ମୁଖ୍ୟମନ୍ତ୍ରୀ ସହିଗଲେ, ପ୍ରଶାନ୍ତ ଜଗଦ୍ଦଦେବ ଚଢ଼ାଇ ଦେଲେ, କଣ କରିଦେଲେ ବିଧାୟକ…ଦେଖନ୍ତୁ Video

ଜନ ପ୍ରତିନିଧିମାନେ ଜନତାଙ୍କ ଆକ୍ରୋଶ ଶିକାର ହେବା ନୂଆ ଘଟଣା ନୁହେଁ । ପୂର୍ବରୁ ଅନେକ ନେତା ମନ୍ତ୍ରୀ ଜନତାଙ୍କ ଆକ୍ରୋଶର ଶିକାର ହେବା ସହ ଅଣ୍ଡା ମାଡ ବି ଖାଇଛନ୍ତି । ହେଲେ ଧର୍ଯ୍ୟ ଧରି ଉତ୍ତ୍ୟକ୍ତ ଲୋକଙ୍କୁ ସାମ୍ନା କରି ସମାଧାନ ରାସ୍ତା ବାହାର କରିଛନ୍ତି । ହେଲେ ଚିକିଲା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଣ କଲେ ? ଲୋକେ ହୋ ହାଲା କରି ଗାଡି ଭାଙ୍ଗି ଦେଲେ । ଏହା ସହ ବିଧାୟକ ପ୍ରଶାନ ଜଗଦ୍ଦେବଙ୍କୁ ଠେଲା ପେଲା ବି କଲେ ।

ମାତ୍ର ଏତିକିରେ ଜଣେ ବିଧାୟକ କଣ ଲୋକଙ୍କ ଉପରେ ଗାଡି ମଡାଇ ଦେବ । ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜନତାଙ୍କ ଆକ୍ରୋଶ ଶିକାର ହେବା ଘଟଣାକୁ ଆଡେଇ ଦିଆ ଯାଇନ ପାରେ । ବାଲେଶ୍ବର ଏକ ଭରା ସଭାରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଉପରୁ ଅଣ୍ଡା ଫିଙ୍ଗି ଥିଲେ ।

ସେହି ପରି ବିଜୟପୁରର ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଲେ । ହେଲେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରୁ ଫେରି ଆସିଲେ ।ଅବଶ୍ୟ ମହିଳାଙ୍କୁ କିଛି ଲୋକ ମିଶି ଆକ୍ରମଣ କରିଥିଲେ । ହେଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଲୋକ ମାନଙ୍କ ଉପରେ ଗାଡି ମଡାଇ ଦେଇ ନଥିଲେ । ରାଜନୀତିରେ ବିରୋଧୀ ରହିବେ ଓ ନେତା ମଧ୍ୟ ଜନତା ଆକ୍ରୋଶର ଶିକାର ହେବେ ।

ଏହା ରାଜନୀତିରେ ଘଟି ଆସୁଛି ଓ ବର୍ତ୍ତମାନ ବି ଘଟୁଛି । ହେଲେ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଭଳି କାଣ୍ଡ ଘଟାଇଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।  ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ନେତା, କର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କୁ ମାଡ ମାରିବାର ସୂଚନା ରହିଛି । ଏଥିପାଇଁ ଅନେକ ଥର ଗଣମାଧ୍ୟମ ସାମ୍ନାରେ ବରିଷ୍ଠ ନେତା ମାନେ ତାଙ୍କୁ ସମାଲୋଚନା କରିଛନ୍ତି ।


ଯଦି ପ୍ରଥମରୁ ବିଧାୟକଙ୍କ କାର୍ଯ୍ୟ କଳାପ ଉପରେ ବିଜେଡି ଦଳ ରୋକ ଲଗାଇ ଥାନ୍ତା କିମ୍ବା ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ଦେଇ ନଥାନ୍ତା ତା ହେଲେ ହୁଏତ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା । ବିଧାୟକ ପ୍ରଶାନ ଜଗଦ୍ଦେବଙ୍କୁ ଅନ୍ଧ କରି ଦେଇଛି କ୍ଷମତା । ଯେଉଁଥି ପାଇଁ ସେ ଲୋକ ମାନଙ୍କୁ ପୋକ ମାଛି ଭାବି ଗାଡି ଚଢାଇ ଦେଲେ । ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *