କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ନିୟମ, ହେବେ ଧନବାନ – Ajira Anuchinta

ବନ୍ଧୁଗଣ କାର୍ତ୍ତିକ ମାସକୁ ବହୁତ ପୂଜନୀୟ ମାନା ଯାଇଥାଏ । ଏହି ମାସକୁ ପବିତ୍ର ମାସ ରୂପେ ପାଳନ କରାଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ମାସରେ ପୂଜା ଓ ବ୍ରତ କରିବା ଦ୍ଵାରା ଆମର ସମସ୍ତ ମାଂସିକ ପୂରଣ ହୋଇଥାଏ । ଏହା କରିବା ଦ୍ଵାରା ଘରେ ସୁଖ ଏବଂ ଶାନ୍ତି ଭରିଯାଇଥାଏ । କୁହାଯାଏ କି ଭଗବାନ ବିଷ୍ଣୁ ନାରଦଙ୍କୁ ଏବଂ ବୁଦ୍ଧଙ୍କୁ ଏହି କାର୍ତ୍ତିକ ମାସରେ ମହାନତା ବିଷୟରେ କହିଥିଲେ । ଏହା ଛଡା ଏହି ମାସରେ କେତେକ ନିୟମ ମଧ୍ୟ ରହିଛି । ଯେଉଁ ନିୟମ ଗୁଡିକୁ ପାଳନ କରିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

ଏହା ସହିତ ଗୃହକୁ ସୁଖ ଓ ଶାନ୍ତିର ଆଗମନ ହୋଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କାର୍ତ୍ତିକ ମାସର ସେହି ସମସ୍ତ ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ପୂରଣ କରି ଭଗବାନଙ୍କୁ ପ୍ରସନ୍ନ କରିପାରିବେ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ।

୧. ତୁଳସୀ ଗଛର ପୂଜା କରିବା- ବନ୍ଧୁଗଣ ଶ୍ରୀ ହରିଙ୍କର ଅତି ପ୍ରିୟା ହୋଇଥାଏ ତୁଳସୀ ଗଛ । ଏହି କାର୍ତ୍ତିକ ମାସରେ ତୁଳସୀ ଗଛକୁ ବହୁତ ମହତ୍ଵ ଦିଆଯାଇଛି । କହିବାକୁ ଗଲେ ତୁଳସୀ ଗଛକୁ ପୂଜା କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । କହିବାକୁ ଗଲେ ତୁଳସୀ ଗଛକୁ ପୂଜା କରିଲେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେଣୁ ସେଥିପାଇଁ ତୁଳସୀ ଗଛକୁ କାର୍ତ୍ତିକ ମାସରେ ପୂଜା କରିବା ଅତ୍ୟନ୍ତ ଜରୁରୀ ଅଟେ ।

୨. ଏହି କାର୍ତ୍ତିକ ମାସରେ କରନ୍ତୁ ପୂଣ୍ୟ- ବନ୍ଧୁଗଣ ଏହି କାର୍ତ୍ତିକ ମାସରେ ଆପଣ ଦୀପ ଦାନ କରି ପୂଣ୍ୟ ଅର୍ଜନ କରନ୍ତୁ । ଏହି କାର୍ତ୍ତିକ ମାସରେ ଆପଣ କୌଣସି ଏକ ପୋଖରୀରେ ଦୀପ ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ବହୁତ ପୂଣ୍ୟ ମିଳିଥାଏ । ଦୀପ ଦାନ କରିବା ଦ୍ଵାରା ଘର ମଧ୍ୟରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ତେଣୁ ବନ୍ଧୁଗଣ ଏହି ସୁବର୍ଣ୍ଣ ମାସରେ ନଦୀ କିମ୍ବା ପୋଖରୀରେ ଦୀପ ଦାନ କରି ପୂଣ୍ୟ ଅର୍ଜନ କରନ୍ତୁ ।


୩. କେମିତି ଶୋଇବେ- ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହି କାର୍ତ୍ତିକ ମାସରେ ବିଛଣାକୁ ତ୍ୟାଗ କରି ଭୂମିରେ ଶୋଇବା ନିହାତି ଆବଶ୍ୟକ ହୋଇଥାଏ । ମାନା ଯାଇଥାଏ ଯେ, ଏହି ମାସରେ ଭୂମିରେ ଶୋଇବା ଦ୍ଵାରା ବ୍ୟକ୍ତିର ମନ ଭଲ ରହିଥାଏ ଓ ମନକୁ ଶାନ୍ତି ମିଳିଥାଏ । ବ୍ଯକ୍ତିର ଅନ୍ତରରୁ ନକରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ଭାବନାର ଆଗମନ ହୋଇଥାଏ । ତେଣୁ ବନ୍ଧୁଗଣ ଏହି ମାସରେ ଆପଣମାନେ ଭୂମିରେ ଶୋଇବା ଆବଶ୍ୟକ ଅଟେ ।

୪. ଏହି ମାସରେ ଶରୀରରେ ତେଲ ଲଗାଇବା ଅନୁଚିତ- ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁହାଯାଇଛି ଏହି ମାସରେ କେବଳ ଚତୁର୍ଥ ଦିନ ପର୍ଯ୍ୟନ୍ତ କେସ ବା ଶରୀରରେ ତେଲ ଲଗାଇ ପାରିବେ । କାରମ ଏହି ମାସରେ ଶରୀରରେ ତେଲ ଲଗାଇବାକୁ ଅଶୁଭ ମନା ଯାଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି କାର୍ତ୍ତିକ ମାସରେ ଏହି ସମସ୍ତ ନିୟମକୁ ମାନି ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *