Jyotish Shastra – କାର୍ତ୍ତିକ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି 5ଟି କାମ, ନହେଲେ ମାଡି ଆସିବ ଘୋର ସଙ୍କଟ

ବନ୍ଧୁଗଣ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସ ଏକ ପବିତ୍ର ମାସ ବୋଲି ଶାସ୍ତ୍ରରେ ଉଲେଖ ରହିଛି । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ । ଏହି ମାସରେ ବହୁତ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ । ଶାସ୍ତ୍ର ଅନୁଯାୟୀ ଏହି ମାସ ପ୍ରତ୍ୟେକ ଲୋକମାନଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ ଅଟେ । ଏହି ମାସରେ ବିଭିନ୍ନ ଧର୍ମ କର୍ମ ଆଦି କରାଯାଇଥାଏ । ଏହି ମାସରେ ଭଗବାନଙ୍କର ଉପାସନା କରିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ । ହେଲେ ଏପରି ପାଞ୍ଚଟି କାର୍ଯ୍ୟ ଅଛି ଯାହା ଏହି ପବିତ୍ର ମାସରେ କରିବା ସଂପୂର୍ଣ୍ଣ ଅନୁଚିତ ହୋଇଥାଏ । କାରଣ ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ମଣିଷକୁ ଶାରୀରିକ ଓ ଆର୍ଥିକ ସମସ୍ଯା ଭୋଗ କରିବାକୁ ପଡିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ କାର୍ଯ୍ୟ ବିଷୟରେ ।

୧. ଏହି ମାସରେ କୌଣସି ବ୍ୟକ୍ତି ସହ ଖରାପ ବ୍ୟବହାର କରିବା କିମ୍ବା କାହାର ଅନିଷ୍ଟ କରିବା ଉଚିତ ହୋଇନଥାଏ । ଏହା କରିବା ଦ୍ଵାରା ଆପଣ ମାନଙ୍କୁ ପାପ ସହିତ ସମାନ ଦଣ୍ଡ ଭୋଗ କରିବାକୁ ପଡିବ । ତେଣୁ ଏହି ମାସରେ କାହାକୁ ଖରାପ ବ୍ୟବହାର ଓ କାହାର ଅନିଷ୍ଟ କରନ୍ତୁ ନାହିଁ ।

୨. ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବୃକ୍ଷଲତା ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏହି ମାସରେ ଭୁଲ ସେ ମଧ୍ୟ ବୃକ୍ଷଲତା ମାନଙ୍କର କ୍ଷତି କରିବେ ନାହିଁ । ବୃକ୍ଷ ମାନଙ୍କର କ୍ଷତି ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ତେଣୁ ଆପଣ ଏହି ମାସରେ ଆପଣଙ୍କ ଘର ଅଗଣାରେ ବୃକ୍ଷ ରୋପଣ କରନ୍ତୁ ।

୩. ଏହି ମାସରେ କୌଣସି ଜୀବ ଜନ୍ତୁଙ୍କର ହତ୍ୟା କରିବା ଉଚିତ ହୋଇନଥାଏ । ଏପରି କରିବା ଦ୍ଵାରା ଆପଣଙ୍କୁ ଦୁର୍ଭାଗ୍ୟ ପ୍ରାପ୍ତି ହେବ । ତେଣୁ ଏହି ମାସ ଓ ଅନ୍ୟାନ୍ୟ ମାସରେ ଭୁଲ ସେ ମଧ୍ୟ ଜୀବ ଜନ୍ତୁ ମାନଙ୍କର ହତ୍ୟା କରନ୍ତୁ ନାହିଁ । କାରଣ ପ୍ରତ୍ୟେକ ଜୀବ ଜନ୍ତୁଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି ।

୪. ଏହି ମାସରେ କୌଣସି ବ୍ୟକ୍ତି କିମ୍ବା ଗୁରୁଜନ ମାନଙ୍କର ଅପମାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ କ୍ରୋଧ କରିଥାନ୍ତି ଯାହା ଫଳରେ ଏହାର କୁଫଳ ସଂପୂର୍ଣ୍ଣ ପରିବାରକୁ ଭୋଗ କରିବାକୁ ପଡିଥାଏ । ତେଣୁ ଭୁଲ ସେ ମଧ୍ୟ ଏହି ମାସରେ କୌଣସି ବ୍ୟକ୍ତି କିମ୍ବା ଗୁରୁଜନ ମାନଙ୍କର ଅପମାନ କରନ୍ତୁ ନାହିଁ ।

୫. ଏହି ମାସରେ ମଦ୍ୟପାନ କରିବା ସଂପୂର୍ଣ୍ଣ ଅନୁଚିତ ହୋଇଥାଏ । ଆମେ ସମସ୍ତେ ଜାଣିଛୁ ମଦ୍ୟପାନ କରିବା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ତେଣୁ କେବଳ କାର୍ତ୍ତିକ ମାସ ନୁହେଁ କୌଣସି ଦିନରେ ମଦ୍ୟପାନ ଆଦି ନିଶାଦ୍ରବ୍ୟର ପାନ କରନ୍ତୁ ନାହିଁ । ତା ହେଲେ ବନ୍ଧୁଗଣ ଏହି ମାସରେ ଏହି ସବୁ ଭୁଲ କରନ୍ତୁ ନାହିଁ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *