ଦେଖନ୍ତୁ Video: “ଗୋଟେ ହାତରେ ତାଳି ବାଜେନି, ଝିଅର ଦୋଷ ଅଛି କିନ୍ତୁ ପୁଅର …’ ଦେଖନ୍ତୁ Soumya ଙ୍କ ଆତ୍ମହତ୍ୟା ମାମଲାରେ କଣ କହୁଛି ଏହି ଝିଅଟି, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ରାଜଧାନୀ ଭୁବନେଶ୍ୱରର ନନ୍ଦନ ବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି । ଇତି ମଧ୍ୟରେ ସୌମ୍ୟଙ୍କର ଦୁଇଟି ସୁଇସାଇଡ୍ ନୋଟ୍ ଲୋଚଲୋଚନକୁ ଆସିଥିବା ବେଳେ ପୋଲିସ କିନ୍ତୁ ବସିଛି ଚୁପ୍ । ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଆଇନ ସମାନ ରହୁନଥିବାରୁ ବିଭିନ୍ନ ମହଲରୁ ଉଠିଛି ପ୍ରଶ୍ନ । ଜଣେ ମହିଳାଙ୍କ ଆତ୍ମହତ୍ୟା କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଜଣେ ପୁରୁଷଙ୍କ କ୍ଷେତ୍ରରେ ଟାଳଟୁଳ ନୀତି ଦେଖାଯାଉଛି ବା ଘଟଣାକୁ ଚାପି ଦିଆ ଯାଉଛି ।


ତେବେ ସୌମ୍ୟ ଙ୍କ ଭଉଣୀ ଙ୍କ କହିବାର କଥା କି ମୋ ଭାଇ ତାଙ୍କର ପ୍ରେମିକା ସୋନାଲିଙ୍କୁ ରାତି ୨.୩୦ରେ ୩୬ ଥର କଲ କରିବା ପରେ ମୁଁ ଯାଉଛି ବୋଲି ମେସେଜ୍ କରିଥିଲା । ଏ ବିଷୟରେ ଯଦି ସୋନାଲି ଆମ ପରିବାରଙ୍କୁ ଜଣାଇଥାନ୍ତେ, ହୁଏତ ଭାଇ ବଞ୍ଚିପାରିଥାନ୍ତା । ଭାଇର ମୃତ୍ୟୁ ବିଷୟରେ ଆମେ ସୋନାଲିଙ୍କୁ ଜଣାଇ ନଥିଲୁ, ସେ କିପରି ଏ ବିଷୟରେ ଜାଣିଲେ, ତାହା ନିଶ୍ଚିତ ଭାବେ ଏକ ବଡ଼ ପ୍ରଶ୍ନ ।

ଯଦି ଆମ ଘରର ଗୋଟେ ବୋହୂ ସୁଇସାଇଡ୍ କରିଥାନ୍ତା, ତେବେ ପରିବାରର ସମସ୍ତ ସଦସ୍ୟ ଏତେବେଳକୁ ଜେଲରେ ଥାଆନ୍ତୁ । କିନ୍ତୁ ଯେତେବେଳେ ଗୋଟିଏ ପୁଅ ଆତ୍ମହତ୍ୟା କରିଛି, ଦୋଷୀଙ୍କ ନାମ ମଧ୍ୟ ସୁଇସାଇଡ୍ ନୋଟରେ ଲେଖିଛି ସେ କ୍ଷେତ୍ରରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ମୁଁ ଚାହୁଁଛି ଜଲଦି ସେ ଝିଅ ଗିରଫ ହେଉ, ମୋ ଭାଇକୁ ନ୍ୟାୟ ମିଳୁ ।

ତେବେ ସେପଟେ ସୋନାଲି ନନ୍ଦ ଙ୍କ ମାଆ ଙ୍କ କହିବା କଥା କି ସୌମ୍ୟ ସୋନାଲି ଙ୍କ ଉପରେ ଅଧିକ ସନ୍ଦେହ କରୁଥିଲେ । ଏହି ସନ୍ଦେହ କାରଣରୁ ହିଁ ସବୁବେଳେ ସମ୍ପର୍କରେ ଫାଟ ସୃଷ୍ଟି ହେଉଥିଲା । ଏମିତିକି ସୋନାଲି ଏହି ସମ୍ବନ୍ଧରେ ନିଜ ପରିବାର ଲୋକଙ୍କୁ ଏବଂ ସୌମ୍ୟ ଙ୍କ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ଏମିତିକି ମା ହିସାବରେ ସେ ସୋନାଲି ଙ୍କ ସବୁ ସମସ୍ୟା ଜାଣି ପାରୁଥଲେ ବୋଲି କହିଛନ୍ତି ।


ତେବେ ବର୍ତ୍ତମାନ ସାଧାରଣ ଜନତା ଙ୍କ କହିବା କଥା କି ତାଳି ଗୋଟିଏ ହାତରେ ବାଜେ ନାହିଁ ତେଣୁ ଝିଅ ର ଦୋଷ ଅଛି ବୋଲି ଆମେ ଜାଣିଛୁ ତେବେ ପୁଅ ର ବି କିଛି ଦୋଷ ଥାଇ ପାରେ ତେଣୁ ଆଇନ ଅନୁଯାୟୀ କାର୍ଯ୍ୟକାରୀ କରିବା ଉଚିତ ଏବଂ ଦୋଷୀ କୁ ଶୀଘ୍ର ଶାସ୍ତି ମିଳିବ ମଧ୍ୟ ଆବଶ୍ୟକ ଅଟେ । ତେବେ ଆପଣ ଙ୍କୁ କିଏ ସତ ଏବଂ କିଏ ମିଛ ଲାଗୁଛି ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *