କାର୍ତ୍ତିକ ମାସରେ କରନ୍ତୁ ଏହି ୫ ଟି ଉପାୟ, ପୁଣ୍ୟ ପ୍ରାପ୍ତି ହେବ – Vastu Shastra

ବନ୍ଧୁଗଣ କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମର ସବୁଠୁ ପବିତ୍ର ମାସ ରୂପରେ ମନାଯାଏ । ହିନ୍ଦୁ ଧର୍ମ ଅନୁସାରେ ଏହି ମାସ ଟି ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ଅଟେ । ଏହି ମାସକୁ ଅଧିକ ପୂଜନୀୟ ମନା ଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ସମୟରେ ଦାନ , ଧର୍ମ, ତପ ଓ ପୂଜା ପାଠ ଆଦି କରିବା ଦ୍ଵାରା ଜୀବନର ସବୁ ସମସ୍ଯା ଦୂର ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ଭରି ଯାଏ । କୁହାଯାଏ କି ଭଗବାନ ଶ୍ରୀ ହରି ବ୍ରହ୍ମା ଙ୍କୁ, ବ୍ରହ୍ମା ନାରଦଙ୍କୁ ଏବଂ ନାରଦ ମହାରାଜା ପୃଥ ଙ୍କୁ ଏହି ମାସର ମହାନତା ବିଷୟରେ କହିଥିଲେ ।

ଏହା ସହିତ ଏହି ମାସରେ ୫ ଟି ମୁଖ୍ୟ ନିୟମ ରହିଛି । ଯାହାକୁ ପାଳନ କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ଓ ଘରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ଯାହାକୁ ପାଳନ କରି ଆପଣମାନେ ଭଗବାନଙ୍କ କୃପା ପାଇ ପାରିବେ ।

୧. ତୁଳସୀ ଶ୍ରୀ ହରିଙ୍କୁ ଅତି ପ୍ରିୟ ହୋଇଥିବାରୁ ଏହି ମାସରେ ତୁଳସୀ ପୂଜାକୁ ଅଧିକ ମହତ୍ଵ ଦିଆ ଯାଇଥାଏ । କହିବାକୁ ଗଲେ ତୁଳସୀ ମାତାଙ୍କର ସର୍ବଦା ପୂଜା କରିବା ଉଚିତ । ଏହି ମାସରେ ତାଙ୍କର ପୂଜା ଅର୍ଚ୍ଚନା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କର କୃପା ମିଳିଥାଏ । ତେଣୁ ଏହି ମାସରେ ତୁଳସୀ ମାତାଙ୍କୁ ପୂଜା କରିବା ଉଚିତ ।

 

୨. କାର୍ତ୍ତିକ ମାସରେ ଦୀପ ଦାନକୁ ସବୁଠୁ ଅଧିକ ପବିତ୍ର ମନା ଯାଇଥାଏ । ଏହି ମାସରେ ନଦୀ ଓ ପୋଖରୀ ଆଦିରେ ଦୀପ ଦାନ କରିବା ଉଚିତ । ଏହା ଦ୍ଵାରା ଘରେ ଥିବା ନକରାତ୍ମକ ବାତାବରଣ ଦୂର ହୋଇଥାଏ ଏବଂ ଜୀବନରେ ସୁଖର ଆଗମନ ହୋଇଥାଏ ।

୩. ଶାସ୍ତ୍ର ଅନୁସାରେ ଏହି ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଆବଶ୍ୟକ । ମାନ୍ୟତା ଅଛି କି ଏହି ମାସରେ ଭୂମି ଉପରେ ଶୋଇବା ଦ୍ଵାରା ବ୍ୟକ୍ତି ର ମନ ଶୁଦ୍ଧ ହୋଇଥାଏ । ବ୍ଯକ୍ତିର ଅନ୍ତରରୁ ନକରାତ୍ମକ ବିଚାର ଦୂର ହୋଇ ସକରାତ୍ମକ ବିଚାର ପ୍ରବେଶ ହୋଇଥାଏ ଓ ଶରୀରର ରକ୍ତ ସଂଚାଳନ ପ୍ରକ୍ରିୟା ସଠିକ ଭାବରେ ହୋଇଥାଏ । ଯାହା ଫଳରେ ବ୍ଯକ୍ତିର ଶରୀର ସୁସ୍ଥ ଓ ରୋଗ ମୁକ୍ତ ରହିଥାଏ ।

୪. ମାନ୍ୟତା ରହିଛି କି ଏହି ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ । ଯଦି କେହି ଶରୀରରେ ତେଲ ଲଗାଇବା ପାଇଁ ଚାହୁଁଥାନ୍ତି ତେବେ କେବଳ ନରକ ଚତୁର୍ଦ୍ଦଶି ଅର୍ଥାତ କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଦ୍ଦଶି ଦିନ ତେଲ ଲଗାଇ ପାରିବେ ।

୫. ଏହି ମାସ ସାରା ମସୁର, ଚଣା ଏବଂ ମଟର ଆଦି ଖାଦ୍ଯ ପଦାର୍ଥ ସେବନ କରିବା ଉଚିତ ନୁହେଁ । ଏହା ଛଡା ବ୍ୟକ୍ତି ଙ୍କୁ ମଦ ଓ ମାଂସ ସେବନ ରୁ ଦୂରେଇ ରହିବା ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *