ଏବେ ପରିସ୍ରାର ରଙ୍ଗ କହିବ ଆପଣଙ୍କ ଶରୀରର ଅନେକ ରାଜ, ଜାଣନ୍ତୁ କିପରି

ସ୍ୱାସ୍ଥ୍ୟ ହିଁ ଆମର ସମ୍ପଦ ଅଟେ । ତେଣୁ ଯେଉଁ ମଣିଷ ସୁସ୍ଥ ଅଟେ ସେ ସୁଖୀ ଅଟେ । ସେଥିପାଇଁ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । କିନ୍ତୁ ଆମେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ପ୍ରାୟତଃ ନିଜ ସ୍ଵାସ୍ଥ୍ୟର ଯତ୍ନ ନେଇ ପାରି ନଥାଉ । କିନ୍ତୁ ଶରୀର ଅସୁସ୍ଥ ହେଲେ ଶରୀର ଆମକୁ ଏହାର ସଙ୍କେତ ଦେଇ ଦେଇଥାଏ । ଏମିତିରେ ଆଜି ଆମେ ପରିସ୍ରାର ରଙ୍ଗରୁ ସ୍ୱାସ୍ଥ୍ୟ ବିଷୟରେ ଜାଣିବା । ଯେବେ ଆପଣଙ୍କ ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଆସିଥାଏ ତେବେ ଆପଣଙ୍କ ପରିସ୍ରାର ରଙ୍ଗ ବହୁତ ବଦଳିଥାଏ । ଆମେ ଆପଣଙ୍କୁ କହିବୁ କି କେଉଁ ପ୍ରକାରରେ ଆପଣ ପରିସ୍ରାର ରଙ୍ଗରୁ ସ୍ଵାସ୍ଥ୍ୟର ପୁରା ଅନ୍ଦାଜ ଲଗେଇ ପାରିବେ ।

ସ୍ପଷ୍ଟ ବା ଅଳ୍ପ ହଳଦିଆ ରଙ୍ଗ : ପରିସ୍ରା ହାଲ୍କା ହଳଦିଆ ରଙ୍ଗର ହେବା ଆମ ସ୍ଵାସ୍ଥ୍ୟ ବିଷୟରେ କହି ଦେଇଥାଏ । ଏହାର ମାନେ ଆପଣ ଏକଦମ ଫିଟ ଓ ଫାଇନ ଅଛନ୍ତି । ଏହାଛଡା ପରିସ୍ରା ଯଦି ପୁରା ରୁପରେ ସଫା ହୋଇଥାଏ ତେବେ ଆପଣ ବହୁତ ଭଲ ଭାବରେ ହାଇଡ୍ରେଟେଡ ଅଛନ୍ତି । ମାନେ ଆପଣଙ୍କର ଶରୀର ଦରକାର ଅନୁଯାୟୀ ଭଲ କାମ କରୁଛି ।

ହଳଦିଆ ରଙ୍ଗ: ପରିସ୍ରାର ରଙ୍ଗ ହଳଦିଆ ଏହା ଦର୍ଶେଇ ଥାଏ କି ଆପଣଙ୍କ ଶରୀର ହାଇଡ୍ରେେଟ ହେଉନାହିଁ । ଏହାଛଡା ଅଧିକ ଝାଳ ବାହାରିବା ହାଉଡ୍ରେସନ ଲୋ ହେବା କାରଣରୁ ହିଁ ହୋଇଥାଏ । ଏହା ଦ୍ଵାରା ଜଣା ପଡ଼ିଥାଏ କି ଆପଣ ଅଧିକ ମାତ୍ରାରେ ଲିକ୍ୟୁଡି ମାନେ ତରଳ ପଦାର୍ଥର ସେବନ ଅଧିକ କରୁଛନ୍ତି ।

ଡାର୍କ ହଳଦିଆ : ଯଦି ଆପଣ ଅତ୍ୟଧିକ ମେଡ଼ିସିନର ବ୍ୟବହାର ସବୁଦିନ କରୁଛନ୍ତି ତେବେ ଆପଣଙ୍କର ପରିସ୍ରାର ରଙ୍ଗ ଡାର୍କ ହଳଦିଆ ରଙ୍ଗ ବା ପାଉଁସିଆ ରଙ୍ଗରେ ପୁରାପୁରି ବଦଳି ଯାଏ । ଏହି ରଙ୍ଗ ଲିଭର ସମସ୍ୟାକୁ ଦର୍ଶାଇ ଥାଏ । ଅଧିକାଂଶ ଏହି ରଙ୍ଗ ଅଧିକ ମେଡ଼ିସିନ ଖାଇବା ଦ୍ଵାରା ହୋଇଥାଏ ।

କ୍ଷୀରଭଳି ଧଳା: ପରିସ୍ରା କ୍ଷୀର ଭଳି ଧଳା ରଙ୍ଗରେ ବଦଳିବା ଏହି କଥାକୁ ଦର୍ଶାଇ ଥାଏ କି ଆପଣଙ୍କ ୟୂରିନର ରାସ୍ତାରେ ବ୍ୟାକ୍ଟେରିଆ ବଢ଼ିବାକୁ ଲାଗିଛନ୍ତି । ଏହି କଥା ଜଣା ପଡ଼ିବା ପରେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେଥିପାଇଁ ନିଜ ପରିସ୍ରା ଦ୍ଵାରା ନିଜ ରୋଗ ବିଷୟରେ ଜାଣନ୍ତୁ ଓ ଡକ୍ଟରଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ । ଏହି ସ୍ୱାସ୍ଥ୍ୟ ସମ୍ବଧୀୟ ଲେଖାଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଜଣାନ୍ତୁ । ନୂଆ ଟିପ୍ସ ସବୁ ପାଇବା ପାଇଁ ଏବେହିଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *