ସୋୟେବ ମଲିକ ହି ନୁହଁ, ଆହୁରି ଏହି ତିନି କ୍ରିକେଟ ଅଧିନାୟକଙ୍କ ସହ ରହିଛି ସାନିଆ ମିର୍ଜାଙ୍କ ଖାସ୍ ସମ୍ପର୍କ

ପ୍ରସିଦ୍ଧ ଟେନିସ ଖେଳାଳି ସାନିଆ ମିର୍ଜା କ୍ରିକେଟ ର ବହୁତ ବଡ଼ ଫାନ୍ ଅଟନ୍ତି । ସିଏ ବହୁତ ଥର ତାଙ୍କ ଇଂଟର୍ଭିୟୁ ରେ କହି ସାରିଛନ୍ତି କି ଯଦି ସେ ପୁଅ ହୋଇଥାନ୍ତେ ତାହେଲେ ସିଏ ନିଶ୍ଚିନ୍ତ କ୍ରିକେଟ ଖେଳି ଥାନ୍ତେ । ସାନିଆ ଙ୍କ ବାପା ଇମିରାନ୍ ମିର୍ଜା ମୁମ୍ବାଇ ର କ୍ଲବ ରେ କ୍ରିକେଟ ଖେଳୁଥିଲେ । ଏହା ଦ୍ଵାରା ସାନିଆ ଙ୍କ ପରିବାର ରେ ଆହୁରି ଚାରି ଜଣ ଏମିତି ଅଛନ୍ତି ଯିଏ କ୍ରିକେଟ ରେ ଆମ ଦେଶର ଅଧିନାୟକ ରହି ସାରିଛନ୍ତି । ସାନିଆ ମିର୍ଜା ୨୦୧୦ ମସିହାରେ ପାକିସ୍ତାନର କ୍ରିକେଟର ସୋୟେବ ମଲିକଙ୍କୁ ବିବାହ କରିଥିଲେ ।

ସୋୟେବଙ୍କୁ ପାକିସ୍ତାନର ପ୍ରମୁଖ କ୍ରିକେଟର ଭାବରେ ପ୍ରଶଂସା କରାଯାଏ । ସିଏ ତିନୋଟି ଟେଷ୍ଟ ମ୍ୟାଚ, ୪୧ ଟି ୱାନ୍ଡେ ମ୍ୟାଚ ଆଉ ୨୦ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ରେ ପାକିସ୍ତାନର ସିଏ ଅଧିନାୟକ ରହି ସାରି ଛନ୍ତି ।

ସାନିଆଙ୍କ ସାନ ଭଉଣୀ ଅନମ୍ ମିର୍ଜା ବି ଏହି ବର୍ଷ ଭାରତ ର ପୂର୍ବ ଅଧିନାୟକ ମହମ୍ମଦ ଅଜହରୁଦିନ୍ ଙ୍କ ପୁଅ ଅସଦ୍ ଙ୍କ ସହିତ ବିବାହ କରିଛନ୍ତି । ଅନମ୍ ଙ୍କ ଶଶୁର ଅଜହରୁଦିନ୍ ଭାରତର ସବୁଠାରୁ ଯୁବ ଅଧିନାୟକ ଲିଷ୍ଟ ରେ ସାମିଲ୍ ଅଛନ୍ତି ।

ସାନିଆଙ୍କ ସାନ ବାପା ଗୁଲାମ୍ ଅହମ୍ମଦ ବି ଭାରତ ପାଇଁ ଖେଳି ସାରିଛନ୍ତି । ସେ ବର୍ଷ ୧୯୫୫ – ୧୯୫୯ ମସିହା ମାଧ୍ୟରେ ତିନୋଟି ଟେଷ୍ଟ ମ୍ୟାଚରେ ଭାରତର ଅଧିନାୟକ ହୋଇଥିଲେ । ଆଉ ସାନିଆଙ୍କ ଜେଜେମା ଏବଂ ଗୁଲାମ୍ ଅହମ୍ମଦ ଙ୍କ ଶାଶୁ ଦୁଇ ଭଉଣୀ ଥିଲେ ।

ପାକିସ୍ତାନର ପୂର୍ବ ଅଧିନାୟକ ଆସିଫ୍ ଇକବାଲ୍ ବି ସାନିଆ ମିର୍ଜାଙ୍କର ସମ୍ପର୍କୀୟ ଅଟନ୍ତି । ସେ ଗୁଲାମ୍ ଅହମ୍ମଦଙ୍କର ଭଉଣୀଙ୍କର ପୁଅ ଅଟନ୍ତି । ୧୯୬୧ ମସିହାରେ ପାକିସ୍ତାନ ଯିବା ପରେ ଆସିଫ୍ ବି ଭାରତରେ ଖେଳା ଯାଇ ଥିବା ଛଅ ଟି ଟେଷ୍ଟ ମ୍ୟାଚରେ ପାକିସ୍ତାନର ଅଧିନାୟକ ହୋଇଥିଲେ । କିନ୍ତୁ ତାଙ୍କ କ୍ୟାପଟେନଶିପରେ ଟିମ୍ ୦-୨ ରେ ହାରି ଯାଇଥିଲା । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *