ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ! ଜୀବନ ବଞ୍ଚେଇବା ପାଇଁ ଛାତରୁ ଡେଇଁଲେ ଲୋକ, ଦେଖନ୍ତୁ ଏହି ଛାତିଥରା Video

ନମସ୍କାର ବନ୍ଧୁଗଣ ତେବେ ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ହୃଦୟ ବିଦାରକ ଘଟଣା । ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି । ଏବେ ମଧ୍ୟ ତୃତୀୟ ମହଲାର ତଲାସି ବାକି ରହିଛି । ମୁଖ୍ୟ ଫାୟର ଅଫିସର ଅତୁଲ ଗର୍ଗ କହିଛନ୍ତି, କୋଠାରେ ଏବେ ମଧ୍ୟ ୩୦ରୁ ୪୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି ।


ସଂପ୍ରତି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅଧିକାରୀ କହିଛନ୍ତି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣା ପଡିନାହିଁ । ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିଜନ ପ୍ରତି ସମବେଦନା ଜଣାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ଶୁକ୍ରବାର ସନ୍ଧ୍ୟା ୪ଟା ୪୫ରେ ଏକ ଅଫିସରେ ନିଆଁ ଲାଗିଥିବା ଘଟଣା ବିଷୟରେ ମୁଣ୍ଡକା ପୋଲିସ ଷ୍ଟେସନକୁ ଖବର ଆସିଥିଲା । ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ ଅଧିକାରୀ ଏବଂ କର୍ମଚାରୀ କୋଠାର କବାଟ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ନିଆଁ ଲିଭା କାର୍ଯ୍ୟରେ ମୋଟ୍ ୨୪ ଦମକଳ ଗାଡି ଲାଗିଛନ୍ତି ।

ଦମକଳ ବାହିନୀ ଦୁର୍ଘଟଣାବସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରୁଛି । ତେବେ ତଦନ୍ତରୁ ଜଣା ପଡିଛି ଯେ, ଏହି କୋଠା ତିନି ମହଲାର । ସାଧାରଣତଃ ଏହି କୋଠାରେ କମ୍ପାନୀ ଗୁଡିକ ପାଇଁ ରୁମ ଉପଲବ୍ଧ କରାଯାଏ । କୋଠାର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ, ଦେଖୁ ଦେଖୁ ନିଆଁ ଅନ୍ୟ କୋଠାକୁ ବ୍ୟାପି ଯାଇଥିଲା । ପୋଲିସର କମ୍ପାନୀର ମାଲିକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।


ଦିଲ୍ଲୀ ଅଗ୍ନିଶମ ବିଭାଗର ଉପ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁନିଲ ଚୌଧୁରୀ କହିଛନ୍ତି, କିଛି ଲୋକ ଜୀବନ  ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପଡିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ କର୍ମଚାରୀ ପ୍ରାୟ ୩୦୦ରୁ ୩୫୦ ଜଣଙ୍କୁ ବାହାର କରିଛନ୍ତି । ପ୍ରବଳ ଧୂଆଁ କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ଏହି ଘଟଣା ମୁଖ୍ୟ ମାର୍ଗରେ ଘଟି ଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଛି । ଟ୍ରାଫିକ ପୋଲିସ ଜମା ଖୋଲିବାରେ  ଜୁଟିଛନ୍ତି । ଦୁର୍ଘଟଣା ସ୍ଥଳରୁ ଆହତଙ୍କୁ ହସ୍ପିଟାଲ ନେଇଯିବା ପାଇଁ  ଟ୍ରାଫିକ ପୋଲିସ ଗ୍ରୀନ କରିଡର ପ୍ରସ୍ତୁତ କରିଛି । ଫଳରେ ଆହତଙ୍କୁ ବିନା କୌଣସି ଟ୍ରାଫିକ ଜାମରେ  ହସ୍ପିଟାଲ୍ ପର୍ଯ୍ୟନ୍ତ ପହଞ୍ଚା ଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *