ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର, ପୁଣି ବଦଳିବ ନିସ୍ପତି, ଜୁନ ବଦଳରେ May ମାସରେ ବଢିପାରେ ଖରାଛୁଟି, ଦେଖନ୍ତୁ କଣ କହୁଛି ଗଣଶିକ୍ଷା ବିଭାଗ

ନମସ୍କାର ବନ୍ଧୁଗଣ ତେବେ ଝାଞ୍ଜି ଖରା, ସାଙ୍ଗକୁ ଗୁଳୁଗୁଳି । ଆକାଶରୁ ବର୍ଷୁଛି ନିଆଁ ହୁଳା । ରାଜ୍ୟର ଅଧିକାଂଶ ସ୍ଥାନରେ ୪୨ରୁ ୪୫ ଡିଗ୍ରୀ ତାପମାତ୍ରା ରହୁଛି । ଏହାକୁ ନଜରରେ ରଖି ଆଜିଠୁ ପିଲାଙ୍କ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୬ଟାରୁ ସକାଳ ୯ଟା ଯାଏ ପିଲାଙ୍କ ପାଠ ପଢା ହେବ । କୁନି କୁନି ପିଲାମାନେ ସକାଳୁ ସ୍କୁଲ ଆସିଛନ୍ତି। ଦିନ ବଢିବା ସହ ଖରା ବଢୁଛି । ତେବେ ଖରା ବଢିବା ପୂର୍ବରୁ ସ୍କୁଲ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ତେବେ କରୋନା ପାଇଁ ଦୁଇ ବର୍ଷ ହେଲା ଠିକରେ ହେଇ ପାରିନି କ୍ଲାସରୁମ୍ ପାଠପଢା । ବଳକା କୋର୍ସ ସାରିବାକୁ ମେ’ ମାସ ଖରା ଛୁଟି ବାତିଲ କରାଯାଇ ଜୁନ୍ ୬ରୁ ୧୬ ଯାଏଁ ଘୋଷଣା କରାଯାଇଛି । ତେବେ ପ୍ରବଳ ଖରା ସାଙ୍ଗକୁ ସମ୍ଭାବ୍ୟ ବାତ୍ୟା ନେଇ ଖରା ଛୁଟିରେ ବଦଳିବା ସମ୍ଭାବନା ଦେଖା ଦେଇଛି ।

ଆଜିଠୁ ଖରା ଯୋଗୁଁ ସକାଳ ୬ରୁ ୯ ଯାଏଁ କ୍ଲାସ ହେଉଛି । ଏହା ମେ’ ୧୬ ଯାଏଁ କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ଖରା ଓ ଅସମ୍ଭାଳ ଗୁଳୁଗୁଳି ଯୋଗୁଁ ଛୁଟି କାଟ ନିଷ୍ପତ୍ତି କୋହଳ କରିବାକୁ ଚିନ୍ତା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ମେ’ ୧୭ରୁ ୩୦ ଯାଏଁ ଖରା ଛୁଟି କରା ଯାଇପାରେ ।

ଏପରି ହେଲେ ଜୁନ୍ ମାସ ଖରା ଛୁଟି ବାତିଲ କରାଯାଇ ମେ ୩୧ରୁ ପାଠପଢା ଚାଲିବ । ତେବେ ତିନି ଦିନ ରଜ ଛୁଟି ପାଇବେ ଛାତ୍ରଛାତ୍ରୀ । ରାଜ୍ୟ ସରକାର ଯଦି ଖରା ଛୁଟି ସୂଚୀ ଏପରି ଭାବେ ପରିବର୍ତ୍ତନ କରନ୍ତି, କୋର୍ସ ସାରିବାକୁ ସମସ୍ୟା ହେବ ନାହିଁ ବୋଲି ଶିକ୍ଷକଙ୍କ ମହଲରୁ ମତ ପ୍ରକାଶ ପାଇଛି ।

ତେବେ ଖରା ଛୁଟି କାଟ ସମୟରୁ ହିଁ ଅଭିଭାବକ ମାନେ ସଂଶୋଧନ ଦାବି କରୁଥିଲେ । ମେ’ ମାସରେ ଖରା ପ୍ରଖର ଥିବାବେଳେ ଜୁନରେ ପାଗରେ ପରିବର୍ତ୍ତନ ଆସେ । ତେଣୁ ମେ’ ମାସରେ ଛୁଟି କରି ଜୁନରେ କ୍ଲାସ କରିବାକୁ ଦାବି କରିଥିଲେ ଅଭିଭାବକ ।


ମେ’ ମାସରେ ଛୁଟି ହେଲେ, ସେହି ସମୟ ଭିତରେ ସ୍ବତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କୋରନା ଯୋଗୁଁ ଦୁଇ ବର୍ଷରେ ଯେଉଁ ୩୦ ପ୍ରତିଶତ ପାଠ ବାଦ୍ ଦିଆ ଯାଇଥିଲା, ତାହା ଏହି ସ୍ବତନ୍ତ୍ର ପୁସ୍ତିକାରେ ପ୍ରକାଶ କରି ଛାତ୍ରଛାତ୍ରୀଙ୍କୁ ପଢା ଯାଇ ପାରିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *