କାହିଁକି ଏମିତି କଇଁ କଇଁ ହୋଇ କାନ୍ଦିଲେ ପୌର ପରିଷଦ ଅଧ୍ୟକ୍ଷା ? ସେ ଯାହା କହିଲେ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମୁହାଁମୁହିଁ ହେଲେ ମନ୍ତ୍ରୀ ଏବଂ ମୁନସିପାଲଟି ଅଧ୍ୟକ୍ଷା । ଟିଟିଲାଗଡ଼ ପୌରପରିଷଦ ବୈଠକରେ ତୁମୁଳକାଣ୍ଡ । ଆଜିର ବୈଠକରେ ମନ୍ତ୍ରୀ ଟୁକୁନି ସାହୁ ଓ ଅଧ୍ୟକ୍ଷା ମମତା ଦେବୀ ଜୈନଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଛି । ପରିସ୍ଥିତି ଅଣାୟତ ହେବା ପରେ କାନ୍ଦି କାନ୍ଦି କାର୍ଯ୍ୟାଳୟ ବାହାରକୁ ଆସିଲେ ଅଧ୍ୟକ୍ଷା ମମତା ଜୈନ । ଆଜିର ଏହି ବୈଠକରେ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷାଙ୍କୁ ଦୁର୍ବବ୍ୟହାର କରିବା ସହ କାମ କରାଇ ଦେବିନି ବୋଲି କହିଛନ୍ତି ।


ତେବେ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ବେଳେ ମନ୍ତ୍ରୀ ଫିଡକି ଯିବା ସହ ତାଙ୍କ କଥାରେ ମ୍ୟୁନ୍ସିପାଲଟି ଚାଲିବ ବୋଲି କହିଥିବା ଅଭିଯୋଗ ସେ କରିଛନ୍ତି । ମନ୍ତ୍ରୀ ହିସାବରେ ହିଁ ମ୍ୟୁନସିପାଲଟି ଚାଲିବ ବୋଲି ଧମକ ଦେଇଛନ୍ତି ଟୁକୁନି ସାହୁ । ମ୍ୟୁନସିପାଲଟି ଅଧ୍ୟକ୍ଷାଙ୍କର ମ୍ୟୁନସିପାଲଟି ଉପରେ କୌଣସି ଅଧିକାର ନାହିଁ । ମୋ ହିସାବରେ କାମ ହେବ ।

ଯଦି ମୋ ହିସାବରେ କାମ ନହେବ, ତେବେ ମୁଁ ବୈଠକରୁ ଉଠିଯାଉଛି । ଏହିପରି ଭାବରେ ବୈଠକରେ ତିନି ଚାରିଥର ଉଠିଯିବା ପାଇଁ ଧମକାଉଥିବା ମ୍ୟୁନସିପାଲଟି ଅଧ୍ୟକ୍ଷା କହିଛନ୍ତି । ତେବେ ବୈଠକରେ ଉପସ୍ଥିତ ଜିଲ୍ଲାପାଳ ବାରମ୍ବାର ଅନୁରୋଧ କରୁଥିଲେ ସୁଦ୍ଧା ସେ ଚାମ୍ବରରୁ ଉଠିଯାଉଥିଲେ । ତେବେ ଶେଷରେ ମୁନସିପାଲଟି ଅଧ୍ୟକ୍ଷାଙ୍କୁ ମନ୍ତ୍ରୀ ଟୁକୁନି ସାହୁ କହିଲେ, ଦେଖିବି ତୋ ମ୍ୟୁନିସିପାଲଟିଛି କିପରି ଚାଲିବ ?

ଆଉ ତା’ପରେ ବୈଠକ ଅଧାରୁ ପଳାଇ ଯାଇଛନ୍ତି । କେବଳ ଏତିକି ନୁହେଁ ତାଙ୍କ ତଳେ ଥିବା ଜଣେ କାଉନସିଲର ସୁଧୀର ଜୈନ୍‌ ମଧ୍ୟ ଭରା ବୈଠକରେ ମମତାଙ୍କୁ ଅପମାନିତ କରିବା ସହ ଗାଳିଗୁଲଜ କରିଛନ୍ତି । ଜନତା ମୋ ଉପରେ ଆଶା ଭରସା କରି ଭୋଟ୍ ଦେଇଛନ୍ତି । ହେଲେ ତାଙ୍କ ପାଇଁ ଚାହିଁଲେ ବି କିଛି କରିପାରୁନି କହି ବିକଳ ହୋଇ କାନ୍ଦିଛନ୍ତି ମୁନସିପାଲଟି ଅଧ୍ୟକ୍ଷା ମମତା ।


ତେବେ ସେପଟେ ଅନ୍ୟ ସଦସ୍ୟ ମାନଙ୍କ କଥା କି ଯେତେବେଳେ ବୈଠକ ଆରମ୍ଭ ହେଲା ଆମେ ସମସ୍ତେ ପ୍ରାରମ୍ଭିକ ଭାଷଣ ପରେ ନିଜ ନିଜ କଥା କହିବାକୁ ନିଜ ନିଜ ଅସୁବିଧା କହିବାକୁ ସଜାଗ ହେଉଥିଲୁ ସେତେବେଳେ ଅଧ୍ୟକ୍ଷା ମହଦୟା କହିଥିଲେ କି ମୁଁ ହିଁ ତୁମ ମାନଙ୍କର ସବୁ କଥା ବୁଝିବି ଏଠାରେ ମନ୍ତ୍ରୀ ମାନଙ୍କର କୌଣସି କାମ ନାହିଁ । ତେବେ ଏହା ନିଶ୍ଚିତ ଭାବରେ ମନ୍ତ୍ରୀ କୁ ଏବଂ ଅନ୍ୟ ସଦସ୍ୟ ଙ୍କ ପ୍ରତି ଅପମାନ ର କଥା । ତେବେ ଏହା ଭିତରେ କିଏ ସତ କିଏ ମିଛ ତାହା ଜଣା ପଡି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *