ଭାଇରାଲ ସଂଗ ‘କାଚା ବାଦାମ’ ସିଙ୍ଗର Bhuban Badyakar ଗାଇଲେ ନୂଆ ଗୀତ, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ସୋସିଆଲ ମିଡିଆରେ କିଛି ନ କିଛି ଗୀତ ଟ୍ରେଣ୍ଡ କରୁଥାଏ । କେତେବେଳେ ବଚପନ କା ପ୍ୟାର ହେଉ କିମ୍ବା କେତେବେଳେ ଆଉ କିଛି । ତେବେ ବର୍ତ୍ତମାନ ଲୋକମାନେ ସେହି ଟ୍ରେଣ୍ଡ କୁ ଆପଣାଇ ନାଚିବା ସହ ତାର ଭିଡିଓ ମଧ୍ୟ ବନାଉ ଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ ‘କଚା ବାଦାମ’ ପୂରା ଛାଇ ଯାଇଛି । ଏହି ଗୀତ ଖୁବ୍‌ ଟ୍ରେଣ୍ଡରେ ଅଛି ।


ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି । ‘କଚା ବାଦାମ’ ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବଦ୍ୟାକର ଗାଇଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି । ତେବେ କିନ୍ତୁ କିଛି ଦିନ ପୂର୍ବରୁ ଭୁବନ ବାଦ୍ୟକର ଙ୍କ ର ଦୁର୍ଘଟଣା ହୋଇ ଯାଇ ଥିଲା । ତେବେ  ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ତେବେ ଭୁବନ ବାଦ୍ୟକର ନିକଟରେ ଏକ ସେକେଣ୍ଡ ହ୍ୟାଣ୍ଡ୍‌ କାର୍‌ କିଣିଥିଲେ । ସେହି କାରଟିକୁ ନେଇ ଭୁବନ ଡାଇଭିଂ ଶିଖିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସରେ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ତେବେ କିନ୍ତୁ ବର୍ତ୍ତମାନ ସେ ଏହା ଉପରେ ଏକ ନୂଆ ଗୀତ ରଚନା କରିଛନ୍ତି । ଏହି ଗୀତର ଲିରିକ୍ସ ହେଉଛି ‘ଅମାର ନୂତନ ଗାଡ଼ି’ । ସେପଟେ ଫ୍ୟାନ୍ସ ହୁଏତ ଗୀତର ଲିରିକ୍ସ ବୁଝିପାରୁ ନାହାଁନ୍ତି କିନ୍ତୁ ସମସ୍ତେ ଏହାର ସ୍ୱରରେ ନାଚିବା ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଗୀତରେ ଭୁବନ ତାଙ୍କ ଦୁର୍ଘଟଣାର ସମ୍ପୂର୍ଣ୍ଣ କାହାଣୀ ଗାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ପାଇବାରେ ଲାଗିଛି ।


ପ୍ରକାଶ ଥାଉକି ଭୁବନ ‘କାଚା ବାଦାମ’ ଗାଇବା ସମୟରେ ବାଦାମ ବିକ୍ରି କରି ରୋଜଗାର କରୁଥିଲେ । ଥରେ ଯେତେବେଳେ ସେ ‘କାଚା ବାଦାମ’ ଗୀତ ଗାଇବା ସମୟରେ ବାଦାମ ବିକ୍ରି କରୁଥିଲେ, କେହି ଜଣେ ତାଙ୍କ ଭିଡିଓ ତିଆରି କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଭୁବନର ଏହି ଭିଡିଓ ଭାଇରାଲ ଖୁବ୍ ଭାଇରାଲ ହୋଇଥିଲା ଓ ସେ ଏକ ଇଣ୍ଟରନେଟ୍ ସେନ୍ସେସ୍ ସାଜିଥିଲେ ।  ତେବେ ଆପଣ ଙ୍କୁ ଭୁବନ କିପରି ଲାଗନ୍ତି ଏବଂ ତାଙ୍କ ଗୀତ କିପରି ଲାଗେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *