ନମସ୍କାର ବନ୍ଧୁଗଣ ତେବେ ଦୀର୍ଘ ୨୨ ବର୍ଷ ଧରି ସୁନା ଗହଣା ବ୍ୟବସାୟର ଏକ ଅଗ୍ରଣୀ ବ୍ରାଣ୍ଡ ଭାବେ ମାନ୍ୟତା ପାଇ ଥିବା ଅରୁନ୍ଧତୀ ଜୁଏଲର୍ସ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଉରକେଲା ରେ ଅତ୍ୟାଧୁନିକ ଫ୍ଲାଗସିପ ଗହଣା ଶୋରୁମ ଶୁଭାରମ୍ଭ କରିଛି । ତେବେ ଏଥିରେ ମୁଖ୍ୟ ଅତିଥି ଭାବରେ ବଲିଉଡ ଅଭିନେତା ଅଫତାଵ ଏବଂ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ଉଦଘାଟନ କରିଥିଲେ ।
ତେବେ ୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅର୍ଚ୍ଚିତା ୨୦୨୧ ସୁଦ୍ଧା ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରି ସାରିଛନ୍ତି । ତେବେ ସେ ଶ୍ରେଷ୍ଠ ଅଭିନେତ୍ରୀ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୧, (ଚକ୍ଲେଟ୍) ପାଇଁ ମଧ୍ୟ ପାଇ ସାରିଛନ୍ତି । ତେବେ ସେହି ପରି ଆପଣ ମାନେ ଅଫତାଵ ଙ୍କୁ ମସ୍ତି, ହଙ୍ଗାମା, କୟା ୟେହି ପ୍ୟାର ହେ ଆଦି ସିନେମା ରେ ଦେଖିଥିବେ ।
ତେବେ ସେ ଖୁବ କମ ସମୟରେ ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ ବର୍ତ୍ତମାନ ସେ ଆହୁରି ହ୍ୟାଣ୍ଡସମ୍ ଏବଂ ଡ୍ୟାସିଂ ଦେଖାଯାଉଛନ୍ତି । ତେବେ ସେ ନିନ ଦୁସଞ୍ଜ ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ତେବେ ଦୁହେଁ ଏହି କାର୍ଯ୍ୟକ୍ରମ ରେ ଏକାଠି ନଜର ଆସିଥିଲେ ତେବେ ଅର୍ଚ୍ଚିତା ଙ୍କୁ ଯେତେବେଳେ ତାଙ୍କ ପ୍ରିୟ ହିରୋ କିଏ ବୋଲି ପ୍ରଶ୍ନ ଆସିବାରୁ ସେ ଉତ୍ତରରେ କହିଥିଲେ କି ମୋ ପ୍ରିୟ ହିରୋ ଯିଏ ତାକୁ ଦର୍ଶକ ମାନେ ମୋତେ ଦେଇ ସାରିଛନ୍ତି ଅର୍ଥାତ ସବ୍ୟସାଚୀ ।
ତେବେ ଏହା ଛଡା ତାଙ୍କୁ ପଚରା ଯାଇଥିଲା କି ଯଦି ଅଫତାବ ଙ୍କ ସହ ତାଙ୍କର ଗୋଟିଏ ଫିଲ୍ମ ର ଅଫର ଆସିଲା ତେବେ ସେ କଣ କରିବେ ତେବେ ସେ କହିଥିଲେ କି ଅଫତାବ ଜଣେ ବହୁତ ଭଲ ମଣିଷ ଏବଂ ସେ ଜଣେ ଭଲ କଳାକାର ଏବଂ ସେ ଆମ ଓଡ଼ିଆ ସିନେମା ରେ କାମ କଲେ ଆମେ ବହୁତ ଖୁସି ହେବୁ ଏବଂ ଯଦି ମୋତେ ତାଙ୍କ ହିରୋଇନ ଭାବରେ ନିଆଯାଏ ତେବେ ବହୁତ ସୌଭାଗ୍ୟ ର କଥା ଏଇଟା ।
ତେବେ ସେ ଶେଷରେ ଗୋଟିଏ ସୁନ୍ଦର ଗୀତ ମଧ୍ୟ ଗାଇଥିଲେ । ଏବଂ କହିଥିଲେ କି ସେ ଅଫତାବ ଏବଂ ଉର୍ମିଳାଙ୍କ ଯୋଡି ତାଙ୍କୁ ବହୁତ ପସନ୍ଦ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।