ରାଶି ଅନୁସାରେ ଆଙ୍ଗୁଠିରେ ପିନ୍ଧନ୍ତୁ ଭାଗ୍ୟରତ୍ନ – ଧନ, ପ୍ରେମ ସବୁ ମିଳିବ ଅତି ସହଜରେ

ଜ୍ୟୋତିଷଙ୍କ ଅନୁସାରେ କୁହାଯାଏ କି ସବୁ ମଣିଷର ଭାଗ୍ୟ ତାର ରାଶି ଉପରେ ନିର୍ଭର କରିଥାଏ । ତାର ବ୍ୟବହାର ସ୍ଵଭାବ କେମିତି ହେବ ଏ ସବୁ ତାର ରାଶି ଉପରେ ନିର୍ଭର କରିଥାଏ । ରତ୍ନ ଜୀବନ ଉପରେ ସକରାତ୍ମକ ବା ନକରାତ୍ମକ ପ୍ରଭାବ ପକାଇଥାଏ । ଜନ୍ମ ସମୟରେ ସୂର୍ଯ୍ୟ ଯେଉଁ ରାଶିରେ ଥାଆନ୍ତି, ସେହି ରାଶିକୁ ବ୍ୟକ୍ତିର ରାଶି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ରାଶିର ଗୋଟେ ନିର୍ଦ୍ଧିଷ୍ଟ ରତ୍ନ ଥାଏ, ଯାହାକୁ ଭାଗ୍ୟ ରତ୍ନ କୁହାଯାଏ । ରାଶି ଅନୁସାରେ ରତ୍ନ ପିନ୍ଧିଲେ ଭାଗ୍ୟରେ ବୃଦ୍ଧି ହୋଇଥାଏ ଓ ଜୀବନରେ ସଫଳତା ମିଳିବାର ସୁଯୋଗ ମିଳିଥାଏ । ଆସନ୍ତୁ ଜାଣିବା କେଉଁ ରାଶିର କେଉଁ ରତ୍ନ ଭାଗ୍ୟ ରତ୍ନ ଅଟେ ।

ମେଷ-

ଏହାର ଭାଗ୍ୟରତ୍ନ ହେଉଛି ଡାଇମଣ୍ଡ୍ । ମେଷ ଅଗ୍ନିତତ୍ତ୍ଵ ରାଶି, ତେଣୁ ଏହାର ଭାଗ୍ୟରତ୍ନ ଡାଇମଣ୍ଡ । ମେଷରାଶିର ନକରାତ୍ମକ ଓ ସକରାତ୍ମକ ସ୍ଵଭାବ ଉପରେ ଏହି ରତ୍ନ ବହୁତ ପ୍ରଭାବ ପକାଇଥାଏ।

ବୃଷ-

ଏହା ଭାଗ୍ୟଚକ୍ର ର ଦ୍ଵିତୀୟ ରାଶି । ଏହାର ସ୍ଵାମୀ ଗ୍ରହ ଶୁକ୍ର । ଏହାର ଭାଗ୍ୟରତ୍ନ ହେଉଛି ପନ୍ନା । ଏହି ରାଶିର ଜାତକ ଉପରେ ଏହି ରତ୍ନ ଶୁଭ ପ୍ରଭାବ ପକାଇଥାଏ । ଏହା ପୃଥିବୀ ତତ୍ତ୍ଵର ରାଶି ହୋଇଥିବା କାରଣରୁ ଏହି ରତ୍ନ ଏହି ରାଶିକୁ ସନ୍ତୁଳନ ପ୍ରଦାନ କରିଥାଏ।

ମିଥୁନ-

ଏହା ଏକ ଦ୍ଵିସ୍ୱଭାବ ରାଶି । ଏହି ରାଶିର ସ୍ଵାମୀ ଗ୍ରହ ବୁଧ ଓ ଏହାର ରାଶିରତ୍ନ ମୋତି । ଏହାର ଆର୍ଥିକ ସ୍ଥିତି ଓ ସମ୍ବନ୍ଧ ଉପରେ ମୋତି ସକରାତ୍ମକ ପ୍ରଭାବ ପକାଇଥାଏ।

କର୍କଟ-

ଏହି ରାଶିର ସ୍ଵାମୀ ଗ୍ରହ ବୁଧ ଓ ଭାଗ୍ୟରତ୍ନ ମାଣିକ୍ୟ । ଏହି ରାଶିର ସ୍ଵଭାବ ଓ ସମ୍ବନ୍ଧ ଉପରେ ମାଣିକ୍ୟ ରତ୍ନ ପ୍ରଭାବ ପକାଇଥାଏ ଓ ବ୍ୟକ୍ତିକୁ ସଫଳତା ମଧ୍ୟ ପ୍ରଦାନ କରିଥାଏ।

ସିଂହ-

ଏହି ରାଶିର ଲୋକେ ତେଜସ୍ୱୀ ହୋଇଥାନ୍ତି । ଏହା ଅଗ୍ନିତତ୍ତ୍ଵ ରାଶି । ଏହି ରାଶିର ସ୍ଵାମୀଗ୍ରହ ସୂର୍ଯ୍ୟଦେବ । ଏହାର ଭାଗ୍ୟରତ୍ନ ପେରିଡଟ୍ । ଏହି ରତ୍ନ ରାଶିର ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

କନ୍ୟା-

ଏହାର ଭାଗ୍ୟରତ୍ନ ନିଲମ । ନୀଳ ରଙ୍ଗର ଏ ରତ୍ନ ବହୁତ ଚମତ୍କାରି ହୋଇଥାଏ । ଏହି ରତ୍ନ ନକରାତ୍ମକ ଓ ସକରାତ୍ମକ ପ୍ରଭାବ ଦେଖାଇ ଥାଏ। ଏହା କନ୍ୟା ରାଶିକୁ ନୂଆ ଦିଗ ଦେଖାଇଥାଏ।

ତୁଳା-

ଏହି ରାଶିର ଲୋକେ ତୁଳନାତ୍ମକ ସ୍ୱଭାବର ହୋଇଥାନ୍ତି । ଏହାର ସ୍ଵାମୀ ଗ୍ରହ ଶୁକ୍ର ଓ ଏହା ବାୟୁତତ୍ତ୍ଵ ରାଶି । ଏହାର ଭାଗ୍ୟରତ୍ନ ଓପଲ୍ । ଏହାକୁ ଧାରଣ କଲେ ବହୁତ ଲାଭ ମିଳିଥାଏ।

ବିଛା-

ଏହି ରାଶିର ଲୋକେ ଚୁମ୍ବକୀୟ ଓ ରହସ୍ୟମୟ ସ୍ଵଭାବର ହୋଇଥାନ୍ତି । ଏହା ଜଳତତ୍ତ୍ଵ ରାଶି ତେଣୁ ଏମାନଙ୍କ ସ୍ଵଭାବ ଶାନ୍ତ ହୋଇଥାଏ । ଏହାର ଭାଗ୍ୟରତ୍ନ ଟୋପାଜ । ଏହି ରତ୍ନ ତାଙ୍କ ଇମୋସନକୁ ନିୟନ୍ତ୍ରଣ କରେ ଓ ଏହା ତାଙ୍କ ଶରୀରର ଧ୍ୟାନ ରଖେ ।

ଧନୁ-

ଏହାର ଭାଗ୍ୟରତ୍ନ ଫିରୋଜା । ଏହି ରତ୍ନ ଧନୁ ରାଶିର ଲୋକଙ୍କ ଶରୀର ର ଧ୍ୟାନ ରଖେ । ଯଦି କ୍ରୋଧ ସବୁବେଳେ ଆପଣଙ୍କ ମନରେ ରହୁଛି ତ ଏହାକୁ ଧାରଣ କରନ୍ତୁ।

ମକର-

ଏହାର ଭାଗ୍ୟରତ୍ନ ଗାର୍ମେଟ ବା ମଣି । ଏହାକୁ ଧାରଣ କଲେ ଉଭୟ ନକରାତ୍ମକ ଓ ସକରାତ୍ମକ ପ୍ରଭାବ ଜୀବନ ଉପରେ ପକାଇପାରେ ।

କୁମ୍ଭ-

ଜଳତତ୍ତ୍ଵ ର ଏହି ରାଶିର ସ୍ଵାମୀ ଅରୁଣ ଗ୍ରହ । ଏହାର ଭାଗ୍ୟରତ୍ନ ଏମାଥିଷ୍ଟ । ଏହି ରତ୍ନ କୁମ୍ଭ ରାଶିର ଲୋକଙ୍କ ଜୀବନରେ ସନ୍ତୁଳନ ପ୍ରଦାନ କରେ।

ମୀନ-

ଏହା ଜଳତତ୍ତ୍ଵ ରାଶି ହେବା କାରଣରୁ ଏହାର ସ୍ଵାମୀ ବରୁଣ । ଏମାନେ ଅଧିକ ଭାବନାତ୍ମକ ହୋଇଥାନ୍ତି ତେଣୁ ସେମାନଙ୍କୁ ଜୀବନରେ ବହୁତ୍ କିଛି ସହିବାକୁ ପଡ଼ିଥାଏ । ଏହାର ଭାଗ୍ୟରତ୍ନ ଆକ୍ଵାମାରିନ । ଏହା ସ୍ଵଭାବ କୁ ନିୟନ୍ତ୍ରିତ ରଖିଥାଏ।

Leave a Reply

Your email address will not be published. Required fields are marked *