ଦେଖନ୍ତୁ Video: ଶିକ୍ଷାମନ୍ତ୍ରୀ ହେଲେ କନଫ୍ୟୁଜ ! ଜାନୁଆରୀ ନା ଫେବୃୟାରୀ କେବେ ଖୋଲିଲା ସ୍କୁଲ ? ସୋସିଆଲ ମିଡିଆରେ ଭାଇରାଲ ହେଲା Video

ବନ୍ଧୁଗଣ କରୋନା ମହାମାରୀ ଦେଶକୁ ଭାଙ୍ଗି ଦେଇଛି । ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀର ସଂକ୍ରମଣ ହେତୁ ଅନେକ ଲୋକ ନିଜ ଜୀବନ ଓ ଜୀବିକା ହରାଇ ବସିଛନ୍ତି । କରୋନା ମହାମାରୀର ତୃତୀୟ ଲହର ଓମିକ୍ରନ ବର୍ତ୍ତମାନ ସାରା ଦେଶରେ ଚିନ୍ତା ବଢାଇବାକୁ ଲାଗିଛି । ତେବେ ଦୀର୍ଘ ଦୁଇ ବର୍ଷ ଧରି ଦେଶରେ କରୋନା ପାଇଁ ଲକଡାଉନ ଜାରି କରାଯାଇଥିଲା ଓ ଏବେ ଦେଶର ସ୍ଥିତିକୁ ଦେଖି ନାଇଟ କରଫ୍ଯୁ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଛି ।

ଲକଡାଉନ ପାଇଁ ଲୋକ ମାନଙ୍କ ଆର୍ଥିକ ଅବସ୍ଥା ଓ ଶିକ୍ଷା ବ୍ୟବସ୍ଥା ଉପରେ ବିଶେଷ ପ୍ରଭାବ ପଡିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସ୍ଥିତି ସୁଧୁରି ଥିବାରୁ ସ୍କୁଲ ଓ କଲେଜକୁ ଖୋଲା ଯାଇଛି ଏବଂ ପିଲା ମାନେ କରୋନା କଟକଣାକୁ ମାନି ପାଠ ପଢିବା ପାଇଁ ସ୍କୁଲ ଯାଉଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ସମୀର କୌଣସି ନା କୌଣସି କାରଣ ହେତୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନେଇ ସମୀର ଟିକେ ଡେରି କରି ଛନ୍ତି କାରଣ ଅନ୍ୟ ରାଜ୍ୟ ମାନଙ୍କରେ ସ୍କୁଲ କଲେଜ ଫିଟିବାର ଅନେକ ଦିନ ପରେ ଆମ ରାଜ୍ୟରେ ସ୍କୁଲ କଲେଜ ଖୋଲା ଯାଇଛି । ତେବେ ସମୀର ଗତ କିଛି ସମୟ ହେବ ଚର୍ଚ୍ଚାରେ ରହିଛନ୍ତି । ସମୀରଙ୍କ ଏକ ସାକ୍ଷାତ୍କାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଭିଡିଓରେ ସମୀରଙ୍କୁ ପଚରା ହେଉଛି ସ୍କୁଲ କଲେଜ ସବୁ କେବେ ଠାରୁ ଫିଟିବ । ଏହାର ଉତ୍ତର ଦେଇ ସମୀର କହୁଛନ୍ତି-‘ଆମେ ଅଷ୍ଟମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜାନୁୟାରୀ ୭ ତାରିଖରେ ଖୋଲିବାର ନିଷ୍ପତ୍ତି ନେଇଛୁ’ । ଆପଣ ମାନେ ବି ଏହି କଥାଟି ଶୁଣି ଆଶ୍ଚର୍ଯ୍ୟ ଯେତେ ହୋଇ ନଥିବେ ସେତେ ଅଧିକ ହସିଥିବେ କାରଣ ଆଜି ଏବେ ଫେବୃୟାରି ମାସ ଚାଲିଛି ।

ହେଲେ  ସମୀର ସାର କହୁଛନ୍ତି ଜାନୁୟାରୀ ୭ରେ ସ୍କୁଲ କଲେଜ ଖୋଲିବା ପାଇଁ । ବନ୍ଧୁଗଣ ସମୀର ଫେବୃୟାରି ୭କୁ ଭୁଲ ସେ ଜାନୁୟାରୀ ୭ କହି ଦେଇଛନ୍ତି । ସେହି ସାକ୍ଷାତ୍କାରର ଅଲଗା ପ୍ରଶ୍ନ ପଚାରୁଥିବା ବେଳେ ସମୀର ନିଜ ବାଟ କାଟି ଚାଲି ଯାଇଥିଲେ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *