“ପ୍ରକୃତରେ ମୋ ନା ଉତ୍ତମ ଦାସ ଥିଲା, ଉତ୍ତମ ମହାନ୍ତିଙ୍କ ପାଇଁ ମୁଁ ମୋ ନା ବଦଳାଇ ଦେଲି, କାହିଁକି ନା ସେତେବେଳେ ମତେ…’ ନିଜ ନାମକୁ ନେଇ Sritam Das କଲେ ବଡ ଖୁଲାସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।


ତେବେ ଏହି ଓଡିଆ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଶ୍ରୀତମ ଦାସ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଶ୍ରୀତମଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଶ୍ରୀତମ ଅନେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ଶ୍ରୀତମ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ସେ ୬୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଅଭିନୟ କରି ସାରିଛନ୍ତି ଜନ୍ମ ଓଡ଼ିଶାର କଟକରେ ହୋଇଥିଲା ।

ତେବେ ସେ ୧୯୯୫ରେ ପ୍ରଥମେ ଓଡ଼ିଆ ସିନେମା ସାବିତ୍ରୀରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ ।  ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ ଓ ତୁ ଥାଆ ମୁଁ ଯାଉଚି ରୁଷିରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିସାରିଛନ୍ତି ।  “ତୁ ଥା ମୁଁ ଯାଉଛି ରୁଷି” ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା “ଷ୍ଟାର କନସଲଟାନ୍ସୀ”ର ଚିଟଫଣ୍ଡ କାରବାରରେ ଜଡ଼ିତ ଥିବାନେଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀତମଙ୍କୁ ୨୦୧୮ରେ ଜେରା ମଧ୍ୟ କରିଥିଲା ।

ଶ୍ରୀତମ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି । ତେବେ ଶ୍ରୀତମ ଦାସ ଙ୍କର ବର୍ତ୍ତମାନ ଏକ ଇନ୍ଟର୍ଭିୟୁ ହୋଇଥିଲା ଯେଉଁଥିରେ ସେ ନିଜ ପ୍ରକୃତ ନାମ କୁ କହିଥିଲେ । ତେବେ ତାଙ୍କର ପ୍ରକୃତ ନାମ ହେଉଛି ଉତ୍ତମ ଦାସ । ତେବେ ତାଙ୍କ କହିବା କଥା କି ଯେତେବେଳେ ଉତ୍ତମ କୁମାର ଙ୍କ ସିନେମା ଆସିଥିଲା ସେତେବେଳେ ତାକୁ ଦେଖୀ ମୋ ମାଆ ର ପ୍ରିୟ ହିରୋ ଥିବାରୁ ଯେତେବେଳେ ମୁଁ ଜନ୍ମ ହେଲି ସେତେବେଳେ ମୋ ନାଁ ଉତ୍ତମ କୁମାର ଦାସ ଦିଆଗଲା ।


ତେବେ ପରେ ଯେତେବେଳେ ମୁଁ ଅଭିନୟ ଦୁନିଆ କୁ ଆସିଲି ସେତେବେଳେ ମୋ ନାମ କୁ ନେଇ ଦ୍ଵନ୍ଦ ଆରମ୍ଭ ହୋଇଗଲା । ତେବେ ପୂର୍ବରୁ ଉତ୍ତମ ମହାନ୍ତି ଯିଏ କି ଜଣେ ସୁପରଷ୍ଟାର ଥିଲେ ସେ ସେତେବେଳେ ସିନେମା ରେ ରାଜ କରୁଥିଲେ ତେବେ ଫୁଣି ଏକ ଉତ୍ତମ ନାଁ ଟି ଚଳିବ କି ନାହିଁ ଦର୍ଶକ ମାନେ ଗ୍ରହଣ କରିବେ କି ନାହିଁ ସେଥିପାଇଁ ମୋ ନାଁ କୁ ବଦଳାଇବା ପାଇଁ ସ୍ଥିର ହେଲା ।

ତେବେ କିଏ ଚନ୍ଦନ ତ କିଏ ରକି ଦେବାକୁ କହିଲା । ତେବେ ଆମ ଘରେ ମୋ ବଡ଼ ଭାଇ ନାମ ଗୌତମ, ମୋ ନାଁ ଉତ୍ତମ ଏବଂ ମୋ ସାନ ଭାଇ ନାଁ ପ୍ରୀତମ ଥିଲା ତେବେ ଆଉ ନୂତନ ଜେନେରଶନ ପାଇଁ ଗୋଟିଏ ନାଁ ଥିଲା ଯାହା କି ଶ୍ରୀତମ । ତେବେ ଏହା ପରେ ମୁଁ ମୋ ନାଁ ଶ୍ରୀତମ ଦାସ ରଖାଗଲା । ତେବେ ନାଁ ବଦଳିବ ମାନେ ବହୁତ କିଛି କଷ୍ଟ ହୋଇଥିଲା କିନ୍ତୁ ବର୍ତ୍ତମାନ ସେ ଅଫିସିଆଲି ଶ୍ରୀତମ ଦାସ ଭାବେ ପରିଚିତ ଅଟନ୍ତି । ତେବେ ଏହା ଉପରର ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *