Harshal Patel ମ୍ୟାନ ଅଫ ଦି ମ୍ଯାଚ ହେବା ପରେ Rohit ଙ୍କ କ୍ଯାପଟେନସିପ କୁ ନେଇ କହିଦେଲେ କିଛି ଏମିତି କି…କିଣିନେଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ବନ୍ଧୁଗଣ ଇଣ୍ଡିଆନ କ୍ରିକେଟ ଟିମ ଜୟପୁରରେ ହୋଇଥିବା ପ୍ରଥମ ଟି20 ମ୍ୟାଚରେ ନ୍ୟୁଜଲାଣ୍ଡକୁ ହରାଇବା ପରେ ଏବେ ଆଉ ଗୋଟେ ବଡ ଖୁସି ଖବର ସାମ୍ନାକୁ ଆସିଛି । ଗତ କାଲି ମଧ୍ୟ ଏହି ଟୁର୍ନାମେଣ୍ଟର ଦ୍ଵିତୀୟ ପର୍ଯ୍ୟାୟରେ ଭାରତ ନ୍ୟୁଜଲାଣ୍ଡକୁ ହରାଇ ବିଜୟୀ ହୋଇଥିଲା । ଗତ କାଲିର ମ୍ୟାଚ ରାଞ୍ଚିର ଏକ ଷ୍ଟାଡିୟମରେ ହୋଇଥିଲା । ବନ୍ଧୁଗଣ ଗତ କାଲିର ମୁକାବାଲା ବହୁତ ଦମଦାର ଥିଲା ।

ଗତ କାଲିର ମ୍ୟାଚରେ ଟସ ଜିତିଥିଲେ ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ରୋହିତ ଶର୍ମା  । ରୋହିତ ଟସ ଜିତିବା ପରେ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ । ନ୍ୟୁଜଲାଣ୍ଡ ଟିମରେ ପ୍ରଥମ ମାର୍ଟିନ ଆସି ୧୫ ବଲରେ ୩୧ ରନ୍ ଓ ଜୋସ ୩୪ ରନ୍ କରିଥିଲେ ।

ବନ୍ଧୁଗଣ ଏହା ପରେ ନ୍ୟୁଜଲାଣ୍ଡ ଟିମ ୧୫୩ ରନ୍ କରିପାରିଲେ ଓ ଭାରତ ପାଇଁ ୧୫୫ ରନ୍ ର ଟାର୍ଗେଟ ରଖିଲେ । ଟିମ ଇଣ୍ଡିଆ ପାଇଁ ହର୍ଶଲ ପଟେଲ ଦମଦାର ବୋଲିଙ୍ଗ କରିଥିଲେ ଓ ନ୍ୟୁଜଲାଣ୍ଡ ଟିମର ଦୁଇଟି ୱିକେଟ ନେଇଥିଲେ । ଏହା ପରେ ଭାରତୀୟ ଟିମ ବ୍ୟାଟିଙ୍ଗ କରିଥିଲେ ।

ରୋହିତ ଶର୍ମା ଓ କେ ଏଲ ରାହୁଲ ପ୍ରଥମରୁ ହିଁ ଦମଦାର ବ୍ୟାଟିଙ୍ଗ ପଦର୍ଶନ କରି ମ୍ଯାଚକୁ ସନ୍ତୁଳନ କରିଦେଲେ । ରୋହିତ ୩୬ ବଲରେ ୫୬ ରନ୍ କରିଥିଲେ ଓ କେ ଏଲ ରାହୁଲ ୪୯ ବଲରେ ୬୫ ରନ୍ କରିଦେଲେ । ଟିମ ଇଣ୍ଡିଆକୁ ଏହି ସିରିଜ ଜିତାଇବା ପାଇଁ ଏହି ଦୁଇଜଣଙ୍କର ବଡ ଭୂମିକା ରହିଲା । ବନ୍ଧୁଗଣ ଟିମ ଇଣ୍ଡିଆ ୧୫୫ ରନ୍ କରି ନ୍ୟୁଜଲାଣ୍ଡକୁ ହରାଇ ଥିଲା ।

ଏହି ମ୍ୟାଚଟି ଦମଦାର ଥିଲା ଓ ଦର୍ଶକ ମାନେ ମଧ୍ୟ ଏହି ମ୍ୟାଚଟି ଉପଭୋଗ କରିଥିଲେ । ଟିମ ଇଣ୍ଡିଆ ଏଥର କେ ଏଲ ରାହୁଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ନ କରି ହର୍ଶଲଙ୍କୁ କରିଥିଲେ । ହର୍ଶଲ ନିଜ ପ୍ରଥମ ମ୍ୟାଚରେ ଦମଦାର ପଦର୍ଶନ କରି ସମସ୍ତଙ୍କ ମନ ଜିତି ଛନ୍ତି ।ବନ୍ଧୁଗଣ ହର୍ଶଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ କରିବା ସଠିକ ନିଷ୍ପତ୍ତି ଥିଲା କାରଣ ଏହା କାରଣରୁ ତାର ନଯା ପ୍ରତି ଆତ୍ମ ବିଶ୍ଵାସ ବଢିବ ।

ମ୍ୟାନ ଅଫ ଦ ମ୍ୟାଚ ହେବା ପରେ ହର୍ଶଲ ବହୁତ ଅଧିକ ଭାବୁକ ହୋଇଯାଇଥିଲେ । ହର୍ଶଲଙ୍କୁ ପ୍ଲେୟିଙ୍ଗ ୧୧ରେ ସ୍ଥାନ ଦେବା ପାଇଁ ରୋହିତଙ୍କୁ ସେ ଧନ୍ୟବାଦ ଜଣାଇଲେ । ହର୍ଶଲ କହିଛନ୍ତି-‘ମୋତେ ରୋହିତ କହିଥିଲେ ଆଜି ତମେ ମ୍ୟାଚ ଖେଳିବ । ନିର୍ଭୟ ହୋଇ ବୋଲିଙ୍ଗ କରିବ ଓ ମୁ ମଧ୍ୟ ସେମିତି ହିଁ କରିଲି । ରୋହିତ ଜଣେ କ୍ୟାପଟେନ ରୂପରେ ମୋର ବହୁତ ସପୋର୍ଟ କରିଛନ୍ତି । ରୋହିତ କ୍ୟାପଟେନ ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି’ ।

Leave a Reply

Your email address will not be published. Required fields are marked *