ହେ ଭଗବାନ ! ଏବେ ଏବେ ଓଲିଉଡରୁ ଆସିଲା ଆଉ ଏକ ଦୁଃଖ ଖବର, ପୁଣି ଜଣେ ବରିଷ୍ଠ କଳାକାରଙ୍କର ହେଲା ପରଲୋକ

ବର୍ଷ 2020 ପ୍ରତିଦିନ କିଛି ନା କିଛି ଦୁଃଖ ଖବର ନେଇ ଆସୁଛି ବର୍ତ୍ତମାନ ଅଲିଉଡ ରୁ ଆସିଛି ଆଉ ଗୋଟେ ଦୁଃଖ ଖବର । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ବରିଷ୍ଠ କ୍ୟାମେରା ମ୍ୟାନ ଏବଂ ନିର୍ଦ୍ଦେଶକ ରାଜୁ ମିଶ୍ର ଙ୍କ ଦେହାନ୍ତ ହୋଇ ଯାଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ର । ଗତକାଲି ଅପରାହ୍ନ ରେ ତାଙ୍କର ପରଲୋକ ହୋଇ ଯାଇଛି ।

ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ର ଙ୍କ ବିୟୋଗ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପୁଣି ଥରେ ଶୋକ ର ବାଦଲ ଘେରି ଯାଇଛି । ରାଜୁ ମିଶ୍ର ପୂର୍ବରୁ ଅନେକ ଆଲବମ ଓ ଅନେକ ଫିଲ୍ମ ରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କ୍ୟାମେରା ମ୍ୟାନ ର ଦାୟିତ୍ଵ ମଧ୍ୟ ନିଭାଇଛନ୍ତି ।

ସାରା ଓଡ଼ିଶାରେ ରାଜୁ ମିଶ୍ର ଙ୍କ ନିର୍ଦ୍ଦେଶିତ ଫିଲ୍ମ ସୁପରହିଟ ହୋଇଛି । ସବୁ ବେଳେ ଲୋକଙ୍କୁ ଖୁସି କରାଇ ଆସିଛନ୍ତି ରାଜୁ ମିଶ୍ର । ସେ ଜଣେ ବହୁତ ଭଲ ମଣିଷ ଥିଲେ । ସେ ନିଜ ଫିଲ୍ମ ମାଧ୍ୟମରେ ଓଡିଶା ବାସୀଙ୍କ ମନକୁ ଜିଣି ପାରିଥିଲେ ।

ପରିବାର ଠାରୁ ମିଳିଥିବା ସୂଚନା ଅନୁସାରେ ସେ ଏକ ବ୍ୟାଙ୍କରୁ ଫେରିବା ପରେ ହୃଦ୍‌ଘାତର ଶିକାର ହୋଇଥିଲେ । ତା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଏହା ପରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରାଜୁ ମିଶ୍ର ଙ୍କୁ ସବୁବେଳେ ମନେ ପକାଇବ । ରାଜୁ ମିଶ୍ର ଓଡ଼ିଶା ବାସି ଙ୍କ ହୃଦୟରେ ସବୁ ଦିନ ପାଇଁ ଅମର ରହିବେ । ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଲିଜେଣ୍ଡ ରାଜୁ ମିଶ୍ର ଙ୍କ ଅମର ଆତ୍ମା ର ଶାନ୍ତି ପାଇଁ ଭଗବାନ ଙ୍କ ପାଖରେ ପାର୍ଥନା କରୁଛୁ ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ର ଙ୍କ ଅମର ଆତ୍ମା ର ସଦ୍ଗତି ପାଇଁ ଆପଣ ମାନେ ମଧ୍ୟ ପାର୍ଥନା କରନ୍ତୁ । ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *