କେମିତି ହେବ ଶ୍ରୀ ମନ୍ଦିର ଗୁମୁଟ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା କିନ୍ନର ବଳରାମଙ୍କ ଗୁପ୍ତ ଶେଷକୃତ୍ୟ ? ଦେଖନ୍ତୁ ବଳରାମରଙ୍କ ଶେଷକୃତ୍ୟର ଏହି Video

ନମସ୍କାର ବନ୍ଧୁଗଣ ତେବେ ଭଉଣୀର ନିର୍ବନ୍ଧ ଦିନରେ ଉଠିଲା ବଳରାମ ରାଉତଙ୍କ କୋକେଇ । ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ଜୀବନ ହାରିିଥିବା ନାମପଡା ବ୍ଲକ ଗଡଇଟା ପୋଖରୀ ଗାଁର କିନ୍ନର ବଳରାମ ରାଉତଙ୍କ ଦୁଃଖଦ କାହାଣୀ ଏବେ ସାମ୍ନାକୁ ଆସିଛି । ରବିବାର ଭଉଣୀର ନିର୍ବନ୍ଧ ପାଇଁ ହସଖୁସିର ପରିବେଶ ଭିତରେ ଆସିଥିଲା ବଳରାମଙ୍କ ମୃତ୍ୟୁ ଖବର । ଏହା ଶୁଣିବା ପରେ ଗଡଇଟା ପୋଖରୀ ଗାଁରେ ଶୋକର ଲହରି ଖେଳିଯାଇଛି ।

ଭଉଣୀ ବିବାହରେ ୧ ଲକ୍ଷ ଟଙ୍କା ଦେବ କହି ଘରୁ ଗୋଡ କାଢିଥିବା ବଳରାମଙ୍କ ଆତ୍ମହତ୍ୟା ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର । ତେବେ ବଳରାମ ରାଉତ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।  ଆତ୍ମହତ୍ୟା କରିବା ପାଇଁ ଶ୍ରମନ୍ଦିରକୁ କାହିଁକି ଗଲେ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ । ତେବେ ଜଗନ୍ନାଥ ମନ୍ଦିର ସୁରକ୍ଷା କର୍ମୀ ଓ ପୁଲିସ ଉପସ୍ଥିତିରେ ବଳରାମ କେମିତି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବାର ଓ ଗ୍ରାମବାସୀ ।

ତେବେ କିନ୍ନର ବଳରାମ ରାଉତ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟର ଠିଆ ହୋଇ ଟଙ୍କା ମାଗୁଥିଲେ ବୋଲି ଜଣାପଡିଛି । ହେଲେ ଭଉଣୀ ବିବାହ ପାଇଁ ଟଙ୍କା ଆଣିବାକୁ ଘରୁ ଆସି, କାହିଁକି ସେ ଶ୍ରୀମନ୍ଦିର ଗଲେ? ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ କାହିଁକି ଆତ୍ମହତ୍ୟା କଲେ? ତାହା ଏବେ ବି ରହସ୍ୟ ଭିତରେ ରହିଛି । ତେବେ ଆଜି ହେବ ତାଙ୍କର ଶେଷକୃତ୍ୟ ତେବେ ଆପଣ ମାନେ ଜାଣିଥିବେ କି କୁହାଯାଏ କିନ୍ନରଙ୍କ ଅନ୍ତିମ ସଂସ୍କାର ଖୁବ ରହସ୍ୟମୟୀ ।

ମୃତ୍ୟୁ ପରେ ସେମାନଙ୍କୁ ଜୋତା ଓ ଚପଲରେ ପିଟିବା ଏବଂ ଗାଳି ଦେବା ପରମ୍ପରା ରହିଛି । ତେବେ ଶବ ଯାତ୍ରାରେ ଶବକୁ ଚାରି କାନ୍ଧରେ ପକାଇ ନେବାର ପରମ୍ପରା ଅଲଗା ଅଟେ ।ତେବେ କୁହାଯାଏ କି ଯଦି କୌଣସି ସାଧାରଣ ଲୋକ ମୃତ କିନ୍ନରକୁ ଦେଖିଦିଏ ତେବେ ମୃତକ ଆର ଜନ୍ମରେ ପୁଣି ଥରେ କିନ୍ନର ଭାବରେ ଜନ୍ମ ହୋଇଥାଏ । କେହି ଯେମିତି ବାହାର ଲୋକ ଦେଖି ନ ପାରିବେ ସେଥିପାଇଁ କିନ୍ନର ମାନେ ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରିବା ପାଇଁ ଯାଇଥାନ୍ତି ।

ଯଦି ସେମାନେ ଜାଣି ଦିଅନ୍ତି କି କେହି ବାହାର ଲୋକ ସେମାନଙ୍କ ଅନ୍ତିମ ସଂସ୍କାର ଦେଖୁଛନ୍ତି ତେବେ ସେହି ବ୍ୟକ୍ତି ପାଇଁ ଏହା ଖୁବ ବିପଦଜନକ ହୋଇଥାଏ । ତେବେ କିନ୍ନର ମାନେ ତାଙ୍କ ଜୀବନକୁ ଏକ ଅଭିଶପ୍ତ ଜୀବନ ବୋଲି ମାନନ୍ତି । ସେଥିପାଇଁ ଶବ ଯାତ୍ରା ପୂର୍ବରୁ ମୃତକଙ୍କୁ ଜୋତା ଚପଲରେ ପିଟିଥାନ୍ତି ଓ ଗାଳି ମଧ୍ୟ କରିଥାନ୍ତି । ଯାହା ଫଳରେ ଯଦି ମୃତ କିନ୍ନର ଜୀବିତ ଅବସ୍ଥାରେ କିଛି ଅପରାଧ କରିଥାଏ ତାର ପ୍ରାୟଶ୍ଚିତ ହୋଇଯିବ ଏବଂ ଆର ଜନ୍ମରେ ସାଧାରଣ ମଣିଷର ଜନ୍ମ ନେଇ ପାରିବ ।

ନିଜ ସମୁଦାୟର କୌଣସି କିନ୍ନର ମରିଗଲେ ସେହି ସମୁଦାୟର ସବୁ କିନ୍ନର ଏକ ସପ୍ତାହ ପର୍ଯ୍ୟନ୍ତ ବ୍ରତ କରିଥାନ୍ତି ଏବଂ ମୃତକଙ୍କ ପାଇଁ ବ୍ରତ କରିଥାନ୍ତି । ତେବେ କିନ୍ନରଙ୍କ ଶବକୁ ପୋଡିବା ଜାଗାରେ ପୋତା ଯାଇଥାଏ । ଅନ୍ତିମ ସଂସ୍କାର ସାଧା ସିଧା ଭାବରେ କରା ଯାଇଥାଏ । ଶବକୁ ଧଳା କପଡାରେ ଗୁଡାଇ ନିଆ ଯାଇଥାଏ । ପାଟିରେ ପବିତ୍ର ଗଙ୍ଗା ଜଳ ଦେବାର ପରମ୍ପରା ମଧ୍ୟ ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *