ତିଷ୍କରୁ ଚିନ୍ତା କରିଥାନ୍ତି ।

ମୂଳାଙ୍କ ୬

ଯେଉଁମାନଙ୍କର ଜନ୍ମ ତାରିଖ ୬ ୧୫, ୨୪ ଅଟେ ତେବେ ସେମାନଙ୍କର ମୂଳାଙ୍କ ୬ ଓ ଗ୍ରହ ଶୁକ୍ର ହୋଇଥାଏ । ଏମାନଙ୍କର ଚମକୁଥିବା ଭାଗ୍ୟକୁ ଦେଖି ଦୁନିଆ ବି ସଲାମ କରିଥାଏ । ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । କାହାକୁ କିପରି ନିଜ ଆଡକୁ ଆକର୍ଷିତ କରିବେ ଏମାନଙ୍କୁ ଭଲ ଭାବେ ଜଣାଥାଏ । ନିଜ ପାର୍ଟନରଙ୍କୁ ଖୁସିରେ ରଖିବା ଏମାନଙ୍କୁ ପସନ୍ଦ ହୋଇଥାଏ ।

ମୁଳାଙ୍କ ୭

ଯେଉଁମାନଙ୍କର ଜନ୍ମ ତାରିଖ ୭, ୧୬, ୨୫ ଅଟେ ତେବେ ସେମାନଙ୍କର ମୂଳାଙ୍କ ୭ ଓ ଗ୍ରହ କେତୁ ଅଟେ । ଏମାନଙ୍କର ନିରନ୍ତର ଚିନ୍ତା କରିବା ସ୍ଵଭାବ ଏମାନଙ୍କର ସବୁଠୁ ବଡ ଶତ୍ରୁ ଅଟେ । ଏମାନେ ନିଜ ପାର୍ଟନରଙ୍କ ସହିତ ଭାବନାତ୍ମକ ରୂପରେ ଯୋଡି ହୋଇଥାନ୍ତି । ଏମାନେ ନିଜ ଜୀବନସାଥିଙ୍କ ପ୍ରତି ସବୁବେଳେ ବିଶ୍ଵାସୀ ହୋଇ ରହିଥାନ୍ତି ।

ମୁଳାଙ୍କ ୮

ଯେଉଁମାନଙ୍କର ଜନ୍ମ ତାରିଖ ୪, ୧୩, ୨୨, ୩୧ ଅଟେ ସେମାନଙ୍କର ମୂଳାଙ୍କ ୮ ଓ ଗ୍ରହ ଶନି ହୋଇଥାଏ । ଏମାନେ ଭାବୁକ ସ୍ଵାଭାବର ମଣିଷ ଅଟନ୍ତି । କିନ୍ତୁ ନିଜ ବ୍ୟକ୍ତିତ୍ତ୍ଵ କାହା ସାମନାକୁ ଆସିବାକୁ ଦିଅନ୍ତି ନାହିଁ । ଆପଣ ନିଜ ପାର୍ଟନରଙ୍କ ପ୍ରତି ସବୁବେଳେ ବିଶ୍ଵାସୀ ରହିଥାନ୍ତି । ଏମାନେ କୌଣସି ବି ସଂପର୍କକୁ ହୃଦୟରୁ ଆପଣାଇଥାନ୍ତି ।

ମୂଳାଙ୍କ ୯

ଯେଉଁମାନଙ୍କର ଜନ୍ମ ତାରିଖ ୯, ୧୮, ୨୭ ଅଟେ ସେମାନଙ୍କର ମୂଳାଙ୍କ ୮ ଓ ଗ୍ରହ ମଙ୍ଗଳ ହୋଇଥାଏ । ମଙ୍ଗଳ ଗ୍ରହ ବିଜ୍ଞାନ ଅନୁସାରେ ବିନାଶକାରୀ ଗ୍ରହ ଅଟେ । ତେଣୁ ଏହି ଲୋକମାନେ ସବୁବେଳେ ରାଗରେ ହିଁ ରହିଥାନ୍ତି । ଏମାନେ ଭାବନାତ୍ମକ ବି ହୋଇଥାନ୍ତି କିନ୍ତୁ ଲୋକଙ୍କୁ ନିଜର ଭାବନା ଦେଖାଇବାକୁ ଚାହାଁନ୍ତି ନାହିଁ । ଏମାନେ ଶାରୀରିକ ସମ୍ବନ୍ଧକୁ ଅଧିକ ମହତ୍ତ୍ଵ ଦେଇଥାନ୍ତି । ଏମାନଙ୍କ ପାଇଁ ଏମାନଙ୍କ ପରିବାର ବହୁତ ମହତ୍ତ୍ଵ ରଖିଥାଏ ।

Leave a Reply

Your email address will not be published. Required fields are marked *