Interesting Gk Questions- ଯାଏ ନୀଳ କାରରେ ଆସେ ନାଲି କାରରେ ସେ କିଏ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କାହାର ଦାନ୍ତ ଅଛି ହେଲେ କାମୁଡି ପାରେ ନାହିଁ ?

ଉତ୍ତର- ପାନିଆଁର ଦାନ୍ତ ଅଛି ହେଲେ କାମୁଡି ପାରେ ନାହିଁ ।

୨. ଛୋଟ ପିଲା ମାନଙ୍କର ଏମିତି ଏକ ଖେଳନା କାହାକୁ ଦୁନିଆର ସବୁଠାରୁ ବଡ ଲୋକ ମଧ୍ୟ କିଣି ପାରିବେ ନାହିଁ ତାହା କଣ ?

ଉତ୍ତର- ଜହ୍ନ ମାମୁ

୩. ଆଖି ଥିଲେ ବି ଅନ୍ଧ ତାହା କଣ ?

ଉତ୍ତର- ମୂର୍ଖ ଲୋକ ଜାଣି ଶୁଣି ମଧ୍ୟ ବୁଝି ପରି ନଥାନ୍ତି ।

୪. ପବନ ଖାଇଲେ କିଏ ମରେ ?

ଉତ୍ତର- ପବନ ଖାଇଲେ ଝାଳ ମରିଥାଏ ।

୫. ପୋଡେ କିନ୍ତୁ ନିଆଁ ନୁହେଁ, ତାହା କଣ ?

ଉତ୍ତର- ଲଙ୍କା ଯାହା କି ପୋଡେ ହେଲେ ନିଆଁ ନୁହେଁ ।

୬. ମୃତ୍ୟୁ ପରେ ବି ଠିଆ ହୋଇପାରେ ସେ କିଏ ?

ଉତ୍ତର- ଗଛ ଯାହାକି ମୃତ୍ୟୁ ପରେ ମଧ୍ୟ ଛିଡା ହୋଇଥାଏ ।

୭. ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ ତାହା କଣ ?

ଉତ୍ତର- ଫ୍ୟାନ ବା ପଙ୍ଖା ।

୮. ଭଙ୍ଗା ହେଲେ ବି ସେ ଗୋଟିଏ ତାହା କଣ ?

ଉତ୍ତର- ଖିଲି ପାନ ଯାହା ଭାଙ୍ଗିଲେ ଗୋଟିଏ ରୁହେ ।

୯. ଖାଇଲେ କିଏ ମରେ ?

ଉତ୍ତର- ଖାଇଲେ ଭୋକ ମରିଥାଏ ।

୧୦. ଦିନରେ ଶୁଏ ମଜୁରି ନିଏ ସେ କିଏ ?

ଉତ୍ତର- ରାତ୍ର ଜଗୁଆଳି

୧୧. ଶାଶୁକୁ କଫି ଦରକାର ଏବଂ ସ୍ଵାମୀଙ୍କୁ ଚା ଦରକାର ସ୍ତ୍ରୀ ପ୍ରଥମେ କଣ କରିବେ ?

ଉତ୍ତର- ସ୍ତ୍ରୀ ପ୍ରଥମେ ଗ୍ୟାସ ଅନ୍ କରିବେ ।

୧୨. ଗୋଟିଏ ଘରେ ଜଣେ ଅନ୍ଧ, ଜଣେ ଛୋଟା ଏବଂ ଜଣେ କାଲ ରହୁଛନ୍ତି, ତେବେ ଅଟା ପେଶିବା ପାଇଁ କିଏ ଯିବ ?

ଉତ୍ତର- କେହି ନୁହେଁ କାରଣ ଅଟାକୁ ପେଶିବା ଦରକାର ନାହିଁ ।

୧୩. ଜଣେ ବ୍ୟକ୍ତି ଗୋଟିଏ ଆଙ୍ଗୁଳିରେ ୫ ସେକେଣ୍ଡରେ ୫ ଜଣଙ୍କୁ ଉପରକୁ ପଠେଇ ଦେଲେ ସେ କିଏ ଥିଲା ?

ଉତ୍ତର-ଲିଫ୍ଟମ୍ୟାନ ଲିଫ୍ଟ ସ୍ଵିଚକୁ ନିଜ ଆଙ୍ଗୁଳିରେ ଚିପି ଲୋକଙ୍କୁ ଉପରକୁ ପଠାଇ ଦିଅନ୍ତି ।

୧୪. ଯାଏ ନୀଳ କାରରେ ଆସେ ନାଲି କାରରେ ସେ କିଏ ?

ଉତ୍ତର- ପାନ ଛେପ

Leave a Reply

Your email address will not be published. Required fields are marked *