‘ଯୁବକ ଯୁବତୀ ମାନେ ହୋଟେଲ ଯାଇ ସମ୍ବନ୍ଧ ରଖିବେ କେହି ଅଟକାଇ ପାରିବେ ନାହିଁ’ OYO ହୋଟେଲରେ ଯୁବତୀଙ୍କ ମୃତ୍ୟୁକୁ ନେଇ ପ୍ରଫେସର ମାନସ ରଥ ଯାହା କହିଲେ ଶୁଣିଲେ…

ନମସ୍କାର ବନ୍ଧୁଗଣ ତେବେ ଆମେ କହି ଥାଉ ଯେ ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇ ଥାଏ ଯେଉଁଠି କେବଳ ନିସ୍ଵାର୍ଥପର ଭଲ ପାଇବା ରହି ଥାଏ । ପ୍ରେମ ରେ କାହାରି ପ୍ରତି ଛନ୍ଦ କପଟ ରହି ନଥାଏ କେବଳ ସ୍ୱଚ୍ଛ ଭଲ ପାଇବା ହିଁ ଥାଏ । କିନ୍ତୁ ଆଜି ର ଏହି ଟେକନୋଲୋଜି ଦୁନିଆଁ ରେ ଛୋଟ ପିଲା ମଧ୍ୟ ପ୍ରେମ କରି ବସିଲେଣି । ସ୍କୁଲ ବୟସରୁ ପ୍ରେମ ଆଜିକାଲି ନିତିଦିନିଆ କଥା ହେଇଗଲାଣି । ବର୍ତ୍ତମାନ ଯାହାକୁ ଦେଖିବ ତ ନିହାତି ଭାବେ ସ୍କୁଲ ଏବଂ କଲେଜ ରେ ପ୍ରାୟ ଯୁବକ ଯୁବତୀଙ୍କ ପ୍ରେମ ସମ୍ବନ୍ଧ ରହିଛି ।

ତେବେ କିନ୍ତୁ ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ । ପ୍ରେମ ର ଅର୍ଥ କଣ ଜାଣି ନାହାଁନ୍ତି କିନ୍ତୁ ଯାହାକୁ ନାହିଁ ତାକୁ ଦେଖି ଏକ ପ୍ରେମ ନାଁ ଦେଇ ଦେଉଛନ୍ତି ।

ତେବେ ପ୍ରେମ ମାନେ ହିଁ ଆଜି କାଲି ଯୁବ ପିଢ଼ି କେବଳ ଶାରୀରିକ ସମ୍ପର୍କ ରଖିବା ଭାବି ନେଇଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ପ୍ରଫେସର ମାନସ ରଥ ଙ୍କୁ ଏହି ବିଷୟ ରେ ପ୍ରଶ୍ନ କରା ଯାଇଥିଲା ସେତେବେଳେ ସେ ଉତ୍ତର ରେ କହିଥିଲେ କି ବୟସ ସୀମାକୁ କୈଶୋରବସ୍ଥା କୁହାଯାଏ ।

ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ଦ୍ଵାରା ଅନୁମୋଦିତ ସଂଜ୍ଞା ଅନୁଯାୟୀ କିଶୋର ଅବସ୍ଥାରେ ଶାରୀରିକ, ମାନସିକ ଏବଂ ବୌଦ୍ଧିକ କ୍ଷେତ୍ରରେ ଅନେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆସିଥାଏ । କେବଳ କିଶୋରୀ ଓ କିଶୋରମାନେ ନୁହନ୍ତି, ବୟସ୍କଙ୍କ ମାନଙ୍କ ଠାରେ ଏହିସବୁ ପରିବର୍ତ୍ତନ ବାବଦରେ ସଠିକ୍ ଧାରଣା ନଥାଏ । ଫଳତଃ ଅନେକ ଭୁଲଭଟକା ମଣିଷ ଜୀବନରେ ଘଟିଥାଏ ପାରିବାରିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଆଜିକାଲି ପ୍ରଜନନ ସ୍ଵାସ୍ଥ୍ୟର ଆବଶ୍ୟକତା ବଢିଚାଲିଛି ।

‘ଯୌନସ୍ୱାସ୍ଥ୍ୟ’ ପ୍ରଜନନ ସ୍ଵାସ୍ଥ୍ୟର ଏକ ପ୍ରଧାନ ଅଂଶ । ବିଶେଷ କରି କିଶୋର ଓ କିଶୋରୀମାନଙ୍କ କଲ୍ୟାଣ ଦୃଷ୍ଟିରୁ ଏହାର ଆବଶ୍ୟକତାର ଗୁରୁତ୍ଵ ଅନୁଭୂତ ହେଉଛି । ପୂର୍ବରୁ ହୁଏତ୍ ଯୌନ ସ୍ୱାସ୍ଥ୍ୟର ଆଲୋଚନା ସାମାଜିକ ସ୍ଵୀକୃତ୍ତି ପାଇନଥିଲା, କାରଣ ଆମ ସମାଜ ଅନେକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଯଥେଷ୍ଟ ଅବଗତ ନଥିଲା ।  କିନ୍ତୁ ବର୍ତ୍ତମାନ ଏହା ନିହାତି ଆବଶ୍ୟକ ।


ତେବେ ସ୍କୁଲ ମାନଙ୍କ ରେ ଏହି ବିଷୟରେ ଶିକ୍ଷା କରାଯିବା ଆବଶ୍ୟକ କାରଣ ସେମାନେ ନିଜ ଶରୀର ବିଷୟରେ ଜାଣିବାର ଅଧିକାର ରଖିଥାନ୍ତି । ତେବେ ଗୋଟିଏ ଝିଅ ଏବଂ ପୁଅ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏକ ସାଧାରଣ କଥା ଏହା ଏକ ଆକର୍ଷଣ ହୋଇଥାଏ ତାକୁ କେହି ଅଟକାଇ ପାରିବେ ନାହିଁ ଆପଣ ଯେତେ ଅଧିକ ତାକୁ ରୋକିବେ ସେ ସେତେ ଅଧିକ ହେବ ।

ତେବେ ଛୋଟ ପିଲାଙ୍କୁ ମଧ୍ୟ ଗୁଡ଼ ଟଚ ବ୍ୟାଡ ଟଚ ଶିକ୍ଷା ଦେବା ଆବଶ୍ୟକ । ଏହା ଉପରେ ବାପା ମାଆ ଙ୍କ ସହିତ ଶିକ୍ଷକ ମାନେ ମଧ୍ୟ ଲାଜ ନ କରି ସେମାନଙ୍କୁ ଏହି ଶିକ୍ଷା ଦେବା ଆବଶ୍ୟକ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *